Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଅଡାଲଜରେ 4 ମାର୍ଚ 2019ରେ ଶିକ୍ଷଣ ଭବନ ଓ ବିଦ୍ୟାର୍ଥୀ ଭବନ ଭିତ୍ତିପ୍ରସ୍ତର ସ୍ଥାପନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଅଡାଲଜରେ 4 ମାର୍ଚ 2019ରେ ଶିକ୍ଷଣ ଭବନ ଓ ବିଦ୍ୟାର୍ଥୀ ଭବନ ଭିତ୍ତିପ୍ରସ୍ତର ସ୍ଥାପନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଅଡାଲଜରେ 4 ମାର୍ଚ 2019ରେ ଶିକ୍ଷଣ ଭବନ ଓ ବିଦ୍ୟାର୍ଥୀ ଭବନ ଭିତ୍ତିପ୍ରସ୍ତର ସ୍ଥାପନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଅଡାଲଜରେ 4 ମାର୍ଚ 2019ରେ ଶିକ୍ଷଣ ଭବନ ଓ ବିଦ୍ୟାର୍ଥୀ ଭବନ ଭିତ୍ତିପ୍ରସ୍ତର ସ୍ଥାପନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ


ଭାରତ ମାତା କୀ – ଜୟ

ଭାରତ ମାତା କୀ – ଜୟ

ଭାରତ ମାତା କୀ – ଜୟ

ଏଠାରେ ବହୁ ସଂଖ୍ୟାରେ ଉପସ୍ଥିତ ଥିବା ସମାଜର ସମସ୍ତ ସମ୍ମାନିତ ବ୍ୟକ୍ତିବୃନ୍ଦ ।

ମୋର ସୌଭାଗ୍ୟ ଯେ ମୋତେ ଏହିଭଳି ପବିତ୍ର ଅବସରରେ ଆପଣମାନଙ୍କ ପାଖକୁ ଆସିବାକୁ ନିମନ୍ତ୍ରଣ ମିଳିଲା ଏବଂ ଆପଣ ସମସ୍ତଙ୍କ ଆଶୀର୍ବାଦ ପ୍ରାପ୍ତ କରିବାର ପୁଣ୍ୟ ମଧ୍ୟ ହାସଲ ହେଲା ।

ସମଗ୍ର ଦୁନିଆର ଲୋକମାନଙ୍କ ପାଇଁ ଆମ ଦେଶ, ଆମ ଧର୍ମ, ଆମ ପରମ୍ପରା, ଆମ ସଂସ୍କୃତିକୁ ବୁଝିବା ବହୁତ ବଡ କାମ, ଏତେ ସହଜ ନୁହେଁ, ଏତେ ଶୀଘ୍ର ବୁଝିହୁଏ ନାହିଁ, କାରଣ ଆମର ଏଠାରେ କୌଣସି ଗୋଟିଏ ଧର୍ମ ଗ୍ରନ୍ଥ ନାହିଁ, କୌଣସି ଗୋଟିଏ ଭଗବାନ ନାହାଁନ୍ତି, କୌଣସି ଗୋଟିଏ ପୂଜାପଦ୍ଧତି ନାହିଁ, ଏତେସବୁ ବିଭିନ୍ନତା ପାଇଁ କାହାକୁ ବୁଝାପଡୁନି ଯେ ଆମେ କଣ ଏବଂ ତାହାହିଁ ହେଉଛି ଆମର ବିଶେଷତ୍ୱ । ଆମେ ଏଭଳି ଲୋକ ଭକ୍ତ ଅନୁରୂପ ଭଗବାନ । ଯଦି ଭକ୍ତ ପହିଲମାନ ହୁଏ ତେବେ ଭଗବାନ ହନୁମାନ ହୋଇଥାନ୍ତି, ଭକ୍ତ ଯଦି ଶିକ୍ଷାର ଉପାସକ ହୁଅନ୍ତି ତେବେ ସରସ୍ୱତୀ ଭଗବାନ ହୋଇଥାନ୍ତି, ଭକ୍ତ ଯଦି ଅର୍ଥର ଉପାସକ ହୋଇଥାଏ, ତେବେ ଲକ୍ଷ୍ମୀ ମାତା ଭଗବାନ ହୋଇଥାନ୍ତି, ଏହା ଆମ ବିଶେଷତ୍ୱ ଏବଂ ସେଥିପାଇଁ ସାମାଜିକ ଜୀବନରେ ଯିଏ ସବୁଠାରୁ ଅଧିକ ଅନ୍ନଦାତା କାର୍ଯ୍ୟ କରିଛନ୍ତି, ହଳ ଲଙ୍ଗଳରେ ଚାଷ କାର୍ଯ୍ୟ କରି ଯିଏ ସାମାଜିକ ଜୀବନର ଚିନ୍ତା କରିଛନ୍ତି, ଏକ ପ୍ରକାରର ଆମର ଏହି ସମାଜ, କୃଷକ ସମାଜ, ଆପଣ କାଠିଆୱାଡରେ ‘ଖେଡୁ’ କୁହନ୍ତୁ ତାର ମାନେ ହେଉଛି ଲେଉଆ ପଟେଲ ଏବଂ ସେଥିପାଇଁ ତାଙ୍କର ଭଗବାନ ହେଉଛନ୍ତି ଅନ୍ନପୂର୍ଣ୍ଣା ।
ଯେଉଁଭଳି ଭକ୍ତ ସେହିଭଳି ଭଗବାନ ଏହା ଆମର ବିଶେଷତ୍ୱ ଏବଂ ଏହି ବିଶେଷତ୍ୱର ଏକ ଅଂଶ ଭାବେ ଆଜି ବିଧିବଧ ଭାବେ ଦେବୀ ଅନ୍ନପୂର୍ଣ୍ଣା ମା’ ଙ୍କର ଏକ ତୀର୍ଥକ୍ଷେତ୍ର , ପ୍ରେରଣା କ୍ଷେତ୍ରର ଆଜି ଲୋକାର୍ପଣ କରାଯାଇଛି । କିନ୍ତୁ ଖୁସିର କଥା ଯେ ଆମ ଦେଶର ବିଶେଷତ୍ୱ ରହିଛି ଯେ ଆପଣ କେବଳ ଗୁଜରାଟକୁ ଉଦାହରଣ ଭାବେ ନିଅନ୍ତୁ, କୌଣସି ଦିଗରେ ଆପଣ 20-25-30 କିଲୋମିଟର ଯାଆନ୍ତୁ, ଯେ କୌଣସି ଦିଗକୁ, ଆପଣଙ୍କୁ କୌଣସି ନା କୌଣସି ସ୍ଥାନ ଏଭଳି ମିଳିବ ଯେଉଁଠାରେ ବସିବାକୁ ସ୍ଥାନ ଏବଂ ଖାଦ୍ୟ ପାଇଁ ବ୍ୟବସ୍ଥା ଥିବା ମିଳିବ । କୌଣସି ଦିଗରେ ଯାଆନ୍ତୁ 20 ରୁ 30 କିଲୋମିଟର ମଧ୍ୟରେ କେଉଁଠି ନା କେଉଁଠି ମଠ, ମନ୍ଦିର, କେହି ସନ୍ଥ, କେହି ଯୋଗୀ, କେହି ସାଧୁ ବସିଥିବାର ପାଇବେ । ଘରକୁ ଆସିଥିବା ଅତିଥିଙ୍କୁ ଖାଲିପେଟ ଯିବାକୁ ନ ଦେବା, ଯଦି ରାତି ସମୟରେ ରହିବାର କଥା ତେବେ ରହିବାର ବ୍ୟବସ୍ଥା କରିବା, ହିନ୍ଦୁସ୍ତାନର କୋଣ ଅନୁକୋଣରେ ରହିଛି , ଏହା ହଜାର ହଜାର ବର୍ଷର ପରମ୍ପରା, ରହିବା ବା ଖାଇବା, ଯେଉଁମାନେ ନର୍ମଦା ପରିକ୍ରମା କରିଥିବେ ସେମାନେ ଜାଣିଥିବେ ଯେ ଆପଣ କେବଳ ନର୍ମଦା ହର କୁହନ୍ତୁ ଏବଂ ନର୍ମଦା କୂଳରେ ଗାଁ ଲୋକ ଅଛନ୍ତି, ବାହାରୁ ଆସୁଥିବା ଲୋକମାନେ ନୂଆ ହୋଇଥାନ୍ତି କିନ୍ତୁ ନର୍ମଦା କୂଳରେ ହଜାର ହଜାର ଲୋକ ନର୍ମଦା ପରିକ୍ରମା କରୁଛନ୍ତି, ଥରେ ହେଲେ ମଧ୍ୟ କାହାକୁ ଭୋକରେ ରହିବାକୁ ପଡିନଥିବ, ସେହି ଗାଁ ଲୋକମାନେ ତାଙ୍କର ସେବା କରିଥାନ୍ତି। ଏହା ହେଉଛି ଆମ ଦେଶର ବିଶେଷତ୍ୱ। ଏହାହିଁ ହେଉଛି ଏହାର ସାଂସ୍କୃତିକ ପରମ୍ପରା। ଆମ ସମାଜ ପରୋପକାରୀ ସମାଜ ଏବଂ ସେହି କାରଣରୁ ଏଠାକାର ସାଂସ୍କୃତିକ ଚେତନାର ପ୍ରତିଟି ମୂଳଦୂଆରେ ସେବାର ଭାବନା ଅନ୍ତର୍ନିହିତ ରହିଛି ।

ଏଠାରେ କୁହାଯାଏ ଯେ ମାନବ ସେବା କଲେ ମାଧବ ପ୍ରାପ୍ତ ହୁଅନ୍ତି । ଏହାର ଯେଉଁ ମୂଳ ଭାବନା ରହିଛି ଆମର ସେହି ଭାବନାର ପ୍ରତିବିମ୍ବ ଆଜି ମା’ ଅନ୍ନପୂର୍ଣ୍ଣା ଧାମର ନିର୍ମାଣ ସହିତ ଆଗାମୀ ପିଢି ପାଇଁ ଶିକ୍ଷଣୀୟ ଏବଂ ସଂସ୍କାର ପାଇଁ ଛାତ୍ରାବାସର ବ୍ୟବସ୍ଥା, ସମାଜରେ ଯିଏ ପଛରେ ରହିଯାଇଛନ୍ତି ସେହିଭଳି ପରିବାରର ପିଲାମାନେ ଏଠାକୁ ଆସନ୍ତୁ, ସେମାନଙ୍କୁ ଉତ୍ତମ ସୁବିଧା ମିଳୁ ଏବଂ ସେମାନଙ୍କୁ ଜୀବନରେ ଉନ୍ନତି କରିବାର ସୁଯୋଗ ମିଳୁ ଏବଂ ସେଥିପାଇଁ ସାଂସ୍କୃତିକ ଐତିହ୍ୟରେ ଶିକ୍ଷାଲାଭର ପରମ୍ପରା ସଂଯୋଗ କରିବାର କାର୍ଯ୍ୟ ଆପଣ ସମସ୍ତେ କରିଛନ୍ତି। ନରହରୀ ଭାଇ ଆପଣଙ୍କୁ ଏବଂ ଆପଣଙ୍କ ସମଗ୍ର ଟିମକୁ ଏବଂ ସମସ୍ତ ଦାତାମାନଙ୍କୁ ମୁଁ ଅଭିନନ୍ଦନ ଜଣାଉଛି ।

ଆମ ଦେଶରେ ଏବେ ଏହି ପରମ୍ପରା ରହିଛି ଯେ ସବୁକିଛି ସରକାର କରନ୍ତୁ ଏବଂ ନ ହେଲେ ସରକାର ଉତ୍ତରଦାୟୀ ହୁଅନ୍ତୁ । ଭାରତରେ ଏହି ପରମ୍ପରା ନଥିଲା, ଭାରତରେ ଏଭଳି କୌଣସି ପରମ୍ପରା ନଥିଲା । ଧର୍ମଶାଳା ନିର୍ମାଣ ହେଉଥିଲା, ଗୋଶାଳା ନିର୍ମାଣ ହେଉଥିଲା, ପାନୀୟ ଜଳ ପାଇଁ କୁଣ୍ଡ ନିର୍ମାଣ ହେଉଥିଲା। ଲକ୍ଷାଧିକ ଯାଯାବର ‘ଅଡାଲଜ କି ବାବ’ ନିର୍ମାଣ କରିଥିଲେ, ଏହିସବୁ କାର୍ଯ୍ୟ ସରକାର କରୁନଥିଲେ । ସାମାଜିକ ଶକ୍ତି ଦ୍ୱାରା ହେଉଥିଲା, ଧର୍ମଶାଳା ହେଉ, ପାନୀୟ ଜଳ ପାଇଁ କୁଣ୍ଡ ହେଉ, ଗ୍ରନ୍ଥାଗାର ହେଉ ସମାଜ କରୁଥିଲା ।

ଧୀରେ ଧୀରେ ଧୀରେ ସମାଜର ଶକ୍ତିଗୁଡିକ ଜାଣତରେ ଅବା ଅଜାଣତରେ ଚପେଇ ଦିଆଗଲା ଏବଂ ରାଜ୍ୟ ସରକାରଙ୍କ ଆଧିପତ୍ୟକୁ ସର୍ବାଗ୍ରେ ନିଆଗଲା। ଆମର ପ୍ରଚେଷ୍ଟା ଯେ ରାଜ୍ୟ, ରାଜ୍ୟର କାର୍ଯ୍ୟ କରୁ ଏବଂ ଶକ୍ତି ତ ସମାଜର ହେବା ଦରକାର, ସମାଜ ଉନ୍ନତି କରୁ। ସମାଜ ଶକ୍ତିଶାଳୀ ହେଲେ ଦେଶ ଅତିଶୀଘ୍ର ଶକ୍ତିଶାଳୀ ହେବ । ସରକାରମାନେ ଶକ୍ତିକୁ ଏକାଠି କରିବାର ଆବଶ୍ୟକତା ନାହିଁ । ସେହି ମୂଳ ପରମ୍ପରାରେ ଏହିଭଳି ସମସ୍ତ ପ୍ରବୃତ୍ତିକୁ ଆମେ ପ୍ରୋତ୍ସାହିତ କରିଥାଉ । ବିଧିବଧ ଭାବେ ପ୍ରୋତ୍ସାହିତ କରିଥାଉ ।

ଆଜି ଯେତେବେଳେ ମା’ ଅନ୍ନପୂର୍ଣ୍ଣାଙ୍କ ଧାମର ଏଠାରେ ପ୍ରାଣପ୍ରତିଷ୍ଠାର ସୁଯୋଗ ମିଳିଲା । ଏଠାରେ ସମାଜ ପାଇଁ କୌଣସି ନୂତନ ଦିଗନ୍ତ ଚିନ୍ତା କରିପାରିବା, ପ୍ରସାଦ ସମସ୍ତ ମନ୍ଦିରରେ ମିଳେ କିନ୍ତୁ ଅନ୍ନପୂର୍ଣ୍ଣା ଧାମର ପ୍ରସାଦର ପରମ୍ପରାକୁ ପରିବର୍ତ୍ତନ କରାଯାଇପାରିବ, ସମୟ ଅନୁସାରେ ବଦଳାଯାଇପାରିବ ଏବଂ ସେଥିପାଇଁ ଏଠାକାର ସଂଚାଳକମାନଙ୍କୁ ମୋର ଅନୁରୋଧ ଯେ ଅନ୍ନପୂର୍ଣ୍ଣା ଧାମକୁ ଯେଉଁମାନେ ବି ଆସନ୍ତୁ ତାଙ୍କୁ, ପ୍ରସାଦରେ ଯଦି ଗୋଟିଏ ଚାରା ପ୍ରଦାନ କରାଯାଏ ଏବଂ କୁହାଯାଏ ଯେ ନିଜ ଘରକୁ ନେଇ ଏହି ଚାରାକୁ ବଡ କରନ୍ତୁ, ଜୀବନସାରା ଏହା ମା’ଙ୍କର ପ୍ରସାଦ ଭାବେ ତାଙ୍କ ଘରର ବାଡିରେ ଅବା ତାଙ୍କ ଜମିର ଏକ କୋଣରେ ଦେଖିବାକୁ ମିଳିବ ନା ନାହିଁ ଏବଂ ସେ ଏହାକୁ ମା’ ଙ୍କର ପ୍ରସାଦ ଭାବି ଗଛର କୌଣସି କ୍ଷତି କରିବେ ନାହିଁ ।

