ପିଏମଇଣ୍ଡିଆ
ମିଳିତ ଜାତିସଂଘର ମହାସଚିବ, ଆଣ୍ଟୋନିଓ ଗୁଟେରସ,
ଆନ୍ତର୍ଜାତିକ ସୌର ସଂଗଠନ ଏବଂ ଭାରତ ମହାସାଗର ବଳୟ ସଂଗଠନର ଏଠାରେ ଉପସ୍ଥିତ ଥିବା ମନ୍ତ୍ରୀବୃନ୍ଦ, ମୋର କ୍ୟାବିନେଟର ସହଯୋଗୀଗଣ, ବିଶେଷ ଭାବେ ଯୁବ ବିଦ୍ୟାର୍ଥୀ ବନ୍ଧୁ, ଦେବୀ ଓ ସଜ୍ଜନମଣ୍ଡଳୀ,
ଆଜି ସକାଳେ ସ୍ୱଚ୍ଛତା ସହ ସଂଶ୍ଳିଷ୍ଟ ଏକ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ମହାନୁଭବ ଆଣ୍ଟୋନିଓ ଗୁଟେରସ ମହୋଦୟଙ୍କ ସହ ମୋତେ ସାମିଲ ହେବାର ଅବସର ମିଳିଥିଲା । ଆଜି ଏଠାରେ ମହାତ୍ମା ଗାନ୍ଧୀଙ୍କ 150ତମ ଜୟନ୍ତୀର ଆୟୋଜନ ଦେଶ ଓ ସାରା ବିଶ୍ୱରେ ଆରମ୍ଭ ହେଉଛି । ସବୁଜ ଭବିଷ୍ୟତ ସକାଶେ ହେଉଥିବା ଏହି ମାନସ ମନ୍ଥନର ଆରମ୍ଭ ସକାଶେ ଆଜି ଠାରୁ ବଳି ଉଚିତ ଅବସର ଆଉ କିଛି ହୋଇନପାରେ ।
ଅନ୍ତରାଷ୍ଟ୍ରୀୟ ସୌର ସଂଗଠନ (ଆଇଏସଏ), ଏବଂ ମୁଁ ଚାହିଁବି ଯେ ଲୋକପ୍ରିୟ ଭାବେ ଏହା ‘ଆଇସା’ ଭାବେ କ୍ରମେ ପରିଚିତ ହେବ ଅର୍ଥାତ୍ ‘ଆଇସା’ ଭାଗୀଦାର ହେବ । ବିଶ୍ୱ ଅକ୍ଷୟ ଶକ୍ତି ନିବେଶ ଓ ଏକ୍ସପୋ ଏବଂ ପୁନଃନିବେଶର ବୈଠକ ହୋଇଥାଉ କିମ୍ବା ଭାରତ ମହାସାଗର ବଳୟ ସଂଗଠନର ଶକ୍ତି ସଂକ୍ରାନ୍ତ ସମ୍ମିଳନୀ ହୋଇଥାଏ ତିନୋଟିଯାକ ସଂସ୍ଥାର ସେଇ ଗୋଟିଏ ବୃହତ୍ ଲକ୍ଷ୍ୟ । ଏବଂ ତାହା ହେଲା ଭବିଷ୍ୟତର ସ୍ୱଚ୍ଛ ଶକ୍ତିର ବିକଳ୍ପ ପ୍ରସ୍ତୁତ କରିବା ।
ବନ୍ଧୁଗଣ, ଗତ 150 – 200 ବର୍ଷ ଭିତରେ ମାନବ ଜାତି ନିଜର ଶକ୍ତି ଆବଶ୍ୟକତାକୁ ସାକାର କରିବା ସକାଶେ ଧରିତ୍ରୀ ତଳେ ଭୂଗର୍ଭରେ ଥିବା ସଂସାଧନ ଉପରେ ହିଁ ଅଧିକତର ନିର୍ଭର କରିଆସିଛି । ଆମର ପ୍ରକୃତି କିଭଳି ଭାବେ ଏହାର ବିରୋଧ କରିଛି ଏବଂ ଆଜି ବି କରିଚାଲିଛି, ତାହା ଆମେ ସଭିଏଁ ଦେଖିପାରୁଛୁ । ପ୍ରକୃତି ଆମକୁ ନିରବଚ୍ଛିନ୍ନ ଭାବେ ସନ୍ଦେଶ ଦେଇ ଚାଲିଛି ଯେ ଭୂପୃଷ୍ଠରେ ମହଜୁଦ ଥିବା ଶକ୍ତି, ତାହା ସୂର୍ଯ୍ୟ ହୋଇଥାଏ କିମ୍ବା ବାୟୁ ଅଥବା ଜଳ, ତାହା ହେଉଛି ଉତ୍ତର ତଥା ସୁରକ୍ଷିତ ଭବିଷ୍ୟତ ପାଇଁ ସମାଧାନ ସୂତ୍ର ।
ମୋତେ ଖୁସି ଲାଗୁଛି ଯେ ଆଜି ଆମେମାନେ ସଭିଏଁ ପ୍ରକୃତି ଠାରୁ ମିଳୁଥିବା ଏହି ସନ୍ଦେଶ ଉପରେ ମନ୍ଥନ ପାଇଁ ଏକଜୁଟ ହୋଇଛେ ।
ସାଥୀଗଣ, ମୋର ମନେଅଛି, ତିନି ବର୍ଷ ପୂର୍ବେ ଅକ୍ଷୟଶକ୍ତି-ନିବେଶ (RE-ଇନଭେଷ୍ଟ)ର ପ୍ରଥମ ବୈଠକରେ ମୁ ଅକ୍ଷୟ ଶକ୍ତି କ୍ଷେତ୍ରରେ ମେଗାୱାଟରୁ ଗିଗାୱାଟ ଦିଗରେ ଭାରତର ଯାତ୍ରାର ସଂକଳ୍ପ ଆମ ଦେଶବାସୀଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲି । ସେତେବେଳେ ମୁଁ ଏକଥା ସ୍ପଷ୍ଟ କରିଥିଲି ଯେ ସୌର ଏବଂ ସବୁଜ ଶକ୍ତିର ଲାଭ ସେତେବେଳେ ମିଳିପାରିବ ଯେତେବେଳେ ତାହା ଶସ୍ତା ହେବ ଏବଂ ସୁଲଭରେ ଉପଲବ୍ଧ ହେବ । ଏବଂ ସେଥିପାଇଁ ମୁଁ ସୌର ସଂପଦରେ ସମୃଦ୍ଧ ରାଷ୍ଟ୍ରସମୂହଙ୍କର ଏକ ଏକୀକୃତ ମଞ୍ଚ/ପ୍ଲାଟଫର୍ମ ଗଠନ କରିବାର ପ୍ରସ୍ତାବ ସାମ୍ନାରେ ରଖିଥିଲି । ମୋତେ ଖୁସି ଲାଗୁଛି ଯେ ଆମେମାନେ ଖୁବ୍ କମ୍ ସମୟ ମଧ୍ୟରେ ଏହି ଯୋଜନାଗୁଡ଼ିକୁ ଆଗକୁ ବଢ଼ାଇ ନେବାରେ ଅଭୂତପୂର୍ବ ସଫଳତା ମିଳିପାରିଛି ।
ସାଥିଗଣ, ଆଜି ଆନ୍ତର୍ଜାତିକ ସୌର ସଂଗଠନ ସମଗ୍ର ବିଶ୍ୱ ପାଇଁ ଆଶାର ଏକ ବିରାଟ କିରଣ ଭାବେ ସାମ୍ନାକୁ ଆସିଛି । ତିନି ବର୍ଷ ଭତରେ ଏହି ସଂଗଠନ ଏକ ଚୁକ୍ତିଭିତ୍ତିକ ଆନ୍ତଃ ସରକାରୀସ୍ତରୀୟ ସଂଗଠନରେ ପରିଣତ ହୋଇଛି । 125 କୋଟି ଭାରତୀୟଙ୍କର ଏକଥା ଲାଗି ଖୁସି ଯେ ଆଇଏସଏର ମୁଖ୍ୟାଳୟ ଭାରତରେ ସ୍ଥାପିତ ହୋଇଛି । ଏହା ଆଇଏସଏ ପ୍ରତି ନିଜସ୍ଵପଣ ଦିଗରେ ବଢ଼ିବାରେ ଲାଗିଛି ।
ମୋତେ ଲାଗୁଛି ଯେତେବେଳେ ବି ଭବିଷ୍ୟତରେ ଏକବିଂଶ ଶତାବ୍ଦୀରେ ସ୍ଥାପିତ ମାନବ କଲ୍ୟାଣର ବୃହତ୍ ସଂଗଠନମାନଙ୍କ ବିଷୟରେ ଚର୍ଚ୍ଚା ହେବ, ତେବେ ଆଇଏସଏର ନାମ ସେଥିରେ ସର୍ବାଗ୍ରେ ରହିବ । ଆଇଏସଏ ଦୃଷ୍ଟିରୁ ଆମେ ସମସ୍ତେ ଜଳବାୟୁ ନ୍ୟାୟକୁ ସୁନିଶ୍ଚିତ କରିବା ଦିଗରେ ଏକ ବହୁତ ବଡ଼ ମଞ୍ଚ ପ୍ରସ୍ତୁତ କରିପାରିଛୁ । ଆଗାମୀ ପିଢ଼ିମାନଙ୍କୁ ମାନବତା ସହ ସଂଶ୍ଳିଷ୍ଟ ଥିବା ଏହା ବହୁତ ବଡ଼ ଉପହାର ଆମେମାନେ ସମସ୍ତେ ମିଳିମିଶି ପ୍ରଦାନ କରିଛୁ । ସାଥୀଗଣ, ମୁଁ ସଦାବେଳେ ଏହି କଥାରେ ବିଶ୍ୱାସୀ ଯେ ବିଶ୍ୱର ଶକ୍ତି ଚାହିଦା ପୂରଣ ସକାଶେ ଆଜି ଓପିଇସି ଯେଉଁ ଭୂମିକା ନିର୍ବାହ କରୁଛି, ସେହି ଭୂମିକା ଆଗାମୀ ଦିନରେ ଆନ୍ତର୍ଜାତିକ ସୌର ସଂଗଠନର ହେବ । ଆଜି ତୈଳକୂପଗୁଡ଼ିକ ଯେଉଁ ଭୂମିକା ନିର୍ବାହ କରୁଛନ୍ତି, ସେହି ଭୂମିକା ଭବିଷ୍ୟତରେ ସୂର୍ଯ୍ୟ କିରଣ ହିଁ ସଂପାଦନ କରିବ । ଆଜି ଆଇସାର ଏହି ପ୍ରୟାସ ଯେଉଁଠାରେ ପହଞ୍ଚôଛି, ସେଥବରେ ସକ୍ରିୟ ସହଯୋଗ ପାଇଁ ମିଳିତ ଜାତିସଂଘ ବିଶେଷ ଭୂମିକାକୁ ମୁଁ ସ୍ୱତନ୍ତ୍ର ଭାବେ କୃତଜ୍ଞତା ଜ୍ଞାପନ କରୁଛି ।
ପ୍ୟାରିସରେ ଅନୁଷ୍ଠିତ ଆଇଏସଏର ଶୁଭାରମ୍ଭ କାର୍ଯ୍ୟକ୍ରମରେ ସେତେବେଳର ମହାସଚିବ ମହାମହୀମ ବାନ୍ କି ମୁନ୍ଙ୍କ ଉପସ୍ଥିତ ରହିବା ଏବଂ ଆଜିର ଏହି କାର୍ଯ୍ୟକ୍ରମରେ ମହାମହୀମ ଆଣ୍ଟୋନିଓ ଗୁଟେରସଙ୍କ ସାମିଲ ହେବା, ଏହା ସୂଚାଉଛି ଯେ ମିଳିତ ଜାତିସଂଘ ଏହି ମଞ୍ଚକୁ କେତେ ମାତ୍ରାରେ ଗୁରୁତ୍ୱ ପ୍ରଦାନ କରେ । ମୁଁ ଏହି ଅବସରରେ ଫ୍ରାନ୍ସର ରାଷ୍ଟ୍ରପତିଙ୍କୁ, ତାଙ୍କ ସରକାରକୁ ବି ସେମାନଙ୍କର ସହଯୋଗ ଓ ସମର୍ଥନ ସକାଶେ ହୃଦୟପୂର୍ବକ ମୋର କୃତଜ୍ଞତା ବ୍ୟକ୍ତ କରୁଛି ।
