Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଅକ୍ଷୟ ଶକ୍ତି କ୍ଷେତ୍ରରେ ଭାରତ, ଇଟାଲୀ ସହଯୋଗ ବୁଝାମଣାକୁ କ୍ୟାବିନେଟ ଅନୁମୋଦନ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଅକ୍ଷୟ/ନବୀକରଣଯୋଗ୍ୟ ଶକ୍ତି କ୍ଷେତ୍ରରେ ଭାରତ ଏବଂ ଇଟାଲୀ ମଧ୍ୟରେ ହୋଇଥିବା ବୁଝାମଣାପତ୍ର (ଏମଓୟୁ)କୁ ଅନୁମୋଦନ ମିଳିଛି । ଏହି ଏମଓୟୁ 30 ଅକ୍ଟୋବର, 2017ରେ ନୂଆଦିଲ୍ଲୀରେ ସ୍ୱାକ୍ଷରିତ ହୋଇଥିଲା । ଏଥିରେ ଭାରତ ସରକାରଙ୍କ ନବୀନ ଏବଂ ନବୀକରଣଯୋଗ୍ୟ ଶକ୍ତି ମନ୍ତ୍ରଣାଳୟର ସଚିବ ଶ୍ରୀ ଆନନ୍ଦ କୁମାର ଏବଂ ଭାରତରେ ଅବସ୍ଥାପିତ ଇଟାଲୀ ରାଷ୍ଟ୍ରଦୂତ ଲୋରେଞ୍ଜୋ ଆଞ୍ଜେଲିନୀ ସ୍ୱାକ୍ଷର କରିଥିଲେ ।

ଆପୋସ ଲାଭ, ସମାନତା ଏବଂ ପାରସ୍ପରିକ ସହଯୋଗ ଆଧାରରେ ନବୀନ ଏବଂ ନବୀକରଣଯୋଗ୍ୟ ଶକ୍ତି କ୍ଷେତ୍ରରେ ବୈଷୟିକ ଓ ଦ୍ୱିପାକ୍ଷିକ ସହଯୋଗକୁ ପ୍ରୋତ୍ସାହନ ଦେବା ଲାଗି ଭାରତ ଏବଂ ଇଟାଲୀ ରାଜି ହୋଇଛନ୍ତି । ଏଥିପାଇଁ ଏକ ସହକାରୀ ସଂସ୍ଥାଗତ ସମ୍ପର୍କ ପ୍ରତିଷ୍ଠା କରିବା ନିମନ୍ତେ ଏକ ଉଚିତ ଆଧାର ପ୍ରତିଷ୍ଠା କରିବା ଲାଗି ଲକ୍ଷ୍ୟ ରଖାଯାଇଛି । ଏହି ଏମଓୟୁରେ ସହଯୋଗ ସହ ଜଡ଼ିତ ପ୍ରସଙ୍ଗଗୁଡ଼ିକର ସମୀକ୍ଷା, ଅନୁଧ୍ୟାନ ଏବଂ ବିଚାରବିମର୍ଷ କରିବା ଲାଗି ଏକ ମିଳିତ କାର୍ଯ୍ୟକାରୀ ସମିତି ଗଠନ କରିବା ଲାଗି ପରିକଳ୍ପନା କରାଯାଇଛି । ଏହାର ଉଦେ୍ଦଶ୍ୟ ହେଉଛି ଦୁଇ ଦେଶ ମଧ୍ୟରେ ବିଶେଷ ଜ୍ଞାନର ମତ ବିନିମୟ ଏବଂ ସୂଚନାର ନେଟୱାର୍କିଂ କରିବା । ଏହାଦ୍ୱାରା ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସହଯୋଗକୁ ମଧ୍ୟ ସହାୟତା ମିଳିପାରିବ ।

*****