ପିଏମଇଣ୍ଡିଆ
1. ଭାରତ ସରକାରଙ୍କ ନିୟମ (କାର୍ଯ୍ୟ ଆବଣ୍ଟନ),1961 ଅନ୍ତର୍ଗତ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର କେନ୍ଦ୍ରୀୟ ଲୋକ ସୂଚନା ଅଧିକାରୀ (ସିପିଆଇଓ) କେବଳ ସେହିସବୁ ସୂଚନା ଉପଲବ୍ଧ କରାଇବା ପାଇଁ ବାଧ୍ୟ ଯେଉଁ କାର୍ଯ୍ୟ ଏହି କାର୍ଯ୍ୟାଳୟର ଅଧୀନ ଥିବ ଅବା ତାହା ସମ୍ପର୍କିତ ଥିବ ।
2. କେନ୍ଦ୍ର ସରକାରଙ୍କ ମନ୍ତ୍ରଣାଳୟ/ବିଭାଗ ସହ ଜଡିତ ପ୍ରସଙ୍ଗ
କ) ଆରଟିଆଇ ଆକ୍ଟ ,2005 ଅନ୍ତର୍ଗତ ଯଦି କୌଣସି ବ୍ୟକ୍ତି କୌଣସି ପ୍ରକାରର ସୂଚନା ଦାବି କରନ୍ତି ଏବଂ ତାହା ମୁଖ୍ୟ ଭାବେ କୌଣସି ଅନ୍ୟ ଲୋକ ପ୍ରାଧିକରଣରେ ଜଡିତ ଅଛି ତ ଏପରି କ୍ଷେତ୍ରରେ ଆବେଦନକୁ ସେହି ଅନ୍ୟ ଲୋକ ପ୍ରାଧିକରଣଙ୍କ ପାଖକୁ ପଠାଯାଏ । ସେଥିପାଇଁ ,ଏହା ପରାମର୍ଶ ଦିଆଯାଉଛି କି ମନ୍ତ୍ରଣାଳୟ ଅବା ବିଭାଗ ସହ ସମ୍ପର୍କିତ ପ୍ରମୁଖ ବିଷୟ ସମ୍ପର୍କରେ, ସୂଚନା ପାଇଁ ଆବେଦନ ପତ୍ରକୁ ସିଧା ଭାବେ ସମ୍ପର୍କିତ ମନ୍ତ୍ରଣାଳୟ/ବିଭାଗର ଲୋକ ସୂଚନା ଅଧିକାରୀଙ୍କ ପାଖକୁ ପଠାନ୍ତୁ ,ଯାହା ଫଳରେ ଆପଣଙ୍କ ଅନୁରୋଧର କାର୍ଯ୍ୟ ସମୟରେ କରାଯାଇପାରିବ । କେନ୍ଦ୍ର ସରକାରଙ୍କ ମନ୍ତ୍ରଣାଳୟ/ବିଭାଗର କାର୍ଯ୍ୟ ବିତରଣକୁ ନେଇ ଯଦି କୌଣସି ପ୍ରକାରର ସନ୍ଦେହ ହେଉଛି ତ ଆବେଦକ, ଭାରତ ସରକାରଙ୍କ ନିୟମ (କାର୍ଯ୍ୟ ଆବଣ୍ଟନ),1961 ରେ ଏହାର ସୂଚନା ପ୍ରାପ୍ତ କରିପାରିବେ ।
ଖ) ସମ୍ପ୍ରତି,ସୂଚନା ପ୍ରାପ୍ତ କରିବା ପାଇଁ ଆବେଦନ ପତ୍ର ଯାହା ଭିଭିନ୍ନ ସାର୍ବଜନିକ ପ୍ରାଧିକରଣ ସହ ସମ୍ଵନ୍ଧିତ ଅଛି (ଯେପରି- ଯେଉଁଥିରେ ଅନେକ ପ୍ରକାରର ମନ୍ତ୍ରଣାଳୟ/ବିଭାଗ ପ୍ରଚଳିତ ଥିବ) ତାହାକୁ ଏହି ପ୍ରକାରର ଅନ୍ୟ ବିଭାଗକୁ ହସ୍ତାନ୍ତରିତ କରାଯିବ ନାହିଁ ଏବଂ ଏପରି ପ୍ରସଙ୍ଗରେ ଆରଟିଆଇ ଆବେଦନକାରୀଙ୍କ ଅନୁରୋଧକୁ ନିଷିଦ୍ଧ କରାଯାଇପାରିବ ।