ବନ୍ଧୁଗଣ, ଆଇଏସଏର ଏହି ପ୍ରଥମ ଅଧିବେଶନରେ 40ଟି ରାଷ୍ଟ୍ରର ପ୍ରତିନିଧି ଉପସ୍ଥିତ ଅଛନ୍ତି । କିନ୍ତୁ ଏବେ ଆମେ ସେହି ଦିଗରେ ଆଗକୁ ବଢିବାକୁ ହେବ ଯେତେବେଳେ ସମଗ୍ର ଶକ୍ତିର ଏହି ବିକଳ୍ପ କେବଳ କର୍କଟ ଏବଂ ମକର କ୍ରାନ୍ତି ଆଖପାଖରେ ଥିବ 125ଟି ରାଷ୍ଟ୍ରଙ୍କ ମଧ୍ୟରେ ସୀମିତ ରହିବନାହିଁ, ଅପରନ୍ତୁ ସମଗ୍ର ବିଶ୍ୱକୁ ଏହାର ସୁଫଳ ଉପଲବ୍ଧ ହେବ । ସୌର ଶକ୍ତି ସକାଶେ ସାର୍ବଜନୀନ ସହଯୋଗର ଭାବନା ଦିଗରେ ଭାରତ ଆଇଏସଏର ଅଧିବେଶନରେ ସଂଗଠନର ସମସ୍ତ ସଦସ୍ୟ ରାଷ୍ଟ୍ରଙ୍କୁ ସଦସ୍ୟତା ପ୍ରଦାନ ପ୍ରସ୍ତାବ ରଖିବାକୁ ଯାଉଛି ।
ବନ୍ଧୁଗଣ, ଭାରତ ମହାସାଗର ବଳୟ ସଂଗଠନର ଏକ ମହତ୍ତ୍ୱପୂର୍ଣ୍ଣ ସଦସ୍ୟ ଦୃଷ୍ଟିରୁ ଭାରତ ଏହି ସଂଗଠନକୁ ଢ଼େର୍ ମହତ୍ତ୍ୱ ପ୍ରଦାନ କରେ । ଆମର ଶକ୍ତି ସମନ୍ଧୀୟ ଚାଲେଞ୍ଜଗୁଡ଼ିକ ଏକା ପ୍ରକାରର । ସେଥିପାଇଁ ନିଜର ଶକ୍ତି ନିରାପତ୍ତାକୁ ଦୃଷ୍ଟିରେ ରଖି ଅକ୍ଷୟ ଶକ୍ତି ଉପରେ ଆମେମାନେ ମିଳିତ ଭାବେ ଗୁରୁତ୍ୱ ଆରୋପ କରିବାକୁ ହେବ ।
ମୁଁ ପ୍ରଥମରୁ ହିଁ ‘ସାଗର’ (SAGAR) ଅର୍ଥାତ୍ ଏହି କ୍ଷେତ୍ରର ସମସ୍ତଙ୍କ ସକାଶେ ନିରାପତ୍ତା ଓ ଅଭିବୃଦ୍ଧିର ଭାବନାକୁ ସାମନାରେ ରଖିସାରିଛି । ମୋର ବିଶ୍ୱାସ ଯେ ଏହି ବୈଠକରୁ ସହଯୋଗର ନୂତନ ଦ୍ୱାର ଉନ୍ମୋଚିତ ହୋଇପାରିବ ।
ବନ୍ଧୁଗଣ, ଅକ୍ଷୟ ଶକ୍ତିର ଉପଯୋଗ ବୃଦ୍ଧିର ଭାରତ ଉପରେ ପ୍ରଭାବ ଦେଖିବାକୁ ମିଳିବା ଆରମ୍ଭ କରିଛି । ପ୍ୟାରିସ ଜଳବାୟୁ ରାଜିନାମାର ଲକ୍ଷ୍ୟ ପୂରଣ କରିବା ସକାଶେ ଅକ୍ଷୟ ଶକ୍ତିର ଉପଯୋଗର କାର୍ଯ୍ୟ ଯୋଜନା ଉପରେ କାମ ଆରମ୍ଭ ହୋଇଛି । ଆମେ ସ୍ଥିର କରିଛୁ ଯେ 2030 ସୁଦ୍ଧା ଆମର 40 ପ୍ରତିଶତ ବିଜୁଳି ଶକ୍ତିର କ୍ଷମତା ଅଣ ଜୀବାସ୍ମ ଇନ୍ଧନ ଭିତ୍ତିକ ସଂସାଧନରୁ ଉତ୍ପାଦନ ହେଉଥିବ । ଏହି ଲକ୍ଷ୍ୟ ହାସଲ କରିବା ଦିଗରେ ବିଗତ ଚାରି ବର୍ଷ ଭିତରେ ଭାରତ ଅକ୍ଷୟ ଶକ୍ତିର ନିଜର କ୍ଷମତାକୁ 72 ଗିଗାୱାଟ ଅର୍ଥାତ୍ ଦ୍ୱିଗୁଣିତ କରିଛି । ସେଥିରେ ବି ସୌର ଶକ୍ତିର କ୍ଷମତାରେ 9 ଗୁଣ ଅଭିବୃଦ୍ଧି ହୋଇଛି । ଆଜି ଯେତେ ବିଜୁଳି ଉତ୍ପାଦନ ଆମେ କରୁଛୁ ତାହାର 20 ପ୍ରତିଶତ ଅଂଶ ଅଣ ଜଳ ଅକ୍ଷୟ ଉତ୍ସରୁ ହେଉଛି । କେବଳ ସେତିକି ନୁହେଁ, ପାଖାପାଖି 50 ଗିଗାୱାଟ କ୍ଷମତା ଖୁବ୍ ଶୀଘ୍ର ଯୋଡ଼ିହେବ । ଏହା ସ୍ପଷ୍ଟ ସଂକେତ ଦିଏ ଯେ 2022 ସୁଦ୍ଧା 175 ଗିଗାୱାଟ ଅକ୍ଷୟ ଶକ୍ତି ଉତ୍ପାଦନର ଯେଉଁ ଲକ୍ଷ୍ୟ ଆମେମାନେ ରଖିଛୁ, ସେହି ରାସ୍ତାରେ ଆମେ ସଫଳତାର ସହ ଆଗକୁ ବଢ଼ିଚାଲିଛୁ ଏବଂ ଏହାକୁ ଆମେ ନିଶ୍ଚିତ ରୂପେ ସାକାର କରିପାରିବୁ ।
