Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଦକ୍ଷିଣ ସୁଦାନରୁ ଫେରିଥିବା ଭାରତୀୟମାନଙ୍କୁ ସ୍ୱାଗତ ଜଣାଇଲେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦକ୍ଷିଣ ସୁଦାନରୁ ଫେରିଥିବା ଭାରତୀୟମାନଙ୍କୁ ସ୍ୱାଗତ କରିଛନ୍ତି ।

ବୈଦେଶିକ ମନ୍ତ୍ରୀ ଶ୍ରୀମତୀ ସୁଷମା ସ୍ୱରାଜ ଏବଂ ବୈଦେଶିକ ରାଷ୍ଟ୍ର ମନ୍ତ୍ରୀ ଜେନେରାଲ ଭି.କେ.ସିଂହଙ୍କ ସହିତ ପ୍ରଧାନମନ୍ତ୍ରୀ କଥାବାର୍ତ୍ତା କରିଥିଲେ । ଯୁଦ୍ଧଗ୍ରସ୍ତ ଅଞ୍ଚଳରୁ ଭାରତୀୟମାନଙ୍କୁ ଉଦ୍ଧାର କରିବା ପାଇଁ ସେମାନଙ୍କର ନିଷ୍ଠାପର ଉଦ୍ୟମକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିବା ସହିତ ଅଭିନନ୍ଦନ ଜଣାଇଥିଲେ । ସେହିପରି “ଅପରେସନ ସଙ୍କଟମୋଚନ”ରେ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ମନୋହର ପାରିକର, ଭାରତୀୟ ବାୟୁ ସେନା, ଭାରତୀୟ ରେଳବାଇ ଏବଂ ଏୟାର ଇଣ୍ଡିଆର ଭୂମିକାକୁ ବେଶ ପ୍ରଶଂସା ପୂର୍ବକ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇଥିଲେ ।