ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ଅନ୍ତର୍ଜାତୀୟ ଆତଙ୍କବାଦ ଏବଂ ଅନ୍ତର୍ଜାତୀୟ ସଂଗଠିତ ଅପରାଧ ରୋକିବା ଲାଗି ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ହୋଇଥିବା ବୁଝାମଣାପତ୍ର (ଏମଓୟୁ)କୁ ପିଛିଲା ଭାବେ ଅନୁମୋଦନ ମିଳିଛି ।
ଏହି ଏମ୍ଓୟୁ ଦ୍ୱାରା ଭାରତ ଏବଂ ଅଷ୍ଟ୍ରେଲିଆ ସୂଚନା ଆଦାନ ପ୍ରଦାନ, ଅଭିଜ୍ଞତା ଏବଂ ଦକ୍ଷତା ନିର୍ମାଣ ମାଧ୍ୟମରେ ନିଜ ଅଂଚଳରେ ଶାନ୍ତି ଏବଂ ସ୍ଥିରତା ପ୍ରତିଷ୍ଠା କରିପାରିବେ ।
ନିର୍ଦ୍ଦିଷ୍ଟ କ୍ଷେତ୍ରରେ ପାରସ୍ପରିକ ଆଲୋଚନା ଏବଂ ସହଯୋଗ ଆବଶ୍ୟକତା ପାଇଁ ଏହି ଏମ୍ଓୟୁରେ ବ୍ୟବସ୍ଥା ରହିଛି ।
ଆପୋଷ ସହଯୋଗ ଦ୍ୱାରା ଦୁଇ ଦେଶ ମଧ୍ୟରେ ସାଂଗଠନିକ ଭାବ ବିନିମୟ ପାଇଁ ସହଯୋଗ ମିଳିବ । ଏହି ଏମ୍ଓୟୁ ଥରେ କାର୍ଯ୍ୟକାରୀ ହେଲେ ଅନ୍ତର୍ଜାତୀୟ ଆତଙ୍କବାଦ ଏବଂ ଅନ୍ତର୍ଜାତୀୟ ସଂଗଠିତ ଅପରାଧର ନିରାକରଣ କରିବା ସମ୍ଭବପର ହୋଇପାରିବ ।
**********