ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ନିବେଶକଙ୍କ ଜମା ଅର୍ଥର ସୁରକ୍ଷା ପାଇଁ ଏକ ପ୍ରମୁଖ ନୀତିଗତ ପଦକ୍ଷେପ ନିମନ୍ତେ ସଂସଦରେ ନିମ୍ନଲିଖିତ ବିଧେୟକକୁ ଉପସ୍ଥାପନ କରିବା ପ୍ରସ୍ତାବକୁ ଅନୁମୋଦନ ମିଳିଛି ।
କ- ସଂସଦରେ ଅନିୟନ୍ତ୍ରିତ ଜମା ଯୋଜନା ଉପରେ ନିଷେଧ ବିଲ୍, 2018 ଓ
ଖ- ଚିଟଫଣ୍ଡ (ସଂଶୋଧନ) ବିଲ୍-2018
ଅନିୟନ୍ତ୍ରିତ ଜମା ଯୋଜନା ନିଷେଧ ବିଲ୍-2018
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଅନିୟନ୍ତ୍ରିତ ଜମା ଯୋଜନା ନିଷେଧ ବିଲ୍-2018କୁ ସଂସଦରେ ଆଗତ କରିବା ପ୍ରସ୍ତାବକୁ ମଞ୍ଜୁରି ମିଳିଛି । ଦେଶରେ ଅବୈଧ ଜମା ସଂଗ୍ରହର ଗତିବିଧିକୂ ନେଇ ରହିଥିବା ବିପଦର ମୁକାବିଲା କରିବା ହେଉଛି ଏହି ବିଲ୍ ର ଉଦ୍ଦେଶ୍ୟ । ଏଭଳି ଯୋଜନା ଚଳାଉଥିବା କମ୍ପାନୀ ଓ ପ୍ରତିଷ୍ଠାନ ବର୍ତ୍ତମାନର ପ୍ରଚଳିତ ନିୟନ୍ତ୍ରକରେ ଥିବା ଫାଙ୍କ ଓ କଠୋର ପ୍ରଶାସନିକ ପଦକ୍ଷେପର ଅଭାବ ଯୋଗୁ ଗରିବ ଓ ନିରୀହ ଲୋକଙ୍କ କଷ୍ଟ ଲବ୍ଧ ସଂଚୟକୁ ଶୋଷଣ କରୁଛନ୍ତି ।
ବିବରଣୀ
ଅନିୟନ୍ତ୍ରିତ ଜମା ଯୋଜନା ନିଷେଧ ବିଲ୍-2018 ଦେଶବ୍ୟାପୀ ଅବୈଧ ଜମା ଯୋଜନାର ଆଶଙ୍କାର ମୁକାବିଲା କରିବା ପାଇଁ ଏକ ବ୍ୟାପକ ଆଇନ ପ୍ରଦାନ କରିବ ।
କ- ନିୟମିତ ଜମା ନେବାର ଗତିବିଧି ଉପରେ ସମ୍ପୂର୍ଣ୍ଣ ନିଷେଧାଜ୍ଞା ;
ଖ- ଅନିୟନ୍ତ୍ରିତ ଜମା ସଂଗ୍ରହ ଯୋଜନାକୁ ପ୍ରୋତ୍ସାହନ ଦେବା ଅବା ପରିଚାଳନା ନିମନ୍ତେ ପ୍ରତିଷେଧକ ଦଣ୍ଡ ;
ଗ- ଜମାକାରୀଙ୍କୁ ଅର୍ଥ ଫେରସ୍ତରେ ଜାଲିଆତି ନିମନ୍ତେ କଠୋର ଦଣ୍ଡର ବ୍ୟବସ୍ଥା ;
ଘ- ପ୍ରତିଷ୍ଠାନ ଦ୍ୱାରା ଜମା ସଂଗ୍ରହରେ ତ୍ରୁଟି ହେବା ସ୍ଥିତିରେ ଜମା ରାଶିର ପୁନଃଫେରସ୍ତ ସୁନିଶ୍ଚିତ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ଦ୍ୱାରା ଅଧିକୃତ ପ୍ରାଧିକରଣ ପଦ ;
