ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଅଟଳ ନବାଚାର ମିଶନ (ଏଆଇଏମ) ଜାରି ରଖିବା, ବିଦ୍ୟାଳୟ ସ୍ତରରେ ବଡ ସଫଳତାକୁ ଧ୍ୟାନରେ ରଖି 10,000 ବିଦ୍ୟାଳୟ ପାଇଁ ଅଟଳ ଟିଙ୍କରିଂ ଲ୍ୟାବର ବିସ୍ତାର ପାଇଁ ଅଟଳ ନବାଚାର ମିଶନ ଦ୍ୱାରା 2019-20 ବର୍ଷ ପର୍ଯ୍ୟନ୍ତ 1,000 କୋଟି ଟଙ୍କା ପର୍ଯ୍ୟନ୍ତ ନିବେଶ ପୂରା କରିବା ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରିଛନ୍ତି ।
ବିବରଣୀ
ଅଟଳ ନବାଚାର ମିଶନ ଅନ୍ତର୍ଗତ ଦେଶରେ ନବାଚାରକୁ ବୃଦ୍ଧି କରିବା ଏବଂ ସମର୍ଥନ କରିବା ପାଇଁ ବହୁବିଧ କାର୍ଯ୍ୟକ୍ରମ ସାମିଲ ରହିଛି ।
ହଜାର ହଜାର ବିଦ୍ୟାଳୟମାନଙ୍କରେ ଅତ୍ୟାଧୁନିକ ସୁବିଧାରେ ସୁସଜ୍ଜିତ ଅଟଳ ଟିଙ୍କରିଂ ଲ୍ୟାବ ସ୍ଥାପିତ କରାଯାଉଛି । ବିଶ୍ୱବିଦ୍ୟାଳୟ ଏବଂ ଉଦ୍ୟୋଗମାନଙ୍କ ପାଇଁ ବିଶ୍ୱସ୍ତରୀୟ ଅଟଳ ଇନକ୍ୟୁବେସନ କେନ୍ଦ୍ର (ଏଆଇସି) ଏବଂ ଅଟଳ କମ୍ୟୁନିଟି ଇନୋଭେସନ କେନ୍ଦ୍ର (ଏସିଆଇସି) ସ୍ଥାପିତ କରାଯାଉଛି ।
ଅଟଳ ନ୍ୟୁ ଇଣ୍ଡିଆ ଚ୍ୟାଲେଞ୍ଜ (ଏଏନଆଇସି) ମାଧ୍ୟମରେ ରାଷ୍ଟ୍ରୀୟ ପ୍ରାସଙ୍ଗିକତା ଏବଂ ସାମାଜିକ ମହତ୍ୱ କ୍ଷେତ୍ରରେ ଉତ୍ପାଦ ବିକାଶକୁ ପ୍ରୋତ୍ସାହନ ପ୍ରଦାନ କରିବା ।
ଆର୍ଥିକ ନିବେଶ
ପ୍ରତ୍ୟେକ ଏଟିପିଏଲକୁ ପ୍ରଥମ ବର୍ଷରେ 12 ଲକ୍ଷ ଟଙ୍କାର ଅନୁଦାନ ପ୍ରଦାନ କରାଯାଇଥାଏ ଏବଂ ଏଟିପିଏଲ ଉପକରଣର ରକ୍ଷଣାବେକ୍ଷଣ ତଥା ପରିଚାଳନା ଖର୍ଚ୍ଚ ବାବଦରେ ଆଗାମୀ 4 ବର୍ଷ ପାଇଁ ସର୍ବାଧିକ 2 ଲକ୍ଷ ଟଙ୍କା ପ୍ରତିବର୍ଷ ପ୍ରଦାନ କରାଯାଇଥାଏ ।