3. ରାଜ୍ୟ ସରକାର ଏବଂ କେନ୍ଦ୍ର ଶାସିତ ପ୍ରଦେଶରେ ଜଡିତ ପ୍ରସଙ୍ଗ : ରାଜ୍ୟ ସରକାର/ କେନ୍ଦ୍ର ଶାସିତ ପ୍ରଦେଶ ସହ ସମ୍ପର୍କିତ କାର୍ଯ୍ୟ ବିଷୟରେ ସୂଚନା ପାଇଁ ,ଆବେଦନକାରୀଙ୍କୁ ଏହା ପରମର୍ଶ ଦିଆଯାଉଛି କି ସେ ଏହା ପାଇଁ ରାଜ୍ୟ ସରକାର/କେନ୍ଦ୍ର ଶାସିତ ପ୍ରଦେଶର ସମ୍ଵନ୍ଧିତ ଲୋକ ପ୍ରାଧିକରଣଙ୍କ ପାଖକୁ ନିଜର ଆବେଦନ ପଠାନ୍ତୁ ।
4. କେନ୍ଦ୍ର ସରକାର ସହ ସମ୍ପର୍କିତ ମନ୍ତ୍ରଣାଳୟ/ବିଭାଗ ଅବା ରାଜ୍ୟ ସରକାରଙ୍କ ଅଧୀନରେ ସାର୍ବଜନିକ ପ୍ରାଧିକରଣ ସହ ସମ୍ଵନ୍ଧିତ ସୂଚନାଗୁଡିକ ପାଇଁ ଆବେଦନକାରୀ ଭାରତ ସରକାର ୱେବ ଡିରେକ୍ଟୋରୀ ଉପଲବ୍ଧ ସେହି ସମ୍ପର୍କିତ ୱେବସାଇଟ୍ସର ନିର୍ଦେଶିକାର ମଧ୍ୟ ସନ୍ଦର୍ଭ ନେଇ ପାରିବେ ।
5. ସିପିଆଇଓ ଏପରି କୌଣସି ମଧ୍ୟ ସୂଚନା ଦେବା ପାଇଁ ବାଧ୍ୟ ନୁହନ୍ତି ,ଯାହାର ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ସହ କୌଣସି ସମ୍ପର୍କ ନାହିଁ । ଏହା ମଧ୍ୟ ଆବଶ୍ୟକ ନାହିଁ ଯେ ସିପିଆଇଓ ଏପରି ସୂଚନା ଯୋଗାଇବ ଯେଉଁଠି ନିମ୍ନଲିଖିତର ଆବଶ୍ୟକତା ରହିଛି :-
କ) ଅନୁମାନ ଲଗେଇବା;
ଖ) ଧାରଣା କରିବା ;
ଗ) ସୂଚନାର ବ୍ୟାଖ୍ୟା କରିବା ;
ଘ) ଆବେଦନକାରୀଙ୍କ ଦ୍ଵାରା ଉଠାଯାଇଥିବା ସମସ୍ୟାର ସମାଧାନ କରିବା ;
ଙ) ଅନ୍ୟ ସାର୍ବଜନିକ ପ୍ରାଧିକରଣ ଦ୍ଵାରା ସୂଚନା ପ୍ରାପ୍ତ କରିବା : ଏବଂ ,
ଚ) କାଳ୍ପନିକ ପ୍ରଶ୍ନର ଉତ୍ତର ଦେବା ।
6. ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଏବଂ ସମ୍ଭାବିତ ସାର୍ବଜନିକ ହିତ ସମ୍ପର୍କିତ ସୂଚନା ପିଏମଓ ୱେବସାଇଟ ଅନ୍ତର୍ଗତ “ସୂଚନା ଅଧିକାର” ଏବଂ ଅନ୍ୟ ବର୍ଗରେ ଉପଲବ୍ଧ ରହିଛି । ଆବେଦନକାରୀଙ୍କୁ ପରାମର୍ଶ ଦିଆଯାଉଛି କି ସେ ସୂଚନାର ପ୍ରୟୋଗ କରିବା ପାଇଁ ୱେବସାଇଟର ବ୍ୟବହାର କରନ୍ତୁ ,ଯାହା ଫଳରେ ଅନାବଶ୍ୟକ ଉଦ୍ଦେଶ୍ୟମୂଳକ ଆରଟିଆଇ ଆବେଦନରୁ ବଂଚାଯାଇପାରିବ ।
7. ନିଜ ଅଭିଯୋଗ ଦରଖାସ୍ତର ସ୍ଥିତି ଜାଣିବାକୁ ଚାହୁଁଥିବା ଆବେଦନକାରୀଙ୍କ ପାଇଁ ପରାମର୍ଶ