ଙ- ଅଧିକୃତ ପ୍ରାଧିକରଣର କ୍ଷମତା ଓ କାର୍ଯ୍ୟରେ ତ୍ରୁଟି କରିଥିବା ପ୍ରତିଷ୍ଠାନର ସମ୍ପତ୍ତିକୁ ବ୍ୟାଜ୍ୟାପ୍ତି କରିବାର କ୍ଷମତା
ଚ- ଜମାକାରୀଙ୍କ ଅର୍ଥ ଫେରସ୍ତର ତଦାରଖ ଓ ଅଧିନିୟମ ଅନ୍ତର୍ଗତ ଅପରାଧିକ କାର୍ଯ୍ୟାନୁଷ୍ଠାନ ନିମନ୍ତେ ପ୍ରାଧିକୃତ କୋର୍ଟ ଗଠନ
ଛ- ବିଧେୟକରେ ନିୟନ୍ତ୍ରିତ ଜମା ଯୋଜନାକୁ ତାଲିକାଭୁକ୍ତ କରିବା, ଯେଉଁଥିରେ ତାଲିକାର ବିସ୍ତାର କରିବା ଅଥବା ବାଦ୍ ଦେବା ନିମନ୍ତେ କେନ୍ଦ୍ର ସରକାରଙ୍କୁ ସକ୍ଷମ କରିବାର ଅନୁଚ୍ଛେଦ ସାମିଲ ରହିବ ।
ମୁଖ୍ୟ ବିଶେଷତ୍ୱ :
ବିଧେୟକର ମୁଖ୍ୟ ବିଶେଷତ୍ୱଗୁଡ଼ିକ ହେଲା :-
– ବିଧେୟକରେ ନିଷେଧ ଲଗାଯିବା ସମ୍ବନ୍ଧରେ ଏକ ମୌଳିକ ଅନୁଚ୍ଛେଦ ରହିଛି, ଯାହା ଜମା ରାଶି ସଂଗ୍ରହକାରୀଙ୍କୁ କୌଣସି ଅନିୟନ୍ତ୍ରିତ ଜମା ଯୋଜନା ପାଇଁ ପ୍ରୋତ୍ସାହିତ କରିବା, ତାକୁ ପରିଚାଳନା କରିବା, ବିଜ୍ଞାପନ ଜାରି କରିବା ଅଥବା ଜମା ରାଶି ସ୍ୱୀକାର କରିବାରୁ ବିରତ କରାଇବ । ଏହାର ମୁଖ୍ୟ ନିୟମ ହେଉଛି କି ବିଧେୟକରେ ଅନିୟନ୍ତ୍ରିତ ଜମା ରାଶି ସଂଗ୍ରହ କରୁଥିବା ଗତିବିଧି ଉପରେ ନିଷେଧ ଲଗାଇବା, ଏହାକୁ ବର୍ତ୍ତମାନ ଆଇନ ଓ ନିୟାମକ ଢାଂଚା ପରିବର୍ତ୍ତେ ପ୍ରତ୍ୟାଶିତ ଅପରାଧ ଭାବେ ବିବେଚନା କରାଯିବ, ଯାହା ପର୍ଯ୍ୟାପ୍ତ ସମୟ ସହ ଯଥାର୍ଥ ନିବେଶ ଉପରେ ଲାଗୁ ହେବ ।
– ବିଧେୟକରେ 3ଟି ଭିନ୍ନ ଭିନ୍ନ ପ୍ରକାରର ଅପରାଧ ନିର୍ଦ୍ଧାରଣ କରାଯାଇଛି, ଯେଉଁଥିରେ ଅନିୟମିତ ଜମା ଯୋଜନାର ପରିଚାଳନା, ନିୟମିତ ଜମା ଯୋଜନାରେ ଜାଲିଆତି ଓ ଅନିୟନ୍ତ୍ରିତ ଜମା ଯୋଜନାକୁ ଭୁଲ୍ ଢଙ୍ଗରେ ପ୍ରୋତ୍ସାହନ
– ବିଧେୟକରେ ଏହାକୁ ସୁରକ୍ଷା ଦେଉଥିବା ବ୍ୟକ୍ତିଙ୍କ ପାଇଁ କଡ଼ା ଦଣ୍ଡ ଓ ଅଧିକ ଜୋରିମାନାର ପ୍ରାବଧାନ ରହିଛି ।
– ବିଧେୟକରେ ଏଭଳି ମାମଲାରେ ଜମାରାଶିକୁ କାଢ଼ିବା ଅବା ଏହାର ପୈଠ ନିମନ୍ତେ ପର୍ଯ୍ୟାପ୍ତ ପ୍ରାବଧାନ କରାଯାଇଛି, ଯେଉଁଠି ଏଭଳି ଯୋଜନା ନିମନ୍ତେ ଅବୈଧ ଭାବେ ଜମା ରାଶି ସଂଗ୍ରହରେ ସଫଳତା ମିଳିଯାଉଥିଲା ।
