Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ରାଜେନ୍ଦ୍ର କେନ୍ଦ୍ରୀୟ କୃଷି ବିଶ୍ୱ ବିଦ୍ୟାଳୟର ନାମ ବଦଳିବ


ପୁଷାଠାରେ ଥିବା ରାଜେନ୍ଦ୍ର କେନ୍ଦ୍ରୀୟ କୃଷି ବିଶ୍ୱ ବିଦ୍ୟାଳୟର ନାମ ପରିବର୍ତ୍ତନ ହୋଇ ଡଃ ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟ ହେବ। ଏ ସଂକ୍ରାନ୍ତରେ ଉପସ୍ଥାପିତ ରାଜେନ୍ଦ୍ର କେନ୍ଦ୍ରୀୟ କୃଷି ବିଶ୍ୱ ବିଦ୍ୟାଳୟ ବିଲ – 2015 ରେ ସରକାରୀ ସଂଶୋଧନକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କେବିନେଟ ବୈଠକରେ ପିଛଲା ଭାବେ ଅନୁମୋଦନ ଦେଇଛନ୍ତି ।

ଡଃ ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟ କୃଷି ଶିକ୍ଷା କ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ କରିପାରିବ ଏବଂ ଆକାଂକ୍ଷିତ ଲକ୍ଷ୍ୟ ହାସଲ କରିବ। ଏହାଛଡା ଏହି ବିଶ୍ୱ ବିଦ୍ୟାଳୟ କୃଷି କ୍ଷେତ୍ର ଏବଂ ଆନୁସଂଗିକ ବିଜ୍ଞାନ ପାଇଁ ଆବଶ୍ୟକ ଶିକ୍ଷିତ ମାନବ ସମ୍ବଳ ସଷ୍ଟି କରିପାରିବ। ଏହା ବୈଷୟିକ ଜ୍ଞାନ କୌଶଳ ତଥା ଭତ୍ତିଭୂମିର ଅଭାବକୁ ଦୂର କରିପାରିବା ସହିତ କୃଷି କ୍ଷେତ୍ରର ବିକାଶ ଘଟାଇ ପାରିବ। ଏଥିମଧ୍ୟରେ ସେହି ଅଂଚଳରେ ପଶୁପାଳନ, ଉଦ୍ୟାନ କୃଷି ଏବଂ ମତ୍ସ ଚାଷ ଆଦି ଅନ୍ତର୍ଭୁକ୍ତ। ସେହି ବିଶ୍ୱବିଦ୍ୟାଳୟ ଅଧିନରେ ଥିବା କଲେଜଗୁଡିକ ଚାଷୀମାନଙ୍କୁ ନୂତନ ଜ୍ଞାନ କୌଶଳ ସହିତ ଅବଗତ କରାଇପାରିବେ, ଯାହାଫଳରେ ସେହି ଅଂଚଳରେ କୃଷି ଉତ୍ପାଦନ ଓ ଉତ୍ପାଦିକା ବୃଦ୍ଧି ପାଇବ।