Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଅନ୍ତର୍ଜାତୀୟ ଶ୍ରମ ସଂଗଠନ ଦ୍ୱାରା ‘ନିଯୁକ୍ତି, ଶାନ୍ତି, ନମନୀୟତା ସମ୍ପର୍କିତ ମର୍ଯ୍ୟାଦାସମ୍ପନ୍ନ କାର୍ଯ୍ୟ (ସଂଖ୍ୟା 205)କୁ ଦୃଷ୍ଟିରେ ରଖି ଅନୁମୋଦନର ନୂଆ ଲେଖା ପତ୍ର ସଂସଦରେ ଉପସ୍ଥାପନ କରିବା ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ


ଅନ୍ତର୍ଜାତୀୟ ଶ୍ରମ ସଂଗଠନ ଦ୍ୱାରା ‘ନିଯୁକ୍ତି, ଶାନ୍ତି ଏବଂ ନମନୀୟତା ସମ୍ପର୍କିତ ମର୍ଯ୍ୟାଦାସମ୍ପନ୍ନ କାର୍ଯ୍ୟ (ସଂଖ୍ୟା 205)କୁ ଦୃଷ୍ଟିରେ ରଖି ଅନୁମୋଦନର ନୂଆ ଲେଖପତ୍ର ସଂସଦରେ ଉପସ୍ଥାପନ କରିବା ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଅନୁମୋଦନ ମିଳିଛି । 2015ରେ ଜେନେଭାରେ ଆୟୋଜିତ ଅନ୍ତର୍ଜାତୀୟ ଶ୍ରମ ସମ୍ମେଳନର 106ତମ ଅଧିବେଶନରେ ଅନ୍ତର୍ଜାତୀୟ ଶ୍ରମିକ ସଂଗଠନ ଏହି  ଅନୁମୋଦନକୁ ସ୍ୱୀକାର କରିଥିଲା । ଭାରତ ଅନୁମୋଦନକୁ ଆପଣାଇବା ନିମନ୍ତେ ସମର୍ଥନ କରିଥିଲା ।

ଆଇଏଲଓର ପ୍ରତ୍ୟେକ ସଦସ୍ୟ ରାଷ୍ଟ୍ର ପାଇଁ ଏହା ଜରୁରୀ ଅଟେ ଯେ ସେମାନେ ଲେଖପତ୍ରକୁ ନିଜର କ୍ଷମତାସମ୍ପନ୍ନ କର୍ତୃପକ୍ଷଙ୍କ ସମ୍ମୁଖରେ ଉପସ୍ଥାପନ କରିବେ । ଭାରତ ଏହାକୁ ସଂସଦରେ ଉପସ୍ଥାପନ କରିବ । ସଂସଦର ସୂଚନା ଲାଗି ଲେଖପତ୍ରକୁ ଉପସ୍ଥାପନ କରିବା କୌଣସି ତତ୍କାଳ ଉତ୍ତରଦାୟିତ୍ୱ ନାହିଁ  । ଆଇଏଲଓ ଅନୁମୋଦନ ଅଣ-ବାଧ୍ୟତାମୂଳକ ଉପକରଣ ଅଟେ । ଏହାର ଉଦ୍ଦେଶ୍ୟ ଜାତୀୟ ନୀତି ପ୍ରକ୍ରିୟା ଲାଗି ମାର୍ଗଦର୍ଶକ ସିଦ୍ଧାନ୍ତ ଉପଲବ୍ଧ କରାଇବା ।

ଅନୁମୋଦନ ଅନ୍ତର୍ଗତ ସଦସ୍ୟ ରାଷ୍ଟ୍ରଗୁଡ଼ିକୁ ଦିଗଦର୍ଶନ ପ୍ରଦାନ କରାଯିବ, ଯାହାଦ୍ୱାରା ସେମାନେ ନିଯୁକ୍ତି ଏବଂ ମର୍ଯ୍ୟାଦାପୂର୍ଣ୍ଣ କାର୍ଯ୍ୟ ଲାଗି ପଦକ୍ଷେପ ନେଇପାରିବେ । ସଂଘର୍ଷ ଏବଂ ବିପତି ସମୟରେ ସୃଷ୍ଟି ହେଉଥିବା ସଂକଟର ନିରାକରଣ, ଶାନ୍ତିପ୍ରତିଷ୍ଠା ଏବଂ ନମନୀୟତା ହେଉଛି ଏହାର ଉଦ୍ଦେଶ୍ୟ ।