ସାଥୀଗଣ, ଆଜି ଭାରତ ଦାରିଦ୍ର୍ୟରୁ ଶକ୍ତିଶାଳୀ, ଏହି ନୂତନ ଆତ୍ମବିଶ୍ୱାସର ସହ ବିକାଶର ଗତିକୁ କ୍ଷିପ୍ରତର କରିଚାଲିଛି । ଏହି ନୂତନ ଆତ୍ମବିଶ୍ୱାସକୁ ଶକ୍ତି ଦେବା ସକାଶେ ଆମେ ଏହାକୁ ଚୟନ କରିଛୁ ଯେ ହଜାର ହଜାର ବର୍ଷ ଧରି ଆମର ଶକ୍ତିର ଯିଏ ସ୍ରୋତ ହୋଇ ରହିଆସିଛି, ଶକ୍ତିର ଅସରନ୍ତି ଭଣ୍ଡାର ହୋଇ ରହିଛି, ସେହି ଭଣ୍ଡାର ହେଲା ସୂର୍ଯ୍ୟ ଯାହାକୁ ଆମେ ଭାରତର ଲୋକେ ସୂର୍ଯ୍ୟଦେବ ଭାବେ ପୂଜା କରିଆସୁଛୁ ।
ସାଥୀଗଣ, ସୂର୍ଯ୍ୟ ଆମମାନଙ୍କ ସକାଶେ ପ୍ରକାଶର ଦେବତା । ଶକ୍ତିର ଦେବତା । ଆମର ଏଠାରେ ମାନ୍ୟତା ରହିଛି ଯେ ସୂର୍ଯ୍ୟ ସମଗ୍ର ସୃଷ୍ଟିର ଗତିଦାତା ଅଟନ୍ତି । ଓମ୍ ସୂର୍ଯ୍ୟାୟ ନମଃ ମନ୍ତ୍ର ଉଚ୍ଚାରଣ କରି ଏବଂ ସୂର୍ଯ୍ୟଙ୍କ ପ୍ରଥମ କିରଣକୁ ଅର୍ଘ୍ୟ ଦାନକରି ଦିବସର ଆରମ୍ଭ କରିବା ଆମ ସାମାଜିକ ଜୀବନର ସହଜ ପରମ୍ପରା । ବେଦ ଠାରୁ ଆରମ୍ଭ କରି ଯୋଗ ପର୍ଯ୍ୟନ୍ତ ସୂର୍ଯ୍ୟ ଆମର ଚିନ୍ତନ, ଆମର ଉପାସନା, ଆମର ଆନ୍ତରିକ ଶକ୍ତିର ସ୍ରୋତ ରହିଆସିଛି । ଏବେ ଏହି ଆନ୍ତରିକ ଶକ୍ତିକୁ ଆଧୁନିକ ବିଜ୍ଞାନର ଶକ୍ତି ସହ ଆମେ ବାହ୍ୟ ଶକ୍ତିର ସାମାଧାନ ପାଇଁ ସଂକଳ୍ପବଦ୍ଧ, ପ୍ରତିବଦ୍ଧ ହୋଇଛୁ ।
ବନ୍ଧୁଗଣ, ସୌରଶକ୍ତି କ୍ଷେତ୍ରରେ ଭାରତ ଢ଼େର କ୍ଷିପ୍ର ଗତିରେ କାର୍ଯ୍ୟ କରିଚାଲିଛି । ବିଗତ ଚାରି ବର୍ଷ ମଧ୍ୟରେ ସୌର ଶକ୍ତି ଢ଼େର ଶସ୍ତା ହୋଇପାରିଛି ଯେଉଁଥିପାଇଁ ଅନେକ ଗରିବ ଲୋକଙ୍କୁ ବିଜୁଳି ସହ ଯୋଡ଼ାଯାଇ ଆମର ଦ୍ରୁତ ଗତିରେ ସମ୍ଭବପର ହୋଇପାରିଛି । ଘରେ ଘରେ ବିଜୁଳି ଶକ୍ତି ପହଞ୍ଚାଇବା ଲାଗି ଆମର ଲକ୍ଷ୍ୟରେ ପାନେଲ ଠାରୁ ପାୱାର ଏବଂ ମେକ୍ ଇନ୍ ଇଣ୍ଡିଆ ବେଶ୍ ମହତ୍ତ୍ୱପୂର୍ଣ୍ଣ ଉପଲବ୍ଧ । ମୁଁ ଅତ୍ୟନ୍ତ ଆନନ୍ଦିତ ଯେ ବିଗତ ଚାରି ବର୍ଷ ଭିତରେ ଅକ୍ଷୟ ଶକ୍ତି କ୍ଷେତ୍ରରେ ଭାରତ ଦୁନିଆର ସବୁଠାରୁ ପସନ୍ଦଯୋଗ୍ୟ ଲକ୍ଷ୍ୟସ୍ଥଳ ଭାବେ ଆଜି ମୁଣ୍ଡ ଟେକିଛି । ପ୍ରାୟ 42 ବିଲିଅନ ଡ଼ଲାରର ନିବେଶ ଏହି ସମୟ ମଧ୍ୟରେ ହୋଇଛି ।
ସାଥୀଗଣ, ସୌର ଶକ୍ତି କ୍ଷେତ୍ରରେ ଆସୁଥିବା ଏହି ପରିବର୍ତ୍ତନ କେବଳ ବିଦେଶୀ ନିବେଶ କ୍ଷେତ୍ରରେ ନୁହେଁ, ବରଂ ଆମର ନିଜର ଉଦ୍ୟୋଗୀଙ୍କ ସକାଶେ ବି ଅଭୂତପୂର୍ବ ଅବସର ହୋଇପାରିଛି । ଆମର ପ୍ରୟାସ ଯେ ଦେଶରେ ହିଁ ସୌର ପାନେଲ ଉତ୍ପାଦନର ଏକ ସୁଦୃଢ଼ ବାତାବରଣ ସୃଷ୍ଟି ହେଉ । ଅକ୍ଷୟ ଶକ୍ତି ସେକ୍ଟରରେ ନିବେଶର ଏହା ହେଉଛି ଉପଯୁକ୍ତ ସମୟ । ଆଗାମୀ ଚାରି ବର୍ଷ ଭିତରେ ଏହି ସେକ୍ଟରରେ ପାଖାପାଖି 70 ରୁ 80 ବିଲିଅନ ଡ଼ଲାରର ବ୍ୟବସାୟର ସମ୍ଭାବନା ଥିବାର ମୁଁ ଲକ୍ଷ୍ୟ କରିପାରୁଛି ।