ପରିବେଶ ସୁରକ୍ଷା ହେବ କି ନାହିଁ? ପ୍ରସାଦକୁ ପ୍ରସାଦ, ସେବାକୁ ସେବା ଏବଂ ଜୀବନର ବିକାଶକୁ ବିକାଶ । ସେଥିରେ ଆହୁରି ଗୋଟିଏ କାମ କରିପାରିବେ ଯେ ଆମେ ସୁନିଶ୍ଚିତ କରୁ ଯେ ଭାଇ ଲେଉଆ ପଟେଲ ସମାଜରେ ଯାହାର ଘରେ ଝିଅ ଜନ୍ମ ହେବ ସେମାନେ ନିଶ୍ଚିତ ଭାବେ ଅନ୍ନପୂର୍ଣ୍ଣାଙ୍କ ଦର୍ଶନ ପାଇଁ ଅନ୍ନପୂର୍ଣ୍ଣା ଧାମକୁ ଆସିବେ, ନିଶ୍ଚିତ ଆସିବେ । ମା’ ଅନ୍ନପୂର୍ଣ୍ଣାଙ୍କ ଆଶୀର୍ବାଦ ନିଅନ୍ତୁ ଏବଂ ତାଙ୍କୁ ପାଂଚଟି ଚାରା ପ୍ରଦାନ କରନ୍ତୁ, ଏବଂ ଝିଅକୁ ଶାଳ ଗଛର ଚାରା ପ୍ରଦାନ କରାଯାଉ, ଅନ୍ୟ କୌଣସି ଚାରା ନୁହେଁ, ଯଦି ସମ୍ଭବ ହେବ ତେବେ ସରକାରଙ୍କ ସହ ଆଲୋଚନା କରି ଆମର ଏହି ଟ୍ରଷ୍ଟ କେଉଁଠାରେ ଶହେ ଦୁଇ ଶହ ଏକର ଜମି, ଖାଲି ପଡିଥିବା ଜମି ମାଗନ୍ତୁ ଏବଂ ସେହି ପରିବାର ତରଫରୁ ସେହି ପାଂଚଟି ଚାରା ସେହି ସ୍ଥାନରେ ଲଗାଯାଉ, ସେହି ଚାରା ଲଗାଇ ସେହି ଝିଅ ଯେତେବେଳେ 20 ବର୍ଷର ହେବ ସେତେବେଳେ ସେହି ଗଛକୁ କାଟି ବଜାରରେ ବିକ୍ରୀ କରିବା ଉପଯୋଗୀ ହୋଇଯାଇଥିବ, ସେହି ପାଂଚଟି ଚାରା ଲଗାଇ ତାକୁ 20ବର୍ଷ ପରେ କାଟି ଗଛର ଅର୍ଥକୁ ସେହି ଝିଅକୁ ଦିଆଯିବ । ସୁବିଧାରେ ସେହି ଝିଅର ବାହାଘର ହୋଇପାରିବ କି ନାହିଁ ? ତାର ମାତା ପିତାଙ୍କୁ ଋଣ କରିବାକୁ ପଡିବ କି? ସରକାର ଜମି ପ୍ରଦାନ କରିବେ, ଆପଣମାନେ ସେଠାରେ ଚାରା ଲଗାଇବାର ବ୍ୟବସ୍ଥା କରିବେ, ସେହି ଜମି ସବୁଜ ସୁନ୍ଦର ହୋଇଯିବ ।

ଆଜି ହଜାର ହଜାର କୋଟି ଟଙ୍କାର ଶାଳ ଗଛ ବିଦେଶରୁ ଆଣିବାକୁ ପଡୁଛି, ଏହି ଝିଅମାନେ ବଡ ହୁଅନ୍ତୁ ଏବଂ ଶାଳ ଗଛ ବି ବଡ ହେଉ, ବାହାରୁ ବିଦେଶରୁ ଶାଳ କାଠ ଆଣିବା ବନ୍ଦ ହେଉ, ଆମ ଧାର୍ମିକ ପରମ୍ପରାକୁ ଆର୍ଥିକ ବ୍ୟବସ୍ଥା ସହିତ ଆଧୂନିକ ଭାବେ କେଉଁଭଳି ଭାବେ ସଂଯୋଗ କରିପାରିବେ । ମୋତେ ଲାଗୁଛି ଯେ ଏହି ସ୍ଥାନରେ ଏହିଭଳି କାର୍ଯ୍ୟ କରିହେବ । କୌଣସି ଜିନିଷକୁ ଜାତିବାଦ ରଙ୍ଗରେ ରଙ୍ଗେଇବା ପାପ। କିନ୍ତୁ ଅନେକ ଥର ବୁଝିବା ଦ୍ୱାରା କାର୍ଯ୍ୟରେ ଲଗାଯାଇପାରିବ ବୋଲି ମୁଁ କହୁଛି । ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କୁ ଯଦି କୌଣସି ଜାତିର ରଙ୍ଗରେ ରଙ୍ଗେଇବା ତେବେ ତାହା ସଂପୂର୍ଣ୍ଣ ଭୂଲ ହେବ । ଏହି ଦେଶର ଜଣେ ମହାନ ନେତା ଷ୍ଟାଚ୍ୟୁ ଅଫ ୟୁନିଟି, ସମଗ୍ର ଦୁନିଆକୁ ଆଜି ମୁଣ୍ଡ ଉଠେଇ ଦେଖିବାକୁ ପଡୁଛି ଯେ ଇଏ ହେଉଛନ୍ତି ସର୍ଦ୍ଦାର ସାହେବ । ସମଗ୍ର ଦୁନିଆର ସବୁଠାରୁ ଉଚ୍ଚ ସ୍ମାରକ କେଉଁଟି ତାହା ସର୍ଦ୍ଦାର ପଟେଲଙ୍କ ଷ୍ଟାଚ୍ୟୁ ଅଫ ୟୁନିଟି ଏହା କହିବାକୁ ହେବ ଭାଇ । ସେଥିରେ କେହି ମୁଁହ ଲୁଚାଇପାରିବେନାହିଁ ଏବଂ ମୁଁ ଭାବୁଛି ନିକଟ ଭବିଷ୍ୟତରେ ଏହି ରେକର୍ଡ କେହି ଭାଙ୍ଗି ପାରିବେ ନାହିଁ ।

