Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀ ପାରମ୍ପରିକ ଚିକିତ୍ସା ଉପରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଦ୍ୱିତୀୟ ବୈଶ୍ୱିକ ଶିଖର ସମ୍ମିଳନୀର ଉଦଯାପନୀ ସମାରୋହକୁ ସମ୍ବୋଧିତ କରିବେ


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୯ ଡିସେମ୍ବର ୨୦୨୫ ଅପରାହ୍ଣ ପ୍ରାୟ ୪ଟା ୩୦ରେ ନୂଆଦିଲ୍ଲୀର ଭାରତ ମଣ୍ଡପମରେ ପାରମ୍ପରିକ ଚିକିତ୍ସା ଉପରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଦ୍ୱିତୀୟ ବୈଶ୍ୱିକ ଶିଖର ସମ୍ମିଳନୀରେ ଅଂଶ ଗ୍ରହଣ କରିବେ ପ୍ରଧାନମନ୍ତ୍ରୀ ଉଦଯାପନୀ ସମାବେଶରେ ଉପସ୍ଥିତ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ ଏହି କାର୍ଯ୍ୟକ୍ରମ ବୈଶ୍ୱିକ, ବିଜ୍ଞାନ ଆଧାରିତ ଏବଂ ଜନକୈନ୍ଦ୍ରିକ ପାରମ୍ପରିକ ଚିକିତ୍ସା କାର୍ଯ୍ୟସୂଚୀକୁ ରୂପରେଖ ଦେବା ଦିଗରେ ଭାରତର ବର୍ଦ୍ଧିତ ନେତୃତ୍ୱ ଏବଂ ଅଭ୍ରଣୀ ଭୂମିକାକୁ ଦର୍ଶାଉଛି

ପ୍ରଧାନମନ୍ତ୍ରୀ ଅନୁସନ୍ଧାନ, ମାନକୀକରଣ ଏବଂ ବୈଶ୍ୱିକ ସହଯୋଗ ମାଧ୍ୟମରେ ପାରମ୍ପରକି ଚିକିତ୍ସା ଏବଂ ଭାରତୀୟ ଜ୍ଞାନ ପ୍ରଣାଳୀକୁ ମୁଖ୍ୟଧାରାକୁ ଆଣିବାକୁ କ୍ରମାଗତ ଜୋର୍ ଦେଇଛନ୍ତି ଏହି ଦୃଷ୍ଟିକୋଣ ଅନୁସାରେ, ପ୍ରଧାନମନ୍ତ୍ରୀ କାର୍ଯ୍ୟକ୍ରମ ଅବସରରେ ଆୟୁଷ କ୍ଷେତ୍ର ପାଇଁ ଏକ ମାଷ୍ଟର ଡିଜିଟାଲ ପୋର୍ଟାଲ, ମାଇଁ ଆୟୁଷ ଇଣ୍ଟିଗ୍ରେଟେଡ ସର୍ଭିସେଜ୍ ପୋର୍ଟାଲ (ଏମଏଆଇଏସପି) ସମେତ ଅନେକ ଆୟୁଷ ପଦକ୍ଷେପର ଶୁଭାରମ୍ଭ କରିବେ ସେ ଆୟୁଷ ମାର୍କର ମଧ୍ୟ ଶୁଭାରମ୍ଭ କରିବେ, ଯାହାର ପରିକଳ୍ପନା ଆୟୁଷ ଉତ୍ପାଦ ସେବାର ଗୁଣବତ୍ତା ପାଇଁ ଏକ ବୈଶ୍ୱିକ ମାନାଙ୍କ ରୂପରେ କରାଯାଇଛି

ଏହି ଅବସରରେ ପ୍ରଧାନମନ୍ତ୍ରୀ ଯୋଗ ପ୍ରଶିକ୍ଷଣ ଉପରେ ଡବ୍ଲୁଏଚଓର ବୈଷୟିକ ରିପୋର୍ଟ ଏବଂ ପୁସ୍ତକ ‘ଫ୍ରମ ରୁଟସ ଟୁ ଗ୍ଲୋବାଲ ରିଚ୍: ୧୧ ଇୟର୍ସ ଅଫ ଟ୍ରାନ୍ସଫର୍ମେସନ ଇନ୍ ଆୟୁଷ’ର ଉନ୍ମୋଚନ କରିବେ ସେ ଅଶ୍ୱଗନ୍ଧା ଉପରେ ଏକ ସ୍ମାରକ ଡାକଟିକଟ ମଧ୍ୟ ଉନ୍ମୋଚନ କରିବେ, ଯାହାକି ଭାରତର ପାରମ୍ପରିକ ଔଷଧୀୟ ଐତିହ୍ୟର ବୈଶ୍ୱିକ ପ୍ରତିଧ୍ୱନିର ପ୍ରତୀକ