– ବିଧେୟକରେ ପ୍ରାଧିକୃତ ଅଧିକାରୀଙ୍କ ଦ୍ୱାରା ସମ୍ପତ୍ତିକୁ ବ୍ୟାଜ୍ୟାପ୍ତି କରିବା ଓ ଜମାକାରୀଙ୍କୁ ପୈଠ ନିମନ୍ତେ ସମ୍ପତ୍ତିର ପରବର୍ତ୍ତୀ ଆଦାୟର ପ୍ରାବଧାନ କରାଯାଇଛି ।
– ସମ୍ପତ୍ତିର ବ୍ୟାଜ୍ୟାପ୍ତି ଓ ଜମାକାରୀଙ୍କୁ ଧନରାଶି ଫେରସ୍ତ ନିମନ୍ତେ ସ୍ପଷ୍ଟ ସମୟସୀମା ନିର୍ଦ୍ଧାରଣ କରାଯାଇଛି
– ଦେଶରେ ଜମା ସଂଗ୍ରହକାରୀଙ୍କ ଗତିବିଧି ସମ୍ପର୍କରେ ତଥ୍ୟ ସଂଗ୍ରହ ଓ ଆଦାନପ୍ରଦାନ ନିମନ୍ତେ ଅନଲାଇନ୍ ସେଂଟ୍ରାଲ ଡାଟାବେସ୍ ପ୍ରସ୍ତୁତ କରିବା ପାଇଁ ବିଧେୟକରେ ପ୍ରାବଧାନ ରହିଚି
– ବିଧେୟକରେ ବିସ୍ତୃତ ଭାବେ ‘ଜମା ସଂଗ୍ରହକାରୀ’ ଓ ‘ଜମା’ ବିଷୟରେ ଉଲ୍ଲେଖ ରହିଛି
– ଏକ ବ୍ୟାପକ ସଂଘୀୟ ଆଇନ ହୋଇଥିବା ଯୋଗୁ, ବିଧେୟକ ରାଜ୍ୟମାନଙ୍କ ଆଇନର ସର୍ବୋତମ କାର୍ଯ୍ୟପଦ୍ଧତିକୁ ଗ୍ରହଣ କରିଛି । ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କୁ ଆଇନର ପ୍ରାବଧାନକୁ ଲାଗୁ କରିବାର ପ୍ରାଥମିକ ଉତ୍ତରଦାୟିତ୍ୱ ମଧ୍ୟ ପ୍ରଦାନ କରିଛି ।
ଚିଟଫଣ୍ଡ (ସଂଶୋଧନ) ବିଧେୟକ-2018
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଚିଟଫଣ୍ଡ (ସଂଶୋଧନ) ବିଧେୟକ-2018କୁ ସଂସଦରେ ଆଗତ କରିବା ଲାଗି ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରିଛନ୍ତି । ଚିଟଫଣ୍ଡ କ୍ଷେତ୍ରର ସୁବ୍ୟବସ୍ଥିତ ବୃଦ୍ଧି ଓ ଚିଟଫଣ୍ଡ ଉଦ୍ୟୋଗ ମାର୍ଗରେ ଆସୁଥିବା ସମସ୍ୟାକୁ ସମାପ୍ତ କରିବା ସହ ଅନ୍ୟ ଆର୍ଥିକ ଉତ୍ପାଦକୁ ଲୋକଙ୍କ ନିକଟରେ ପହଂଚାଇବାକୁ ସୁନିଶ୍ଚିତ କରିବା ନିମନ୍ତେ ଚିଟଫଣ୍ଡ ଆଇନ-1982ରେ ନିମ୍ନଲିଖିତ ସଂଶୋଧନର ପ୍ରସ୍ତାବ କରାଯାଇଛି ।
ଚିଟଫଣ୍ଡ ଆଇନ-1982ର ଅନୁଚ୍ଛେଦ 2(ଖ) ଓ 11(1) ଅନ୍ତର୍ଗତ ବ୍ୟବସାୟ ନିମନ୍ତେ ‘ବନ୍ଧୁତ୍ୱ ପାଣ୍ଠି’ ଶବ୍ଦର ଉପଯୋଗ ତା’ର ଅନ୍ତର୍ନିହିତ ପ୍ରକୃତିକୁ ସ୍ପଷ୍ଟ କରିବା ଓ ଏକ ଭିନ୍ନ ଆଇନ ଅନ୍ତର୍ଗତ ନିଷେଧ ‘ପ୍ରାଇଜ୍ ଚିଟ୍’ରୁ ଏହାର କାର୍ଯ୍ୟକୁ ଅଲଗା କରାଇବ ।
