ପିଏମଇଣ୍ଡିଆ
ପିଏମ କେୟାର୍ସ ପାଣ୍ଠି କ’ଣ :
କୋଭିଡ-19 ଭଳି ମହାମାରୀ କାରଣରୁ ସୃଷ୍ଟି ହୋଇଥିବା ଜରୁରିକାଳୀନ ଏବଂ ସଙ୍କଟପୂର୍ଣ୍ଣ ପରିସ୍ଥିତିର ମୁକାବିଲା କରିବା ଏବଂ ପ୍ରଭାବିତଙ୍କୁ ସହାୟତା ଯୋଗାଇ ଦେବାର ପ୍ରମୁଖ ଉଦ୍ଦେଶ୍ୟ ନେଇ ଏକ ସମର୍ପିତ ଜାତୀୟ ପାଣ୍ଠି ଗଠନର ଆବଶ୍ୟକତା ରହିଛି । ଏହାକୁ ଦୃଷ୍ଟିରେ ରଖି ଜରୁରିକାଳୀନ ସ୍ଥିତିରେ ପ୍ରଧାନମନ୍ତ୍ରୀଙ୍କ ନାଗରିକ ସହାୟତା ଓ ରିଲିଫ ପାଣ୍ଠି (ପିଏମ କେୟାର୍ସ ପାଣ୍ଠି) ଗଠନ କରାଯାଇଛି ।
ଅନଲାଇନ୍ ଦାନ କରିବାକୁ ଏଠାରେ କ୍ଲିକ କରନ୍ତୁ ।
ଉଦ୍ଦେଶ୍ୟ:
ପ୍ରାକୃତିକ କିମ୍ବା କୃତ୍ରିମ ବିପର୍ଯ୍ୟୟ ସ୍ଥିତିରେ, ପ୍ରଭାବିତଙ୍କ କଷ୍ଟ ଲାଘବ କରିବା ଲାଗି ତ୍ୱରିତ ଓ ସମ୍ମିଳିତ ପ୍ରୟାସର ଆବଶ୍ୟକତା ରହିଥାଏ । ଭିତ୍ତିଭୂମି ଓ ସାମର୍ଥ୍ୟ ଆଦି ପ୍ରତି ପହଁଚିଥିବା କ୍ଷତି ଭରଣା ପାଇଁ ପଦକ୍ଷେପ ଗ୍ରହଣ କରାଯିବା ଜରୁରି ହୋଇଥାଏ । ତେଣୁ ଜରୁରିକାଳୀନ ସ୍ଥିତିରେ ତୁରନ୍ତ ସହାୟତା ଯୋଗାଇ ଦେବା ଏବଂ ସ୍ୱାସ୍ଥ୍ୟସେବାର ଉନ୍ନୟନ ଅବା ଔଷଧୀୟ ସୁବିଧା ଏବଂ ଅନ୍ୟାନ୍ୟ ଭିତ୍ତିଭୂମି ଓ ସଂସ୍ଥାଗତ ସାମର୍ଥ୍ୟ ପୁନଃନିର୍ମାଣ ଏବଂ ସମ୍ପ୍ରସାରଣ ଜରିଆରେ ପ୍ରଭାବୀ ସାମୁଦାୟିକ ସୁରକ୍ଷା ମଧ୍ୟ କରିବାକୁ ହୋଇଥାଏ ।
ପ୍ରଭାବିତ ଲୋକଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ , ଅର୍ଥ ପ୍ରଦାନ ହେତୁ ଅନୁଦାନ ପ୍ରଦାନ କରିବା ଅବା ଏଭଳି ଅନ୍ୟାନ୍ୟ ପଦକ୍ଷେପ ଗ୍ରହଣ2 କରିବା ପାଇଁ ଅର୍ଥ ପ୍ରଦାନ ପାଇଁ ଟ୍ରଷ୍ଟ ବୋର୍ଡ ଦ୍ୱାରା ଆବଶ୍ୟକ ବୋଲି ବିବେଚନା କରାଯାଇପାରେ ।
ଅନ୍ୟ କୌଣସି କାର୍ଯ୍ୟକଳାପ କରିବା ପାଇଁ, ଯାହା ଉପରୋକ୍ତ ବିଷୟବସ୍ତୁ ସହିତ ଅସଙ୍ଗତ ନୁହେଁ ।
ଟ୍ରଷ୍ଟର ଗଠନ :
ପ୍ରଧାନମନ୍ତ୍ରୀ ହେଉଛନ୍ତି ପିଏମ କେୟାର୍ସ ପାଣ୍ଠିର ଏକ୍ସ-ଅଫିସିଓ ଅଧ୍ୟକ୍ଷ ତଥା ପ୍ରତିରକ୍ଷା ମନ୍ତ୍ରୀ, ଗୃହମନ୍ତ୍ରୀ ଏବଂ ଅର୍ଥମନ୍ତ୍ରୀ, ଭାରତ ସରକାର ଏହି ପାଣ୍ଠିର ଏକ୍ସ-ଅଫିସିଓ ଟ୍ରଷ୍ଟି ଅଟନ୍ତି ।