ପ୍ରଧାନମନ୍ତ୍ରୀ ମଧ୍ୟ ଦିଲ୍ଲୀରେ ଡବ୍ଲୁ୍ୟଏଚଓ ଦକ୍ଷିଣ-ପୂର୍ବ ଏସୀୟ କ୍ଷେତ୍ରୀୟ କାର୍ଯ୍ୟାଳୟ ପରିସର ଉଦଘାଟନ କରିବେ, ଯାହାକି ଡବ୍ଲୁଏଚଓ ଭାରତ କଣ୍ଟି୍ର ଶାଖା ହେବ ଏହା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ସହ ଭାରତର ସହଭାଗିତା ପାଇଁ ଏକ ମାଇଲଖୁଣ୍ଟ

ପ୍ରଧାନମନ୍ତ୍ରୀ ଯୋଗ ପ୍ରତି ତାଙ୍କର ନିରନ୍ତର ସମର୍ପଣ ଏବଂ ଏହାର ବୈଶ୍ୱିକ ପ୍ରଚାରକୁ ମାନ୍ୟତା ସ୍ୱରୂପ, ଯୋଗର ପ୍ରଚାର ଏବଂ ବିକାଶରେ ଉକ୍ରୃଷ୍ଟ ଯୋଗଦାନ ପାଇଁ ୨୦୨୧-୨୫ ବର୍ଷ ସକାଶେ ପ୍ରଧାନମନ୍ତ୍ରୀ ପୁରସ୍କାରପ୍ରାପ୍ତଙ୍କୁ ସମ୍ମାନିତ କରିବେ ଏହି ପୁରସ୍କାର ଯୋଗର ସନ୍ତୁଳନ, କଲ୍ୟାଣ ଏବଂ ସଦଭାବ ପାଇଁ ଏକ କାଳାତୀତ ଅଭ୍ୟାସ ଭାବେ ନିଶ୍ଚିତ କରୁଛି, ଯାହାକି ଏକ ମଜବୁତ ଏବଂ ସୁସ୍ଥ ଭାରତ ପାଇଁ ଯୋଗଦାନ

ପ୍ର୍ରଧାନମନ୍ତ୍ରୀ ମଧ୍ୟ ପାରମ୍ପରିକ ମେଡିସିନ ଡିସକଭରୀ ସ୍ପେସ ପରିଦର୍ଶନ କରିବେ ଏହା ଭାରତ ଏବଂ ବିଶ୍ୱବ୍ୟାପୀ ପାରମ୍ପରିକ ଚିକିତ୍ସା ଜ୍ଞାନପ୍ରଣାଳୀର ବିବିଧତା, ଗଭୀରତା ଏବଂ ସମକାଳୀନ ପ୍ରାସଙ୍ଗିକତାକୁ ଦର୍ଶାଉଥିବା ଏକ ପ୍ରଦର୍ଶନୀ

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚଓ) ଏବଂ ଭାରତ ସରକାରଙ୍କ ଆୟୁଷ ମନ୍ତ୍ରାଳୟ ଦ୍ୱାରା ମିଳିତ ଭାବେ ଆୟୋଜିତ ଏହି ଶିଖର ସମ୍ମିଳନୀ ୧୭ରୁ ୧୯ ଡିସେମ୍ବର, ୨୦୨୫ ପର୍ଯ୍ୟନ୍ତ ନୂଆଦିଲ୍ଲୀର ଭାରତ ମଣ୍ଡପମରେ ହୋଇଛି ଏହାର ବିଷୟବସ୍ତୁ ରହିଛି ‘ସନ୍ତୁଳନର ପୁନଃସ୍ଥାପନା: ସ୍ୱାସ୍ଥ୍ୟ ଏବଂ କଲ୍ୟାଣର ବିଜ୍ଞାନ ଏବଂ ଅଭ୍ୟାସ’ । ଶିଖର ସମ୍ମିଳନୀରେ ବୈଶ୍ୱିକ ନେତାଗଣ, ନୀତି ନିର୍ମାତା, ବୈଜ୍ଞାନିକ, ଚିକିତ୍ସକ, ସ୍ୱଦେଶୀ ଜ୍ଞାନଧାରକ ଏବଂ ନାଗରିକ ସମାଜ ପ୍ରତିନିଧିଗଣଙ୍କ ମଧ୍ୟରେ ନ୍ୟାୟସଙ୍ଗତ, ସ୍ଥିର ଏବଂ ସାକ୍ଷ୍ୟ ସଂଚାଳିତ ସ୍ୱାସ୍ଥ୍ୟ ପ୍ରଣାଳୀକୁ ଆଗେଇ ନେବା ଲାଗି ବ୍ୟାପକ ବିଚାରବିମର୍ଷ ହୋଇଛି    

SR