ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଅକ୍ଷୟ ଶକ୍ତି କ୍ଷେତ୍ରରେ ଭାରତ-ସ୍ପେନ ସହଯୋଗ ପାଇଁ ଭାରତ ଏବଂ ସ୍ପେନ ମଧ୍ୟରେ ସ୍ୱାକ୍ଷରିତ ବୁଝାମଣାପତ୍ର (ଏମଓୟୁ)କୁ ଅନୁମୋଦନ ମିଳିଛି । ଏହି ଏମଓୟୁ 30 ମେ, 2017ରେ ସ୍ୱାକ୍ଷରିତ ହୋଇଥିଲା ।
ଏହି ଏମଓୟୁ ଦ୍ୱାରା ବିଶେଷଜ୍ଞମାନଙ୍କ ଆଦାନ-ପ୍ରଦାନ ଏବଂ ସୂଚନାର ନେଟୱାର୍କିଂ ଜରିଆରେ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ପାଇବ ।
ଦୁଇ ପକ୍ଷ ସହକାରୀ ସଂସ୍ଥାଗତ ସମ୍ପର୍କର ଏକ ଆଧାର ପ୍ରତିଷ୍ଠା କରିବାର ଲକ୍ଷ୍ୟ ରଖିଛନ୍ତି, ଯାହାଦ୍ୱାରା ଆପୋଷ ଲାଭର ସମାନତା ଏବଂ ପାରସ୍ପରିକ ଆଧାର ଉପରେ ନବୀନ ଏବଂ ନବୀକରଣୀୟ ଶକ୍ତି ସମ୍ବନ୍ଧୀୟ ପ୍ରସଙ୍ଗ ଉପରେ ବୈଷୟିକ ଦ୍ୱିପାକ୍ଷିକ ସମ୍ପର୍କକୁ ପ୍ରୋତ୍ସାହନ ଦିଆଯାଇପାରିବ । ଏହି ଏମଓୟୁ ଅନ୍ତର୍ଗତ ଏକ ସଂଯୁକ୍ତ କାର୍ଯ୍ୟକାରୀ ସମିତି ଗଠନର ପରିକଳ୍ପନା କରାଯାଇଛି, ଯାହା ସହଯୋଗ କ୍ଷେତ୍ର ସମ୍ବନ୍ଧୀୟ ପ୍ରସଙ୍ଗର ସମୀକ୍ଷା ଏବଂ ଅନୁଧ୍ୟାନ କରିବା ସହିତ ସେ ବିଷୟରେ ଚର୍ଚ୍ଚା ମଧ୍ୟ କରିବ ।