ଟ୍ରଷ୍ଟି ବୋର୍ଡର ଅଧ୍ୟକ୍ଷ (ପ୍ରଧାନମନ୍ତ୍ରୀ) ଙ୍କ ପାଖରେ ଟ୍ରଷ୍ଟି ବୋର୍ଡରେ ତିନିଜଣ ଟ୍ରଷ୍ଟିଙ୍କୁ ମନୋନୀତ କରିବାର କ୍ଷମତା ହେବ, ଯେଉଁମାନେ ଅନୁସନ୍ଧାନ, ସ୍ୱାସ୍ଥ୍ୟ, ବିଜ୍ଞାନ, ସାମାଜିକ କାର୍ଯ୍ୟ, ଆଇନ, ସାଧାରଣ ପ୍ରଶାସନ ଏବଂ ଲୋକକଲ୍ୟାଣ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତି ହୋଇଥିବେ ।
ଟ୍ରଷ୍ଟି ଭାବରେ ନିଯୁକ୍ତ କରାଯାଇଥିବା ଯେକୌଣସି ବ୍ୟକ୍ତି ନିଶୁଳ୍କ ଭାବେ କାର୍ଯ୍ୟ କରିବେ।
ଅନ୍ୟାନ୍ୟ ସୂଚନା:
ଏହି ପାଣ୍ଠି ସମ୍ପୁର୍ଣ୍ଣ ଭାବରେ ହେଉଛି ବ୍ୟକ୍ତି / ସଂଗଠନଗୁଡ଼ିକରୁ ସ୍ବେଚ୍ଛାକୃତ ଯୋଗଦାନ ଏବଂ ଏହାକୁ କୌଣସି ବଜେଟୀୟ ସହାୟତା ମିଳେ ନାହିଁ । ଏହି ପାଣ୍ଠି ଉପଯୋଗ ଉପରୋକ୍ତ କୁହାଯାଇଥିବା ଉଦ୍ଦେଶ୍ୟଗୁଡ଼ିକୁ ପୁରା କରିବାରେ କରାଯିବ ।
ପିଏମ କେୟାର୍ସ ପାଣ୍ଠିକୁ ଦାନ କରାଯାଇଥିବା ଅର୍ଥ ,ଆୟକର ଅଧିନିୟମ, 1961 ଅନୁଯାୟୀ 100% ଛାଡ଼ ପାଇବ ଏବଂ ଆୟକର ଆଇନର ଧାରା 80G ଅନୁଯାୟୀ ଏହି ରିହାତି ଉପଲବ୍ଧ ହେବ । ପିଏମ-କେୟାର ଫଣ୍ଡକୁ ଦିଆଯାଇଥିବା ଦାନଗୁଡିକ କମ୍ପାନୀ ଅଧିନିୟମ, 2013 ଅନୁଯାୟୀ କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ (ସିଏସଆର) ଖର୍ଚ୍ଚ ଭାବରେ ମଧ୍ୟ ଗଣାଯିବ ।
ପିଏମ କେୟାର୍ସ ପାଣ୍ଠିକୁ ଏଫସିଆରଏ ଅଧୀନରେ ମଧ୍ୟ ରିହାତି ମିଳିଛି ଏବଂ ବିଦେଶରୁ ଦାନ ଗ୍ରହଣ ପାଇଁ ଏକ ପୃଥକ ଆକାଉଣ୍ଟ ଖୋଲାଯାଇଛି । ଏହାଦ୍ୱାର ବିଦେଶରେ ଥିବା ବ୍ୟକ୍ତିବିଶେଷ ଏବଂ ସଂଗଠନ ପିଏମ କେୟାର୍ସ ପାଣ୍ଠିରେ ଦାନ ଦେଇପାରିବେ। ଏହା ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ୍ ପାଣ୍ଠି (ପିଏମଏନଆରଏଫ) ଭଳି ।ପିଏମଏନଆରଏଫକୁ 2011 ମସିହାରୁ ଏକ ସାର୍ବଜନିକ ଟ୍ରଷ୍ଟ ଭାବରେ ବିଦେଶରୁ ମଧ୍ୟ ଯୋଗଦାନ ମିଳିଛି ।