ସାଥୀଗଣ, ଶକ୍ତି ଉତ୍ପାଦନ ସହ ଶକ୍ତି ଭଣ୍ଡାରକରଣ ବି ସମାନ ଭାବେ ମହତ୍ତ୍ୱପୂର୍ଣ୍ଣ ଏବଂ ସେଥିପାଇଁ ଜରୁରି ଭିତ୍ତିଭୂମି ପ୍ରସ୍ତୁତ କରିବା ସକାଶେ ଜାତୀୟ ଶକ୍ତି ସଂରକ୍ଷଣ ଅଭିଯାନ ଦିଗରେ କାର୍ଯ୍ୟ ଜାରିରହିଛି । ଏହି ମିଶନ ଅଧୀନରେ ସରକାର ଆବଶ୍ୟକତା ସୃଷ୍ଟି, ସ୍ୱକୀୟ ଉତ୍ପାଦନ, ଅଭିନବତ୍ୱ ଏବଂ ଶକ୍ତି ସଂରକ୍ଷଣ କ୍ଷମତା ବୃଦ୍ଧି ସକାଶେ ଜରୁରୀ ନୀତି ସହଯୋଗ ଉପରେ ଗୁରୁତ୍ୱ ଦେଉଛନ୍ତି ।
‘କୁସୁମ’ ଅର୍ଥାତ୍ ଶକ୍ତି ସୁରକ୍ଷା ଏବଂ ଉତ୍ଥାନ ମହାଅଭିଯାନ ମାଧ୍ୟମରେ ଗାଁରେ କ୍ଷେତରେ ହିଁ ସୌର ପାନେଲ ଖଞ୍ଜିବା ଏବଂ ସେସବୁକୁ ଗ୍ରୀଡ଼ ସହ ଯୋଡ଼ିବାର ବ୍ୟବସ୍ଥା କରାଯାଉଛି । ଆଗାମୀ ଚାରି ବର୍ଷ ମଧ୍ୟରେ ସାରା ଦେଶରେ ପାଖାପାଖି 28 ଲକ୍ଷ ସୌର ପମ୍ପ ଲଗାଯିବାର ଯୋଜନା ରହିଛି । ତଦ୍ୱାରା ପ୍ରାୟ 10 ଗିଗାୱାଟ ଶକ୍ତି ଉତ୍ପାଦନର ଲକ୍ଷ୍ୟ ରଖାଯାଇଛି ।
ସାଥୀଗଣ, ସୌର ଓ ବାୟୁ ଶକ୍ତି ସହ ଆମେ ବି-3 ଅର୍ଥାତ, ବାୟୋମାସ୍, ବାୟୋ ଫୁଏଲ, ଏବଂ ବାୟୋ ଶକ୍ତି ଉପରେ ବି ବେଶ୍ ବେଗରେ କାର୍ଯ୍ୟ କରୁଛୁ । ଭାରତରେ ପରିବହନ ବ୍ୟବସ୍ଥାକୁ ସ୍ୱଚ୍ଛ ଇନ୍ଧନଭିତ୍ତିକ କରିବା ଲାଗି ଗମ୍ଭୀର ପ୍ରୟାସ କରାଯାଉଛି । ବାୟୋଗ୍ୟାସରୁ ବାୟୋ ଇନ୍ଧନ ପ୍ରସ୍ତୁତକରି ଆମେ ଏହି ଚାଲେଞ୍ଜକୁ ଅବସରରେ ପରିଣତ କରୁଛୁ । ଆମେ ଗୋବର ଗ୍ୟାସ୍ର ଏକ ବଡ଼ ଯୋଜନା ଏଥିପାଇଁ ପ୍ରସ୍ତୁତ କରୁଛୁ । ବର୍ଜ୍ୟରୁ ଶକ୍ତି ଉତ୍ପାଦନ ସକାଶେ ଗାଁ ଗାଁରେ , ସହରମାନଙ୍କରେ ଏହାର ଅନେକ ନୂତନ ପ୍ରୟୋଗ ହେଉଛି ।
ସାଥୀଗଣ, ପର୍ଯ୍ୟାବରଣର ସୁରକ୍ଷା ସକାଶେ ଅକ୍ଷୟ ଶକ୍ତି ଉପରେ ତ କାର୍ଯ୍ୟ ଜାରି ରହିଛି, ବିଜୁଳି ଶକ୍ତି ସଞ୍ଚୟ ହେବା ଆବଶ୍ୟକ ଏହା ମଧ୍ୟ ଆମର ପ୍ରାଥମିକତା ଭିତରୁ ଅନ୍ୟତମ । ଉଜାଲା ଯୋଜନା ମାଧ୍ୟମରେ ଦେଶର ଘରେ ଘରେ, ଗଳି ଗଳିରେ ଏବଂ ସଡ଼କ ଉପରେ ଏଲଇଡ଼ି ବଲ୍ବର ଆଲୋକ ଏବେ ଆଲୋକ ବିଚ୍ଛୁରିତ କରୁଛି । ଭାରତର ପ୍ରତି କୋଣରେ ଆଜି ଏହି କାର୍ଯ୍ୟ ଜାରି ରହିଛି । ଏହି ଯୋଜନା ମାଧ୍ୟମରେ ଏବେସୁଦ୍ଧା ପ୍ରାୟ 31 କୋଟି ଏଲଇଡ଼ି ବଲ୍ବ ବଣ୍ଟାଯାଇ ସାରିଛି । ଏହି 31 କୋଟି ଏଲଇଡ଼ି ବଲ୍ବ ଏକ ଢ଼େର୍ ବଡ଼ ସଂଖ୍ୟା ଯେଉଁଥିରୁ ପ୍ରତିବର୍ଷ 40 ହଜାର ନିୟୁତ କିଲୋୱାଟ ବିଜୁଳିଶକ୍ତି ବଞ୍ଚାଯାଇପାରୁଛି । କିଏ ଏହା କଳ୍ପନା ସୁଦ୍ଧା କରିପାରିବେ ଯେ ଏହା କେତେ ବଡ଼ ! ସେତିକି ବି ନୁହେଁ, ଦେଶବାସୀଙ୍କ ବିଜୁଳି ବିଲ୍ରେ ବି ପ୍ରତିବର୍ଷ ପାଖାପାଖି 16 ହଜାର କୋଟି ଟଙ୍କା ବଞ୍ଚାଯାଇପାରିଛି ଏବଂ ଢ଼େର ମାତ୍ରାରେ କାର୍ବନ ଡ଼ାଇଅକ୍ସାଇଡ଼ ସୃଷ୍ଟିକୁ ବି ଆମେ ରୋକିପାରିଛୁ ।