ପ୍ରତ୍ୟେକ ଚୟନିତ ଅଟଳ ଇନକ୍ୟୁବେସନ କେନ୍ଦ୍ର (ଏଆଇସି)କୁ ପ୍ରତିବର୍ଷ ହିସାବରେ 3ରୁ 4 ବର୍ଷରେ ସର୍ବାଧିକ 10 କୋଟି ଟଙ୍କାର ଅନୁଦାନ ପ୍ରଦାନ କରାଯାଇଥାଏ, ଯାହାକି ଉପଲବ୍ଧର ସମୀକ୍ଷା ଏବଂ ପ୍ରମାଣ ଆଧାରରେ ହେବ ।
ଅଟଳ ନ୍ୟୁ ଇଣ୍ଡିଆ ଚ୍ୟାଲେଞ୍ଜ (ଏଏନଆଇସି) ଅନ୍ତର୍ଗତ ଇନୋଭେଟରମାନଙ୍କୁ ବାଣିଜ୍ୟିକରଣ ଏବଂ ପ୍ରଯୁକ୍ତି ଅନୁଦାନ ଭାବେ ସର୍ବାଧିକ 1 କୋଟି ଟଙ୍କା ପ୍ରଦାନ କରାଯିବ ।
ପ୍ରଭାବ
ମିଶନ ଅନ୍ତର୍ଗତ ଅନେକ ସଶକ୍ତ ଏବଂ ଅଗ୍ରଗାମୀ ପଦକ୍ଷେପ ଗ୍ରହଣ କରାଯାଇଛି, ଯେପରିକି ଅଟଳ ଟିଙ୍କରିଂ ଲ୍ୟାବ ଏବଂ ଅଟଳ ଇନକ୍ୟୁବେସନ କେନ୍ଦ୍ର । ଏହା ଉପରେ ଅନେକ ଗୁରୁତ୍ୱ ପ୍ରଦାନ କରାଯାଉଛି ।
ଅଟଳ ନବାଚାର ମିଶନର ସହାୟତା ଏବଂ ବୈଷୟିକ ସହାୟତା ଫଳରେ ଭାରତ ସରକାରଙ୍କ ଅନେକ ମନ୍ତ୍ରଣାଳୟ. ବିଭାଗ ନବାଚାର ସହିତ ଜଡିତ ଗତିବିଧି ଆରମ୍ଭ କରିଛନ୍ତି ।
ଅଟଳ ଟିଙ୍କରିଙ୍ଗ ଲ୍ୟାବ କାର୍ଯ୍ୟକ୍ରମ ଅନ୍ତର୍ଗତ, 2020 ପର୍ଯ୍ୟନ୍ତ 10,000ରୁ ଅଧିକ ବିଦ୍ୟାଳୟରେ ଏହି ଲ୍ୟାବମାନ ସ୍ଥାପନ ହେବାର ସମ୍ଭାବନା ରହିଛି ।
ସମଗ୍ର ଦେଶରେ 100ରୁ ଅଧିକ ଅଟଳ ଇନକ୍ୟୁବେସନ କେନ୍ଦ୍ର ସ୍ଥାପିତ ହେବାର ସମ୍ଭାବନା ରହିଛି, ଯାହାର ପୂର୍ବ 5 ବର୍ଷ ମଧ୍ୟରେ ଅତିକମରେ ପ୍ରତ୍ୟେକ 50-60 ଷ୍ଟାର୍ଟଅପକୁ ସହାୟତା ମିଳିବ ।
100ରୁ ଅଧିକ ଇନୋଭେଟର/ଷ୍ଟାର୍ଟଅପମାନଙ୍କୁ ଏହାର ନବାଚାରମାନଙ୍କୁ ଉତ୍ପାଦର ରୂପ ପ୍ରଦାନ କରିବାରେ କିଛି ସହାୟତା ମିଳିବାର ସମ୍ଭାବନା ରହିଛି ।
ମନ୍ତ୍ରଣାଳୟ ମାଧ୍ୟମରେ ସମର୍ଥିତ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଫଳରେ ଆହୁରି ଅଧିକ ଲୋକ ଲାଭାନ୍ୱିତ ହେବେ ।
