ପିଏମଇଣ୍ଡିଆ
ନବୀକରଣଯୋଗ୍ୟ/ଅକ୍ଷୟ ଶକ୍ତି କ୍ଷେତ୍ରରେ ସହଯୋଗ ଲାଗି ଭାରତ ଏବଂ ଫିଜି ମଧ୍ୟରେ ସ୍ୱାକ୍ଷରିତ ବୁଝାମଣାପତ୍ର (ଏମଓୟୁ)କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଅନୁମୋଦନ ମିଳିଛି । ଏହି ବୁଝାମଣାପତ୍ର 24 ମେ, 2017ରେ ସୁବା, ଫିଜି ଠାରେ ସ୍ୱାକ୍ଷରିତ ହୋଇଥିଲା ।
ଆପୋସ ଲାଭରେ ସମାନତା ଏବଂ ପାରସ୍ପରିକ ବିନିମୟ ଆଧାରରେ ନୂତନ ଏବଂ ନବୀକରଣଯୋଗ୍ୟ ଶକ୍ତି ପ୍ରସଙ୍ଗରେ ଦ୍ୱିପାକ୍ଷିକ ବୈଷୟିକ ସହଯୋଗକୁ ପ୍ରୋତ୍ସାହନ ଯୋଗାଇ ଦେବା ଏବଂ ଏହାକୁ ପ୍ରୋତ୍ସାହନ ଦେବା ଲାଗି ଏକ ସହକାରୀ ସଂସ୍ଥାଗତ ସମ୍ପର୍କ ଲାଗି ଆଧାର ପ୍ରସ୍ତୁତ କରିବା ଉଭୟ ପକ୍ଷର ଉଦ୍ଦେଶ୍ୟ । ବୁଝାମଣାପତ୍ରରେ ଏକ ମିଳିତ କାର୍ଯ୍ୟକାରୀ ସମିତି ଗଠନ କରିବାର ବ୍ୟବସ୍ଥା ରହିଛି । ଯାହାଦ୍ୱାରା ସହଯୋଗ କ୍ଷେତ୍ର ସହ ଜଡ଼ିତ ପ୍ରସଙ୍ଗର ସମୀକ୍ଷା, ସେଗୁଡ଼ିକର ଅନୁଧ୍ୟାନ ଏବଂ ସେ ବିଷୟରେ ବିଚାର ଆଲୋଚନା କରାଯାଇପାରିବ । ଏଥିରେ ବିଶେଷ ଜ୍ଞାନର ବିନିମୟ ଏବଂ ସୂଚନାର ନେଟୱାର୍କିଂ ବ୍ୟବସ୍ଥା ରହିଛି ।
ବୁଝାମଣାପତ୍ରରେ ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସହଯୋଗକୁ ସୁଦୃଢ଼ କରିବାରେ ସହାୟତା ମିଳିପାରିବ ।
****