ପିଏମଇଣ୍ଡିଆ
ମହାମହିମ,
ଆପଣଙ୍କ ବିଚାର ଉପସ୍ଥାପନ କରିଥିବାରୁ ଅଭିନନ୍ଦନ ଓ ବହୁତ ବହୁତ ଧନ୍ୟବାଦ ।
ଆପଣଙ୍କ ନେତୃତ୍ୱରେ ପରିଚାଳିତ ଦଳ କ୍ରମାଗତ ଭାବେ ଚତୁର୍ଥଥର ପାଇଁ ଏକ ବୃହତ୍ ବିଜୟ ହାସଲ କରିବା ପରେ ମୁଁ ସେଥିପାଇଁ ତୁରନ୍ତ ଟୁଇଟର ଯୋଗେ ଆପଣଙ୍କୁ ଅଭିନନ୍ଦନ ଜ୍ଞାପନ କରିଥିଲି । ଆଜି କିନ୍ତୁ ଦୁଇଜଣଙ୍କ ମଧ୍ୟରେ ଭର୍ଚୁଆଲ ବ୍ୟବସ୍ଥାରେ ବୈଠକ ଅନୁଷ୍ଠିତ ହୋଇଛି । ଏହି ସୁଯୋଗରେ ମୁଁ ପୁନର୍ବାର ଆପଣଙ୍କୁ ଅଭିନନ୍ଦନ ଜଣାଇବା ସହିତ ମୋର ଶୁଭେଚ୍ଛା ଜ୍ଞାପନ କରୁଛି ।
ମହାମହିମ,
ଗଣତନ୍ତ୍ର ଓ ଆଇନର ଶାସନ ଭଳି ସମଭାଗୀ ମୂଲ୍ୟବୋଧ ଉପରେ ଆମର ସମ୍ପର୍କ ଗଢି ଉଠିଛି । ଜଳବାୟୁ ପରିବର୍ତନ, ଆତଙ୍କବାଦ, ମହାମାରୀ ଭଳି ବୈଶ୍ୱିକ ଆହ୍ୱାନ ଆଦି ପ୍ରତି ଦୃଷ୍ଟିକୋଣ ମଧ୍ୟ ସମାନ । ଇଣ୍ଡୋ-ପ୍ୟାସିଫିକ ରେଜିଲେଣ୍ଟ ସପ୍ଲାଏଚେନ୍ ଓ ଗ୍ଲୋବାଲ ଡିଜିଟାଲ ଗଭର୍ଣ୍ଣାନ୍ସ ଭଳି ନୂଆ ପ୍ରସଙ୍ଗ ଉପରେ ଆମର ବିଚାରରେ ମଧ୍ୟ ସମାନତା ରହିଛି । ଆଜି ଆମେ ଏହି ସୁସମ୍ପର୍କକୁ ନୂଆ ଦିଗ୍ଦର୍ଶନ ଦେବା । ଜଳ ଉପରେ ଆମର ରଣକୌଶଳାତ୍ମକ ଆଭିମୁଖ୍ୟ ନୂଆ ଦିସା ପାଇବ। ସେହିଭଳି ଆର୍ଥିକ କ୍ଷେତ୍ରରେ ଆମର ଯେଉଁ ଦୃଢ ସହଯୋଗ ରହିଛି, ଫାଷ୍ଟଟ୍ରାକ ମେକାନିଜିମ୍ ମାଧ୍ୟମରେ ତାହା ନୂଆ ବଳ ପାଇବ ଏବଂ ପୁଞ୍ଜିନିବେଶକୁ ପ୍ରୋତ୍ସାହନ ମିଳିବ । ମୋର ବିଶ୍ୱାସ ଯେ, କୋଭିଡ ପରବର୍ତ୍ତୀ କାଳରେ ଅନେକ ନୂଆ ସୁଯୋଗ ସୃଷ୍ଟି ହେବ ଯେଉଁଠି ଆମ ଭଳି ସମଭାବପନ୍ନ ଦେଶ ପାରସ୍ପରିକ ସହଯୋଗକୁ ବଢାଇପାରିବେ ।
ମହାମହିମ,
୨୦୧୯ରେ ନେଦରଲ୍ୟାଣ୍ଡର ରାଜଦମ୍ପତିଙ୍କ ଭାରତଗସ୍ତ ଦ୍ୱିପାକ୍ଷିକ ସମ୍ପର୍କକୁ ନୂଆ ଶକ୍ତି ଯୋଗାଇଛି । ମୋର ବିଶ୍ୱାସ, ଆଜିର ଭର୍ଚୁଆଲ ଶିଖର ବୈଠକ ଏହି ସମ୍ପର୍କକୁ ଅଧିକ ଦୃଢୀଭୂତ କରିବ ।
ମହାମହିମ,
ଆପଣ ଏଇ ଟିକେ ଆଗରୁ ପ୍ରବାସୀ ଭାରତୀୟ ସମ୍ପ୍ରଦାୟଙ୍କ କଥା ଉଲ୍ଲେଖ କରିଥିଲେ । ଏହା ସତ ଯେ ୟୁରୋପରେ ବହୁସଂଖ୍ୟକ ଭାରତୀୟ ବଂଶୋଦ୍ଭବ ବାସ କରୁଛନ୍ତି । ତେବେ ଏହି କରୋନା ମହାମାରୀ କାଳରେ ଆପଣ ଭାରତୀୟ ମୂଳର ଲୋକଙ୍କ ଭଳ ମନ୍ଦ ବୁଝିବା ସହ ସେମାନଙ୍କର ଯେଉଁ ସେବା ଯତ୍ନ କରିଛନ୍ତି, ସେଥିପାଇଁ ମୁଁ ଗଭୀର କୃତଜ୍ଞତା ଜ୍ଞାପନ କରୁଛି । ଆଗାମୀ ଦିନରେ କୋପ୍-୨୬ ଏବଂ ଭାରତ-ୟୁରୋପୀୟ ୟୁନିୟନ ଶିଖର ବୈଠକରେ ଆମେ ଅନେକ ବିଷୟ ଆଲୋଚନା କରିବାର ସୁଯୋଗ ପାଇବା ।
*****
TKM
Addressing the India-Netherlands Summit. https://t.co/XBcT7ItmVB
— Narendra Modi (@narendramodi) April 9, 2021
Excellency, हमारे संबंध democracy और rule of law जैसी shared values पर आधारित हैं।
— PMO India (@PMOIndia) April 9, 2021
Climate Change, terrorism, pandemics जैसी वैश्विक चुनौतियों पर हमारी approach एक समान है: PM @narendramodi
आज हम अपनी Strategic Partnership on Water से इस सिलसिले को एक नया आयाम देंगे।
— PMO India (@PMOIndia) April 9, 2021
Investment promotion के लिए Fast Track Mechanism की स्थापना भी हमारे मजबूत economic cooperation को नया momentum देगी: PM @narendramodi
Delighted to co-chair the India-Netherlands Virtual Summit with my friend, PM @MarkRutte. We held fruitful discussions on further strengthening bilateral cooperation. I welcome the Strategic Partnership on Water with Netherlands.
— Narendra Modi (@narendramodi) April 9, 2021
We also reaffirmed commitment to multilateralism, and agreed to work closely on common global challenges like COVID-19, Climate Change and also collaborate in Indo-Pacific.
— Narendra Modi (@narendramodi) April 9, 2021