ଏବଂ ମୁଁ ଏକଥା ମଧ୍ୟ କହିବାକୁ ଚାହିଁବି, ଏହା ତ କେବଳ ଅୟମାରମ୍ଭ ମାତ୍ର । ଆଗାମୀ ଦିନ ଅନେକ ଅବସରରେ ପରିପୂର୍ଣ୍ଣ ରହିଛି । ଆଗକୁ ଆସୁଥିବା ପିଢ଼ି ପାଇଁ ଆମେ ଜଳବାୟୁ ନ୍ୟାୟ ସହ ସଂଯୁକ୍ତ ପ୍ରତ୍ୟେକ ଅବସରର ସମ୍ଭାବନାର ତଲାସ ଆମେ କରୁଛୁ ଏବଂ ସେଦିଗରେ ସଫଳତା ମଧ୍ୟ ମିଳିବାରେ ଲାଗିଛି ।
ମୋର ବିଶ୍ୱାସ ଯେ ଆଗାମୀ ତିନି ଦିନ ମଧ୍ୟରେ ଏହି ଅବସରରେ ବିସ୍ତୃତ ଭାବେ ଆପଣମାନେ ସମସ୍ତ ମହାନୁଭବମାନେ ଚର୍ଚ୍ଚା କରିବେ ଏବଂ ଅକ୍ଷୟ ଭବିଷ୍ୟତକୁ ଆହୁରି ପ୍ରକାଶିତ, ପ୍ରସାଧିତ କରିବାରେ ଯୋଗଦାନ କରିବେ ।
ମୁଁ ଆପଣମାନଙ୍କୁ ବିଶ୍ୱାସ ଦେଉଛି ଯେ ଆପଣମାନଙ୍କ ସମସ୍ତ ପରାମର୍ଶ, ପ୍ରତ୍ୟେକ ଅଭିନବ ଚିନ୍ତାଧାରା ଆମପାଇଁ ବେଶ ମହତ୍ତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ । ଏବଂ ସେଥିପାଇଁ ଏବେ ବେଶ ଉନ୍ମୁକ୍ତ ଭାବେ ମାନବ ସମ୍ବଳ ବିକାଶ ହେବା ଆବଶ୍ୟକ, ପ୍ରଯୁକ୍ତିର ଉନ୍ନତିକରଣ ହେବା ଉଚିତ, ନୂଆ ନୂଆ ଦେଶର ଛୋଟ ଛୋଟ କ୍ଷେତ୍ରରେ ସେସବୁର ପ୍ରୟୋଗ ସାଧାରଣ ଲୋକମାନେ କରୁଥିବେ । ସେହିସବୁ ପ୍ରସଙ୍ଗକୁ ଆମେମାନେ ପୁଣିଥରେ ସାମ୍ନାକୁ ଆଣିବା ଏବଂ ମୋର ବିଶ୍ୱାସ ଯେ ଆମେମାନେ ଏହି ଅଭିଯାନକୁ ସଂପୂର୍ଣ୍ଣ କରିପାରିବା । ଏବଂ ଆମେ ବିଶ୍ୱ ସମ୍ମୁଖରେ ଆର୍ଥିକ ଜଗତରେ ଜଗତୀକରଣର ଚର୍ଚ୍ଚା କରୁଛେ । ପ୍ରଯୁକ୍ତି ବିଶ୍ୱକୁ ଖୁବ୍ ନିକଟତର କରିପାରିଛି । ଆମେ ବି ଏକ ସ୍ୱପ୍ନକୁ ନେଇ ଆଗକୁ ଅଗ୍ରସର ହେବା ଯେ ଗୋଟିଏ ଦୁନିଆ, ଗୋଟିଏ ସୂର୍ଯ୍ୟ, ଗୋଟିଏ ଗ୍ରୀଡ଼ (One World, One Sun, One Grid ) ସମସ୍ତଙ୍କ ପାଇଁ ଉପଲବ୍ଧ ହେଉ ।
ଯଦି ଆମେ ଏହି ଅଭିଯାନକୁ ପାର କରିପାରିବା, ତେବେ ଆପଣମାନେ କଳ୍ପନା କରିପାରୁଥିବେ ଯେ ଯେଉଁଠି ସୂର୍ଯ୍ୟ ଊଦୟ ହେଉଛି, ସେଠାରୁ ନେଇ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଏହି ଗ୍ରୀଡ଼ ଜାରି ରହିବ । ତା’ହେଲେ ଚବିଶ ଘଣ୍ଟା ସୂର୍ଯ୍ୟଙ୍କ ଠାରୁ ବିଜୁଳି ମିଳିପାରିବ । ଏବେ ଆମ ଦେଶରେ ଯେତେ ଘଣ୍ଟା ସୂର୍ଯ୍ୟକିରଣ ଉପଲବ୍ଧ ହେଉଛି ସେଇକଥା ଆମେ ଚିନ୍ତା କରୁଛୁ । କିନ୍ତୁ ଯେତେବେଳେ ଏକ ବିଶ୍ଵ, ଏକ ସୂର୍ଯ୍ୟ, ଏକ ଗ୍ରୀଡ (One World, One Sun, One Grid) ଭଳି ସ୍ୱପ୍ନକୁ ନେଇ ଆମେ ଆଗକୁ ଅଗ୍ରସର ହେବୁ, ସେତେବେଳେ ଯେକୌଣସି ସ୍ଥାନରେ ଯେ ପର୍ଯ୍ୟନ୍ତ ସୂର୍ଯ୍ୟ ଅସ୍ତ ଯାଇନାହାନ୍ତି ସେଠାରେ ବିଜୁଳି ଶକ୍ତି ପାଇବା ଅସମ୍ଭବ ହେବନାହିଁ । କାରଣ ସୂର୍ଯ୍ୟ କୌଣସି ନା କୌଣସି ସ୍ଥାନରେ ତ ନିଶ୍ଚୟ ଥିବେ । କେତେବେଳେ ସୂର୍ଯ୍ୟ ଅସ୍ତ ଯାଆନ୍ତି ନାହିଁ । ତା’ହେଲେ ବିଜୁଳି ପ୍ରବାହ ବନ୍ଦ୍ ହେବାର ପ୍ରଶ୍ନ ଉଠୁନାହିଁ ।