ଅନୁମୋଦନରେ ସମସ୍ତ ମାନବାଧିକାର ପ୍ରତି ସମ୍ମାନ ଏବଂ ଆଇନର ଶାସନ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି, ଯେଉଁଥିରେ ମୌଳିକ ସିଦ୍ଧାନ୍ତ ପ୍ରତି ସମ୍ମାନ, କାମ କରିବା ସମୟରେ ଅଧିକାର ଏବଂ ଅନ୍ତର୍ଜାତୀୟ ଶ୍ରମ ମାନକ ସାମିଲ ରହିଛି । ଏଥିରେ ବିଶେଷ କରି ସେସବୁ ଅଧିକାର ଏବଂ ସିଦ୍ଧାନ୍ତ ସାମିଲ ଅଛି, ଯାହା ନିଯୁକ୍ତି ଏବଂ ମର୍ଯ୍ୟାଦାସମ୍ପନ୍ନ କାର୍ଯ୍ୟ ସହ ଜଡ଼ିତ ।

ଅନୁମୋଦନରେ ସାମାଜିକ ସୁରକ୍ଷା ପଦକ୍ଷେପର ବିକାଶ ଏବଂ ସେଗୁଡ଼ିକୁ ସୁଦୃଢ଼ କରିବା ଲାଗି ଆବଶ୍ୟକତା ଉପରେ ଗୁରୁତ୍ୱ ଦିଆଯାଇଛି । ଯାହାଦ୍ୱାରା ସଂକଟର ନିରାକରଣ କରାଯାଇପାରିବ ଏବଂ ସ୍ଥିରତା ତଥା ନମନୀୟତା ପ୍ରତିଷ୍ଠା କରାଯିବା ସମ୍ଭବ ହେବ । ଅନୁମୋଦନରେ କୁହାଯାଇଛି ଯେ ସଦସ୍ୟ ରାଷ୍ଟ୍ର ଶାନ୍ତିକୁ ପ୍ରୋତ୍ସାହନ ଦେବେ । ସଂକଟର ନିରାକାରଣ କରିବା ଏବଂ ସାଧାରଣ ସ୍ଥିତି ବଜାୟ ରଖିବା ଲାଗି ବିସ୍ତୃତ କାର୍ଯ୍ୟପଦ୍ଧତି ପ୍ରସ୍ତୁତ କରିବେ । ଏହାର ଅନ୍ତର୍ଗତ ସଦସ୍ୟମାନଙ୍କୁ ନିଯୁକ୍ତି ଏବଂ ମର୍ଯ୍ୟାଦାସମ୍ପନ୍ନ କାର୍ଯ୍ୟର ସୁଯୋଗକୁ ଦୃଷ୍ଟିରେ ରଖି ସ୍ଥାନୀୟ ଆର୍ଥିକ ସ୍ଥିତି ବଜାୟ ରଖିବାକୁ ପ୍ରୋତ୍ସାହନ ଦିଆଯିବ, ସାମାଜିକ-ଆର୍ଥିକ ଅନ୍ତର୍ଭୂକ୍ତିକରଣ, ସାମାଜିକ ସୁରକ୍ଷା ପ୍ରଦାନ ଏବଂ ସାମାଜିକ ସମାବେଶ କରାଯିବ । ଏହାବ୍ୟତୀତ ନିରନ୍ତର ଏବଂ ଲଘୁ ଓ ମଧ୍ୟମ ଉପକ୍ରମଗୁଡ଼ିକ ଦୃଷ୍ଟିରେ ରଖି ଉପକ୍ରମଗୁଡ଼ିକ ଏଥିରେ ସାମିଲ ହେବା ଆବଶ୍ୟକ, ଯାହଦ୍ୱାରା ବୃଦ୍ଧି ଏବଂ ସାଧାରଣ ସ୍ଥିତି ବଜାୟ ରଖିବା ଲାଗି  କର୍ମଚାରୀ ଏବଂ ଶ୍ରମିକ ସଂଗଠନଗୁଡ଼ିକର ଭାଗିଦାରୀ ସୁନିଶ୍ଚିତ ହୋଇପାରିବ ।

ଅନୁମୋଦନ ସଂଖ୍ୟା 205, ସଂଘର୍ଷ ଏବଂ ବିପତ୍ତିରୁ ଉତ୍ପନ୍ନ ସଂକଟ ସ୍ଥିତି ଦ୍ୱାରା ପ୍ରଭାବିତ ଅର୍ଥବ୍ୟବସ୍ଥାର ସମସ୍ତ କ୍ଷେତ୍ରର ଶ୍ରମିକ ଏବଂ ରୋଜଗାର ଚାହୁଁଥିବା ତଥା ନିଯୁକ୍ତିଦାତାଙ୍କ ସହିତ ସଂକଟର ନିବାରଣରେ ଲିପ୍ତ ଶ୍ରମିକଙ୍କ ଉପରେ ଲାଗୁ ।

 

**********