ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କେବିନେଟ୍ ସ୍ପେକ୍ଟ୍ରମର ବିଭିନ୍ନ ବ୍ୟାଣ୍ଡର ସ୍ପେକ୍ଟ୍ରମ ଉପଯୋଗ ଶୁଳ୍କ(ଏସୟୁସି) ଦରକୁ ମଞ୍ଜୁରି ପ୍ରଦାନ କରିଛନ୍ତି । ଏସବୁ ସ୍ପେକ୍ଟ୍ରମ ନିଲାମ ଶୀଘ୍ର ହେବାକୁ ଯାଉଛି । ଏହି ନିଷ୍ପତ୍ତି ସହ ଦୂରସଂଚାର ବିଭାଗ ଦ୍ୱାରା ସ୍ପେକ୍ଟ୍ରମ ନିଲାମ ପାଇଁ ଆବେଦନ ସ୍ୱୀକାର କରିବାର ସୂଚନା ଜାରିର ମାର୍ଗ ପ୍ରଶସ୍ତ ହୋଇଛି ।
କେବିନେଟ୍ ନିଷ୍ପତ୍ତି ଅନୁସାରେ ସ୍ପେକ୍ଟ୍ରମ ଉପଯୋଗ ଶୁଳ୍କ ନିମ୍ନଲିଖିତ ଆଧାରରେ ନିର୍ଦ୍ଧାରିତ ହୋଇଛି..
1- ଆସନ୍ତା ନିଲାମୀରେ 700, 800, 900, 1800, 2100, 2300 ଓ 2500 ମେଗାହର୍ସ ବ୍ୟାଣ୍ଡର ସ୍ପେକ୍ଟ୍ରମ ହାସଲ ପାଇଁ ମୋଟ ରାଜସ୍ୱର 3% ଶୁଳ୍କ ନିଆଯିବ । ଯେଉଁଥିରେ ତାର-ଲାଇନ ସେବାରୁ ମିଳିବା ରାଜସ୍ୱ ସାମିଲ ରହିବ ନାହିଁ ।
2- 2010ରେ ପ୍ରାପ୍ତ କରାଯାଇଥିବା ବିଡବ୍ଲୁଏ ସ୍ପେକ୍ଟ୍ରମ ସମେତ ସମସ୍ତ ବ୍ୟାଣ୍ଡରେ ଗୋଟିଏ ଅପରେଟରକୁ ଦିଆଯାଇଥିବା ସମସ୍ତ ସ୍ପେକ୍ଟ୍ରମ (ପ୍ରଶାସନିକ, ନିଲାମୀ ଅବା ବ୍ୟବସାୟିକ ମାଧ୍ୟମରେ ହସ୍ତାନ୍ତର)ରେ ଏସ୍ୟୁସି ଦର ଏଜିଆରର(ଆଡ୍ଜଷ୍ଟଷ୍ଟେଡ୍ ଗ୍ରସ୍ ରେଭେନ୍ୟୁ)ର ସର୍ବନିମ୍ନ 3% ରହିବ । ଏହି ଏସ୍ୟୁସି ଦର ପ୍ରତ୍ୟେକ ସେବା ଅଂଚଳର ଅପରେଟରକୁ ଦୃଷ୍ଟିରେ ରଖି ନିର୍ଦ୍ଧାରଣ କରାଯିବ ।
3- 2300/2500 ମେଗାହର୍ସ ବ୍ୟାଣ୍ଡରେ 2015-16 ପୂର୍ବରୁ ଆବଂଟିତ/ପ୍ରାପ୍ତ କରାଯାଇଥିବା ସ୍ପେକ୍ଟ୍ରମକୁ ଆଗାମୀ ନିଲାମୀରେ ମିଳିବାକୁ ଥିବା ସ୍ପେକ୍ଟ୍ରମକୁ ଦଷ୍ଟିରେ ରଖି ହାରାହାରି ଦର ଉପରେ 2015-16 ରେ ଅପରେଟରଙ୍କ ଦ୍ୱାରା ଦେୟ ଏସ୍ୟୁସି ରାଶିକୁ ମୂଳ ରାଶି ଭାବେ ବିବେଚନା କରାଯିବ । ଏହାବ୍ୟତୀତ ଯଦି ସେବା ପ୍ରଦାନକାରୀର ଏଜିଆର କମ୍ ହୋଇଥିବ ତା’ହେଲେ ଏସ୍ୟୁସିର ମୂଳ ରାଶି (ଫ୍ଲୋର ପ୍ରାଇସ) ଉକ୍ତ ଅନୁପାତରେ ହ୍ରାସ ପାଇବ ।
ଏହା ମାଧ୍ୟମରେ ଏକ ଆଇନସମ୍ମତ ଏସ୍ୟୁସି ବ୍ୟବସ୍ଥା ସମ୍ଭବପର ହେବ, ଯାହା ସରଳ, ସ୍ୱଚ୍ଛ ଓ ଉପଯୁକ୍ତ ମୂଲ୍ୟ ବିଶିଷ୍ଟ ହେବ ତଥା ଏଥିରେ ରାଜସ୍ୱ ଏଡ଼ାଇଯିବାର ପ୍ରକ୍ରିୟାକୁ ଦୂର କରିହେବ ।