ଏକ ନୂଆ ଉପାୟରେ, ନୂତନ ଢ଼ଙ୍ଗରେ ଚିନ୍ତା କରାଯିବାର ଆବଶ୍ୟକତା ରହିଛି । ଏବଂ ମୋର ପୂର୍ଣ୍ଣ ବିଶ୍ୱାସ ଯେ ଆଇଏସଏର ଏହି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଅବସରରେ ଆମେମାନେ ଏକ ନୂତନ ବିଶ୍ୱାସର ସହ, ନୂତନ ବିଚାରର ସହ, ନୂତନ ଶକ୍ତିର ସହ, ନୂତନ ସଂକଳ୍ପର ସହ, ଏକ ନୂତନ ବିଶ୍ୱ ନିର୍ମାଣରେ ଆମମାନଙ୍କର ଏକ ବିଶେଷ ଭୂମିକା ନିର୍ବାହ ଦିଗରେ ଆମେ ଆଗକୁ ଅଗ୍ରସର ହେବା ।
ଆପଣମାନେ ସମସ୍ତେ ଭାରତ ଆଗମନ କରିଥିବାରୁ, ଏଠାକୁ ଆସି ଏଭଳି ମହତ୍ତ୍ୱପୂର୍ଣ୍ଣ ଅବସରରେ ସାମିଲ ହୋଇଥିବାରୁ , ବିଶ୍ୱର ଉଜ୍ଜ୍ୱଳ ଭବିଷ୍ୟତରେ ନିଜର ସହଭାଗୀତା ପାଇଁ ପୁଣି ଥରେ ମୁଁ ଆପଣମାନଙ୍କୁ ଧନ୍ୟବାଦ ଜ୍ଞାପନ କରୁଛି ।
ଆପଣମାନଙ୍କୁ ଅନେକ ଅନେକ ଧନ୍ୟବାଦ ।
पिछले 150-200 वर्षों में मानव जाति अपनी ऊर्जा जरूरतों के लिए धरती के नीचे दबे संसाधनों पर ही ज्यादा निर्भर रही है।
— PMO India (@PMOIndia) October 2, 2018
हमारी प्रकृति ने कैसे इसका विरोध किया है, और आज भी कर रही है, ये हम सभी देख रहे हैं: PM
प्रकृति हमें लगातार संदेश दे रही है कि जमीन के ऊपर मौजूद ऊर्जा, चाहे वो सूर्य में हो, वायु में हो या पानी में, यही बेहतर और सुरक्षित भविष्य का समाधान है।
— PMO India (@PMOIndia) October 2, 2018
मुझे खुशी है कि आज हम सभी, प्रकृति से मिल रहे इस संदेश पर मंथन के लिए एकजुट हुए हैं: PM
मुझे लगता है जब भी भविष्य में 21वीं सदी में स्थापित मानव कल्याण के बड़े संगठनों की चर्चा होगी, तो International Solar Alliance (ISA) का नाम उसमें सबसे ऊपर होगा।
— PMO India (@PMOIndia) October 2, 2018
ISA के तौर पर हम सभी ने Climate Justice को सुनिश्चित करने की दिशा में, एक बहुत बड़ा मंच तैयार किया है: PM
मेरा ये मानना रहा है कि दुनिया की ऊर्जा आवश्यकताओं की पूर्ति के लिए जो भूमिका आज OPEC निभार रहा है, वही भूमिका आने वाले समय में International Solar Alliance की होने वाली है।
