ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଅନିୟନ୍ତ୍ରିତ ଜମା ଯୋଜନା ନିଷେଧ ବିଲ, 2019କୁ ଅନୁମୋଦନ କରିଛନ୍ତି । ଏହି ବିଲ ଅନିୟନ୍ତ୍ରିତ ଜମା ଯୋଜନା ନିଷେଧ ଅଧ୍ୟାଦେଶ, 2019 ସ୍ଥାନରେ କାର୍ଯ୍ୟକାରୀ ହେବ ।
ଅନିୟନ୍ତ୍ରିତ ଜମା ଯୋଜନା ନିଷେଧ ବିଲ, 2019 ଫେବୃଆରୀ 21 ତାରିଖରେ ଲାଗୁ ଅଧ୍ୟାଦେଶର ସ୍ଥାନ ନେବ, ନଚେତ ସଂସଦ ବୈଠକ ପୁଣିଥରେ ହେବାର 6 ସପ୍ତାହ ପରେ ଏହି ଅଧ୍ୟାଦେଶ ଅସ୍ତିତ୍ୱ ହରାଇବ ।
ପ୍ରଭାବ :
ଏହି ବିଲ ଦେଶରେ ବେଆଇନ ଭାବେ ଜମା କରାଯାଇଥିବା ଅର୍ଥରାଶିର ପ୍ରଭାବ ମୁକାବିଲା କରିବାରେ ସହାୟକ ହେବ । ବର୍ତ୍ତମାନ ବେଆଇନ ଜମା ଯୋଜନାର ନିୟାମକରେ ରହିଥିବା ଦୁର୍ବଳତାର ଲାଭ ଉଠାଇ ତଥା କଠୋର ପ୍ରଶାସନିକ ଉପାୟର ଅଭାବ କାରଣରୁ ଗରିବ ଲୋକଙ୍କ ଝାଳବୁହା ଧନରୁ କରାଯାଇଥିବା ଜମାରାଶିକୁ ହଡ଼ପ କରିନିଆଯାଉଛି ।
*******