ମୋତେ ଆଉ ଗୋଟିଏ କଥା କହିବାର ଅଛି । ଏହି ଅମୂଲ ଡାଏରୀର ଜନ୍ମ ହୋଇଥିଲା, ଏହାର ମୂଳରେ କେଉଁ ଲୋକମାନେ ଥିଲେ, କିଏ ଆରମ୍ଭ କରିଥିଲେ ? ମୁଁ ପୂର୍ବରୁ ମଧ୍ୟ କହିଥିଲି ଯେ ଜାତିବାଦ ରଙ୍ଗରେ ରଙ୍ଗେଇବା ହେଉଛି ପାପ। କିନ୍ତୁ ବୁଝିବା ପାଇଁ ହେଲେ ସିଏ ଲେଉଆ ପଟେଲ ଥିଲେ। ଅମୂଲ ଡାଏରୀର ଆରମ୍ଭ ହୋଇଥିଲା, ପ୍ରାରମ୍ଭରେ ଯେଉଁ ଟିମ ବସିଥିଲା ସେସବୁ ଲେଉଆ ପଟେଲ ଥିଲେ । ଏବେ ଆପଣମାନେ ଚିନ୍ତା କରନ୍ତୁ ଏବଂ କେହି ମଧ୍ୟ କେବେହେଲେ ଅମୂଲ ଡାଏରୀ ଅବା ଲେଉଆ ପଟେଲଙ୍କର ଏହିଭଳି ଚେକ ପ୍ରଦାନ କରିବାର ପ୍ରଚେଷ୍ଟା କରିନଥିଲେ ଏବଂ ସେଥିପାଇଁ ଲେଉଆ ପଟେଲ ଅଭିନନ୍ଦନର ଅଧିକାରୀ ଅଟନ୍ତି । କିନ୍ତୁ ମୋର ଅନ୍ୟ କାମ ବିଷୟରେ କହିବାର କଥା । ଅନ୍ୟ କାମ ପାଇଁ କହିବାର କଥା ଯେ 5-15 ଜଣ ଆମ ସମାଜର ବଡ ବଡ ଲୋକମାନେ ଦୂରଦୃଷ୍ଟିରେ ଅମୂଲ ପ୍ରସ୍ତୁତ କରିଥିଲେ ଏବଂ ଯାହାର ଲାଭ ପଶୁପାଳନକାରୀଙ୍କୁ ହେଉଛି, ପ୍ରତ୍ୟେକ ସମାଜର ପ୍ରତ୍ୟେକ ଗ୍ରାମାଂଚଳର ଲୋକମାନଙ୍କୁ ହେଉଛି, ସଂପୂର୍ଣ୍ଣ ଗୁଜରାଟକୁ ତାହାର ଲାଭ ମିଳୁଛି ।

ଅନ୍ନପୂର୍ଣ୍ଣା ମା’ ଙ୍କ ସହ ଆମେ ସଂଶ୍ଲିଷ୍ଟ ସେତେବେଳେ କୃଷକମାନଙ୍କ ସହ ସିଧାସଳଖ ଭାବେ ଜଡିତ ଆହୁରି ଗୋଟିଏ ଉତ୍ତରଦାୟିତ୍ୱ ନିଅନ୍ତୁ । ମୁଁ ଚାହୁଁଛି ଯେ ଏହି ଟ୍ରଷ୍ଟ ଯେଉଁଭଳି ଭାବେ ସର୍ଦ୍ଦାର ସାହେବଙ୍କ ପ୍ରେରଣାରେ ଅମୂଲର କାର୍ଯ୍ୟକୁ ଉନ୍ନତ କରିପାରିଛନ୍ତି ସେହିଭଳି ଏହି ଅନ୍ନପୂର୍ଣ୍ଣା ଧାମର ପ୍ରେରଣା ଦ୍ୱାରା ସଂପୂର୍ଣ୍ଣ ବୈଜ୍ଞାନିକ ପ୍ରଣାଳୀ ଜରିଆରେ ବ୍ୟବସ୍ଥାକୁ ବିକଶିତ କରାଯାଇଥିବା ଫୁଡ ପ୍ରୋସେସିଂ ଆମ କୃଷକମାନଙ୍କର ଉତ୍ପାଦନରେ ମୂଲ୍ୟବୃଦ୍ଧି କରିପାରିବ ।