— PMO India (@PMOIndia) October 2, 2018
जो रोल आज तेल के कुओं का है, वही रोल भविष्य में सूर्य की किरणों का होने वाला है: PM
Renewable Energy के बढ़ते उपयोग का भारत में असर दिखने लगा है
— PMO India (@PMOIndia) October 2, 2018
पैरिस समझौते के लक्ष्यों को पूरा करने के लिए Renewable Energy की deployment के एक्शन प्लान पर काम हम शुरु कर चुके हैं
हमने तय किया है कि 2030 तक हमारी 40% बिजली की क्षमता Non Fossil Fuel Based संसाधनों से पैदा हो: PM
आज भारत Poverty to Power के नए आत्मविश्वास के साथ विकास कर रहा है।
— PMO India (@PMOIndia) October 2, 2018
इस नए आत्मविश्वास को शक्ति देने के लिए भी हमने उसको चुना है, जो हज़ारों वर्षों से हमारी शक्ति का स्रोत रहा है, ऊर्जा का भंडार रहा है।
ये भंडार है सूर्य का जिसको हम भारतीय सूर्यदेव भी कहते हैं: PM
Power Generation के साथ-साथ Power Storage भी अहम है। National Energy Storage Mission पर काम किया जा रहा है।
— PMO India (@PMOIndia) October 2, 2018
इस मिशन के तहत सरकार Demand Creation, Indigenous Manufacturing, Innovation और Energy Storage की क्षमता बढ़ाने के लिए Policy Support पर बल दे रही है: PM
Solar और Wind power के साथ-साथ हम B3 यानी Biomass-Biofuel-Bioenergy पर भी तेज़ी से काम कर रहे हैं।
— PMO India (@PMOIndia) October 2, 2018
भारत में ट्रांसपोर्ट सिस्टम को क्लीन फ्यूल बेस्ड बनाने की तरफ गंभीर प्रयास किए जा रहे हैं।
बायोवेस्ट से बायोफ्यूल बनाकर हम इस चुनौती को अवसर में बदल रहे हैं: PM
India is proud to host the first Assembly of the International Solar Alliance, the second IORA Renewable Energy Ministerial Meeting and the 2nd Global RE-Invest (Renewable Energy Investors’ Meet and Expo). pic.twitter.com/SBb6xwJ9fI
— Narendra Modi (@narendramodi) October 2, 2018