Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ମୌସୁମୀ ଅଧିବେଶନ – 2016 ଆରମ୍ଭ ପୂର୍ବରୁ ସଂସଦ ବାହାରେ ପ୍ରଧାନମନ୍ତ୍ରୀଙ୍କ ପ୍ରେସ ବିବୃତି

ମୌସୁମୀ ଅଧିବେଶନ – 2016  ଆରମ୍ଭ ପୂର୍ବରୁ ସଂସଦ ବାହାରେ ପ୍ରଧାନମନ୍ତ୍ରୀଙ୍କ ପ୍ରେସ ବିବୃତି


ଆପଣମାନଙ୍କୁ ମୋର ନମସ୍କାର । ଏଇ ଅଗଷ୍ଟ 15 ଦେଶ ସ୍ୱାଧୀନତାର 70ତମ ବର୍ଷ । ଏହାର ସ୍ମୃତି ରକ୍ଷା କରିବା ଏକ ପ୍ରମୁଖ ମାଇଲଖୁଣ୍ଟ ହେବ । ଏହି ଅଧିବେଶନ ଅଗଷ୍ଟ 15 ପୂର୍ବରୁ ଆରମ୍ଭ ହେଉଥିବାରୁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି ଅଧିବେଶନରେ ଦେଶ ପାଇଁ ନିଜ ଜୀବନ ଉତ୍ସର୍ଗ କରିଥିବା ସ୍ୱାଧୀନତା ସଂଗ୍ରାମୀମାନଙ୍କ ସ୍ମୃତିଚାରଣ କରାଯିବ ।

ଆମ ସ୍ୱାଧିନତାର 70 ବର୍ଷର ଯାତ୍ରା କାଳରେ ଏହି ଅଧିବେଶନ ନୂତନ ଶୀର୍ଷକୁ ଛୁଇଁବ । ଦେଶକୁ ନୂତନ ଗତି ମିଳୁ, ଅତ୍ୟନ୍ତ ଉତ୍ତମ ସ୍ତରର ଆଲୋଚନା ହେଉ, ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହେଉ, ଦୃତ ଗତିରେ ଦେଶ ଆଗକୁ ବଢୁ । ସେଥିପାଇଁ ଆମେ ସମସ୍ତେ ସଂସଦରେ ହାତରେ ହାତ ମିଶାଇ ଦେଶକୁ ନୂତନ ସଂବେଗ ଏବଂ ଦିଗ ଦେବାର ଆବଶ୍ୟକତା ରହିଛି ।

ମୋର ବିଶ୍ୱାସ ଯେ ସମସ୍ତ ଦଳ, ବିଗତ କିଛି ଦିନରୁ ସମସ୍ତଙ୍କ ସହିତ ପୃଥକ ପୃଥକ ଚର୍ଚ୍ଚା ମଧ୍ୟ କରାଯାଉଛି, ସାମୂହିକ ଚର୍ଚ୍ଚା ହେଉଛି । ଏଥିରୁ ଜଣାଯାଉଛି ଯେ ସମସ୍ତେ ଚାହୁଁଛନ୍ତି ଉତ୍ତମରୁ ଉତ୍ତମ ନିଷ୍ପତ୍ତି କରାଯାଉ, ଦୃତ ଗତିରେ ଦେଶକୁ ଅଗ୍ରସର ହେବାକୁ ଅଛି । ଆପଣ ସମସ୍ତଙ୍କୁ ଅନେକ ଅନେକ ଶୁଭକାମନା । ଧନ୍ୟବାଦ ।