ସେରଥାର ଲଙ୍କା ଫେମସ ହେଉ କିନ୍ତୁ ସେରଥାର ଲଙ୍କା ନାଲି ରଙ୍ଗର ହେଲେ ଆହୁରି ଅଧିକ ଅର୍ଥ ଉପାର୍ଜନ ହୋଇପାରିବ ଏବଂ ନାଲି ଲଙ୍କା ଗୁଣ୍ଡ ପ୍ରସ୍ତୁତ ହେଲେ ଆହୁରି ଅଧିକ ଅର୍ଥ ଉପାର୍ଜନ ହେବ, ସୁନ୍ଦର ଭାବେ ପ୍ୟାକିଂ କରି ରଖିଲେ ଆହୁରି ଅଧିକ ଅର୍ଥ ଉପାର୍ଜନ ହୋଇପାରିବାର ସମ୍ଭାବନା ରହିଛି । ଫୁଡ ପ୍ରୋସେସିଂ ଖାଦ୍ୟ ପ୍ରକୟାକରଣ ମୂଲ୍ୟ ବୃଦ୍ଧି, ଆମ କୃଷକମାନେ ଯାହା ମଧ୍ୟ ଉତ୍ପାଦନ କରନ୍ତୁ ତାଙ୍କୁ ଏହି ଫୁଡ ପ୍ରୋସେସିଂ ୟୁନିଟର ଲାଭ ମିଳୁ, ଉତ୍ତମ ଭାବେ ତାହାର କାମ ହୋଇଯାଉ, ସେଥିରେ ଗବେଷଣା ହେଉ, ମୁଁ ମାନୁଛି ଯେ ସଠିକ ଅର୍ଥରେ ଆମେ ଅନ୍ନପୂର୍ଣ୍ଣା ମା’ ଙ୍କ ପାଖରେ ସମସ୍ତେ ଏଠାରେ ନତମସ୍ତକ ହୁଅନ୍ତୁ ସେହିଭଳି ସ୍ଥିତି ଉତ୍ପନ୍ନ କରିପାରିବେ ।

ମୁଁ ଚାହିଁବି ଯେ ଏଠାରେ ଉଦ୍ୟୋଗ ଜଗତର ବନ୍ଧୁ ମଧ୍ୟ ବସିଛନ୍ତି, ନିଶ୍ଚିତ ଭାବେ ବିଚାର କରିବେ ଯେ ଗୋଟିଏ ଆସ୍ଥା ଏବଂ ଆଧ୍ୟାତ୍ମ ତାହାର ସାମାଜିକ ଜୀବନର ବିକାଶ କ୍ଷେତ୍ରରେ କେଉଁଭଳି ଭାବେ ଉପଯୋଗ ହୋଇପାରିବ ସେ ବିଷୟରେ ବିଚାର କରିବା ଦରକାର ଏବଂ ମୋତେ କୁହାଯାଇଛି ଯେ ଏଥିରେ ପଞ୍ଚତତ୍ତ୍ୱକୁ କେନ୍ଦ୍ରରେ ରଖି ମା’ ଅନ୍ନପୂର୍ଣ୍ଣାଙ୍କ ଧାମର ନିର୍ମାଣ କରାଯାଇଛି । ଆମର ରାମ ଚରିତ ମାନସରେ ଗୋଟିଏ ଦୋହା ଅଛି ଏବଂ ରାମଚରିତ ମାନସର ସେହି ଦୋହାରେ କୁହାଯାଇଛି ଯେ:

ଛିତି ଜଳ ପବନ ଗଗନ ସମୀରା

ପଞ୍ଚ ରଚିତ ଅତି ଅଧମ ଶରୀରା

ଏହାର ମାନେ ହେଉଛି ଶରୀର ପଞ୍ଚତତ୍ତ୍ୱରେ ଗଠନ ହୋଇଛି, ପଞ୍ଚତତ୍ତ୍ୱରେ ଗଠନ ହୋଇଥିବା କାୟା, ଏହି ଭାବରେ ପଞ୍ଚତତ୍ତ୍ଵର ମୂଳ ଭାବକୁ ସମାବେଷ୍ଟିତ କରିବା ପାଇଁ ଯେତେବେଳେ ଏଠାରେ ପ୍ରଚେଷ୍ଟା ହେଉଛି ସେତେବେଳେ ମୋର ସଂପୂର୍ଣ୍ଣ ଭରସା ଯେ ଏହି ମୂଳ ତତ୍ତ୍ୱକୁ ଦୃଷ୍ଟିରେ ରଖି ସମାଜର ଆଗାମୀ ଦିନକୁ ଦୃଷ୍ଟିରେ ରଖି ସେହିସବୁକୁ ଆମେ ଉଜାଗର କରିବା ।

ନରହରୀ ଭାଇଙ୍କର ବିଶ୍ୱାସ ଅଛି ଯେ 2020 ରେ ଏହାର ଉଦଘାଟନ କରିବେ ଏବଂ ଆଉ ଗୋଟିଏର ଆଧାରଶିଳା ରଖିବେ, ଆପଣମାନଙ୍କର ବିଶ୍ୱାସ ରହିଛି କିନ୍ତୁ ମୋର ଶହେ ଗୁଣରୁ ଅଧିକ ବିଶ୍ୱାସ ରହିଛି ଏବଂ ଘରେ ଯଦି କେହି ଡାକନ୍ତି ତେବେ କିଏ ମନା କରିବ? ଏଠାରେ ମୁଁ ଜଣେ ଅତିଥି ନୁହେଁ, ଏହା ତ ଘରକୁ ଆସିବାର ଖୁସି ଏବଂ ମା’ ଅନ୍ନପୂର୍ଣ୍ଣାଙ୍କ ଚରଣକୁ ମୁଁ ଆସେ ଏବଂ ସମଗ୍ର ଦେଶର ଅନ୍ନପୂର୍ତ୍ତୀ ହେଉ ତାହାଠାରୁ ବଡ ସୌଭାଗ୍ୟ ଆଉ କଣ ହୋଇପାରେ । ଆଉ ଆଜି ଯେତେବେଳେ କୃଷକମାନଙ୍କ ମଧ୍ୟକୁ ଆସିଛି ଏହି ଦେଶରେ ହଳରୁ ଲଙ୍ଗଳ ଦ୍ୱାରା ଚାଷ କରୁଥିବା ତେଜସ୍ୱୀ, ତପସ୍ୱୀ କୃଷି ଜଗତର ଲୋକମାନଙ୍କ ମଧ୍ୟକୁ ଆସିଛି ସେତେବେଳେ ଜୟ ଜବାନ ଜୟ କିଷାନ, ଦୁଇଟି ଯାକ ଅମୂଲ୍ୟ। କୃଷକର ସାମର୍ଥ୍ୟ, ଯବାନଙ୍କର ସାମର୍ଥ୍ୟ ଦେଶକୁ ଅନ୍ନ ସୁରକ୍ଷା ପ୍ରଦାନ କରିଥାଏ, ଦେଶକୁ ସୀମା ସୁରକ୍ଷା ମଧ୍ୟ ପ୍ରଦାନ କରିଥାଏ ଏବଂ ଦୁଇଜଣଙ୍କର ସାମର୍ଥ୍ୟରେ ଦେଶର ବିକାଶ ହୋଇଥାଏ, ଆପଣ ସମସ୍ତଙ୍କ ପାଖକୁ ମୋତେ ପୁନର୍ବାର ଆସିବାର ସୁଯୋଗ ମିଳିଲା, ଆପଣମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ମା’ ଅନ୍ନପୂର୍ଣ୍ଣାଙ୍କ ଚରଣରେ ପ୍ରଣାମ ଜଣାଉଛି ଏବଂ ଆପଣ ସମସ୍ତଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଦେବୀ ଅନ୍ନପୂର୍ଣ୍ଣାଙ୍କ ଚରଣରେ ପ୍ରାର୍ଥନା କରି ମୋ ଅଭିଭାଷଣରେ ବିରାମ ଲଗାଉଛି ।

ଧନ୍ୟବାଦ !

*****