-ଚିଟ୍ର ଡ୍ର କରିବା ପାଇଁ ଅତିକମ୍ ରେ ଦୁଇଜଣ ଗ୍ରାହକଙ୍କ ଆବଶ୍ୟକତାକୁ ବଜାୟ ରଖି ଓ କାର୍ଯ୍ୟକାରିତାର ଅଧିକୃତ ରିପୋର୍ଟ ପ୍ରସ୍ତୁତ କରିବା, ଚିଟଫଣ୍ଡ (ସଂଶୋଧନ) ବିଧେୟକ-2018ରେ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଅତିକମ୍ ରେ ଦୁଇଜଣ ଗ୍ରାହକଙ୍କୁ ସାମିଲ କରିବା, ଯାହାଙ୍କ ରେକର୍ଡିଂ ଚିଟ(Chit)ର ଅନ୍ତିମ ପର୍ଯ୍ୟାୟରେ ଗ୍ରାହକଙ୍କ ଉପସ୍ଥିତି ଭାବେ ଫୋରମ୍ୟାନ୍ ଦ୍ୱାରା କରାଯାଇଥାଏ, ସେଥିପାଇଁ ଅନୁମତି ଦେବ । ଫୋରମ୍ୟାନ୍ ପାଖରେ ପ୍ରୋସିଡିଂର ରିପୋର୍ଟ ରହିବ, ଯେଉଁଥିରେ ପ୍ରୋସିଡିଂର ଦୁଇ ଭିତରେ ଗ୍ରାହକଙ୍କ ସ୍ୱାକ୍ଷର ରହିବ ।
– ଫୋରମ୍ୟାନଙ୍କ କମିଶନର ଅନ୍ତିମ ସୀମା ଅତିବେଶୀରେ 5 ପ୍ରତିଶତରୁ ବୃଦ୍ଧି କରି 7 ପ୍ରତିଶତ କରିବା, କାରଣ ଆଇନ ଲାଗୁ ହେବା ପର୍ଯ୍ୟନ୍ତ ଦର ଅପରିବର୍ତ୍ତନୀୟ । ତେବେ ମୁଣ୍ଡପିଛା ଖର୍ଚ୍ଚ ଓ ଅନ୍ୟ ଖର୍ଚ୍ଚରେ ଅନେକ ଗୁଣ ବୃଦ୍ଧି ହୋଇଛି ।
– ଫୋରମ୍ୟାନକୁ ଅଧିକାର ଦିଆଯିବ କି ସେ ଗ୍ରାହକଙ୍କଠାରୁ ବକେୟା ରାଶି ଆଣିବେ, ଯାହାଫଳରେ ଉକ୍ତ ଗ୍ରାହକଙ୍କୁ ଚିଟ୍ କମ୍ପାନୀ ଦ୍ୱାରା କ୍ଷତିପୂରଣର ଅନୁମତି ଦିଆଯାଇପାରିବ, ଯିଏକି ପୂର୍ବରୁ ହିଁ ଅର୍ଥ କାଢ଼ି ନେଇଥିବେ, ଅବା ତାଙ୍କ ଦ୍ୱାରା ଜାଲିଆତିକୁ ରୋକାଯାଇ ପାରିବ ।
– ଚିଟଫଣ୍ଡ ଆଇନ-1982ର ଅନୁଚ୍ଛେଦ 85(ଖ)ରେ ସଂଶୋଧନ କରାଯାଇଛି ଯାହାକି ଚିଟଫଣ୍ଡ ଆଇନ ପ୍ରସ୍ତୁତ କରିବା ସମୟରେ 1982ରେ ନିର୍ଦ୍ଧାରିତ ଶହେ ଟଙ୍କାର ସୀମାକୁ ସମାପ୍ତ କରାଯାଇପାରିବ । ଯାହାକି ନିଜର ପ୍ରାସଙ୍ଗିକତା ହରାଇସାରିଛି । ରାଜ୍ୟ ସରକାରଙ୍କ ଦ୍ୱାରା ସିଲିଂ ନିର୍ଦ୍ଧାରଣ କରିବା ଓ ତାକୁ ସମୟ ସମୟରେ ବୃଦ୍ଧି କରିବା ପାଇଁ ଅନୁମତି ଦେବାର ପ୍ରାବଧାନ ରହିଛି ।