ପ୍ରତ୍ୟେକ ଇନକ୍ୟୁବେଟର ଦ୍ୱାରା ପ୍ରତ୍ୟେକ 4 ବର୍ଷରେ ପ୍ରଯୁକ୍ତି ପରିଚାଳିତ 50-60 ନବାଚାର ଷ୍ଟାର୍ଟଅପକୁ ପ୍ରୋତ୍ସାହନ ମିଳିବାର ଆଶା ରହିଛି ।
ଏହିପରି 100 ରୁ ଅଧିକ ଇନକ୍ୟୁବେଟରର ସ୍ଥାପନା ଦ୍ୱାରା 5,000 – 6,000 ନବାଚାର ଷ୍ଟାର୍ଟଅପ ପୋଷଣ ହୋଇପାରିବ ଏବଂ ନୂତନ ଇନକ୍ୟୁବେଟରର ସ୍ଥାପନା ଫଳରେ ଏହାର ସଂଖ୍ୟାରେ ଆହୁରି ଅଧିକ ବୃଦ୍ଧି ହେବ । ଏହି ନବାଚାର ଚାଳିତ ଷ୍ଟାର୍ଟଅପ ମାଧ୍ୟମରେ ରୋଜଗାରର ଅତ୍ୟଧିକ ସମ୍ଭାବନା ରହିଛି ।
ରଣନୀତିର କାର୍ଯ୍ୟାନ୍ୱୟନ ଏବଂ ଲକ୍ଷ୍ୟ
ଅଟଳ ନବାଚାର ମିଶନ ଅନ୍ତର୍ଗତ ଖୋଲା, ପ୍ରତିଯୋଗୀ, ଅନଲାଇନ ଆବେଦନ ମାଧ୍ୟମରେ ପ୍ରତ୍ୟେକ ଲାଭାର୍ଥୀମାନଙ୍କର ଚୟନ କରାଯାଇଥାଏ ଏବଂ ସିଧାସଳଖ ଅନୁଦାନର ବିତରଣ କରାଯାଇଥାଏ । କେବଳ ଏତିକି ନୁହେଁ, ଅଟଳ ଟିଙ୍କରିଂ ଲ୍ୟାବ ଏବଂ ଅଟଳ ଇନକ୍ୟୁବେସନ କେନ୍ଦ୍ର ଆଦିରେ କ୍ଷମତା ନିର୍ମାଣ ପାଇଁ ମହଜୁଦ ଅଟଳ ଇନୋଭେସନ ମିଶନର ବିଶେଷଜ୍ଞ ଏବଂ ନେଟୱର୍କ ମାଧ୍ୟମରେ ସମଗ୍ର ଦେଶରେ ଅନେକ ପ୍ରକାରର ଜନସଂଖ୍ୟା ନିଜ ସହିତ ଜଡିତ ହୋଇଥା’ନ୍ତି । ଏତଦବ୍ୟତୀତ କମ୍ପାନୀ ଏବଂ ଆନ୍ତର୍ଜାତିକ ଭାଗିଦାରୀ ମଧ୍ୟ ଅଟଳ ନବାଚାର ମିଶନର ଲାଭାର୍ଥୀମାନଙ୍କ ସହିତ ଜଡିତ ଅଛନ୍ତି, ଯାହାଦ୍ୱାରା ଶିକ୍ଷାଜଗତ, ନବାଚାର ଏବଂ ଷ୍ଟାର୍ଟଅପ ପ୍ରଣାଳୀ ମଧ୍ୟରେ ସୂଚନା ଓ ପ୍ରାଦ୍ୟୋଗିକୀର ପ୍ରବାହ ସୁନିଶ୍ଚିତ ହେବା ସହିତ ଅଟଳ ନବାଚାର ମିଶନର ପଦକ୍ଷେପମାନଙ୍କର ସଫଳତା ସୁନିଶ୍ଚିତ ହୋଇଥାଏ । ଏପର୍ଯ୍ୟନ୍ତ ସମଗ୍ର ଦେଶରେ 5441 ଅଟଳ ଟିଙ୍କରିଂ ଲ୍ୟାବର ଚୟନ କରାଯାଇଛି, ଯେଉଁଥିରେ 623 ଜିଲ୍ଲାର 2171 ଅଟଳ ଟିଙ୍କରିଂ ଲ୍ୟାବକୁ ଏହାର ସମ୍ବନ୍ଧିତ ବିଦ୍ୟାଳୟମାନଙ୍କରେ ଲ୍ୟାବର ସ୍ଥାପନା ପାଇଁ ଅନୁଦାନ ରାଶିର ପ୍ରଥମ କିସ୍ତି ପ୍ରଦାନ କରାଯାଇସାରିଛି । ସମଗ୍ର ଦେଶରେ 101 ଅଟଳ ଇନକ୍ୟୁବେସନ କେନ୍ଦ୍ରର ଚୟନ କରାଯାଇଛି, ଯେଉଁଥିରୁ 31ଟି କେନ୍ଦ୍ରକୁ ଅନୁଦାନର ପ୍ରଥମ କିସ୍ତି ପ୍ରଦାନ କରାଯାଇ ସାରିଛି ।
ସମଗ୍ର ଦେଶରେ 24ଟି ଅଟଳ ନ୍ୟୁ ଇଣ୍ଡିଆ ଚ୍ୟାଲେଂଜ (ଏଏନଆଇସି)କୁ ଆରମ୍ଭ କରାଯାଇଛି ଏବଂ 800ରୁ ଅଧିକ ଆବେଦନ ପ୍ରାପ୍ତ କରାଯାଇଛି । ପ୍ରତ୍ୟେକ ଏଏନଆଇସିରୁ 2-3 ଜଣ ବିଜେତାମାନଙ୍କର ଚୟନ କରାଯିବ ଏବଂ ନିର୍ଦ୍ଧାରିତ ଲକ୍ଷ୍ୟର ସମୀକ୍ଷା ଏବଂ ପ୍ରମାଣ ଆଧାରରେ ତିନୋଟି କିସ୍ତିରେ ସର୍ବାଧିକ 1.0 କୋଟି ଟଙ୍କାର ଅନୁଦାନ ପ୍ରଦାନ କରାଯିବ ।
ଅଟଳ ନବାଚାର ମିଶନର ମେଣ୍ଟର ଅଫ ଚେଞ୍ଜ କାର୍ଯ୍ୟକ୍ରମରେ ଅଟଳ ଟିଙ୍କରିଂ ଲ୍ୟାବର ସଫଳତା ସୁନିଶ୍ଚିତ କରିବାର ନିର୍ଦ୍ଦେଶ ସାମିଲ ରହିଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ ବ୍ୟବସାୟିକ ପୃଷ୍ଠଭୂମିର ସୁଯୋଗ୍ୟ ୱେଟରମାନଙ୍କ ଚୟନ କରାଯାଇଥାଏ, ଯାହାକି ଅନେକ କୌଶଳ ବାବଦରେ ଅଟଳ ଟିଙ୍କରିଂ ଲ୍ୟାବର ଛାତ୍ରମାନଙ୍କୁ ସଂରକ୍ଷଣ ପ୍ରଦାନ କରିଥାଏ । ଏହା ମେଣ୍ଟର ବିଦ୍ୟାଳୟମାନଙ୍କର ପ୍ରଶାସକମାନଙ୍କୁ ମଧ୍ୟ ସହଯୋଗ କରିଥାଏ, ଯାହାଫଳରେ କି ଅଟଳ ନବାଚାର ମିଶନର ନିର୍ଦ୍ଦେଶକମାନଙ୍କ ଅନୁଯାୟୀ ଅଟଳ ଟିଙ୍କରିଂ ଲ୍ୟାବମାନଙ୍କର ସଂଚାଳନ ସୁନିଶ୍ଚିତ ହେବ । ଏପର୍ଯ୍ୟନ୍ତ 2500ରୁ ଅଧିକ ସେଂଟର ସମ୍ପୂର୍ଣ୍ଣ ସକ୍ରିୟତାର ସହିତ 1,300 ରୁ ଅଧିକ ବିଦ୍ୟାଳୟର ଛାତ୍ରମାନଙ୍କୁ ସଂରକ୍ଷଣ ପ୍ରଦାନ କରୁଛନ୍ତି ।
*****