Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଅନ୍ତର୍ଜାତୀୟ ସୀମା ନିକଟବର୍ତ୍ତୀ ଜାମ୍ମୁ ଓ କାଶ୍ମୀର ବାସିନ୍ଦାଙ୍କ ପାଇଁ ଆଶ୍ୱସ୍ତି


 

  • ଚାକିରି, ପଦୋନ୍ନତି ଏବଂ ପେସାଦାର ପାଠ୍ୟକ୍ରମରେ ନାମ ଲେଖାଇବା କ୍ଷେତ୍ରରେ ପାଇବେ ସଂରକ୍ଷଣ
  • ଜାମ୍ମୁ ଓ କାଶ୍ମୀର ସଂରକ୍ଷଣ (ସଂଶୋଧନ) ବିଲ, 2019କୁ କ୍ୟାବିନେଟ ମଞ୍ଜୁରି
  • ସଂସଦର ଉଭୟ ଗୃହରେ ଆଗତ ହେବ ବିଲ୍

 

ଲୋକାଭିମୁଖୀ ଯୋଜନାର ଲାଭକୁ ଅନ୍ତିମ ଧାଡ଼ିରେ ଛିଡ଼ା ହୋଇଥିବା ଲୋକମାନଙ୍କ ବିକାଶରେ ଉପଯୋଗ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ “ଜାମ୍ମୁ ଓ କାଶ୍ମୀର ସଂରକ୍ଷଣ (ସଂଶୋଧନ) ବିଲ, 2019କୁ ମଞ୍ଜୁରି ମିଳିଛି । ସଂସଦର ଆଗାମୀ ଅଧିବେଶନରେ ଏହି ବିଲ ଉଭୟ ଗୃହରେ ଆଗତ କରାଯିବ ।

କ୍ୟାବିନେଟର ଏହି ନିଷ୍ପତ୍ତି ସବକା ସାଥ, ସବକା ବିକାଶ ଓ ସବକା ବିଶ୍ୱାସ ନୀତି ପ୍ରତି ସମର୍ପିତ ଏକ ଲୋକାଭିମୁଖୀ ସରକାର ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସଂକଳ୍ପକୁ ପ୍ରତିଫଳିତ କରୁଛି ।

ଲାଭ :

ଜାମ୍ମୁ ଓ କାଶ୍ମୀରରେ ଅନ୍ତର୍ଜାତୀୟ ସୀମା ନିକଟରେ ବସବାସ କରୁଥିବା ଲୋକମାନଙ୍କୁ ଏହି ପଦକ୍ଷେପ ଦୀର୍ଘକାଳୀନ ଭିତ୍ତିରେ ଲାଭାନ୍ୱିତ କରିବ

ଏଣିକି ସେମାନେ ସିଧାସଳଖ ନିଯୁକ୍ତି, ପଦୋନ୍ନତି ଏବଂ ବିଭିନ୍ନ ପେସାଦାର ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ସଂରକ୍ଷଣର ଫାଇଦା ପାଇପାରିବେ ।

ପରିଣାମ :

ଏହି ବିଲ ଜାମ୍ମୁ ଓ କାଶ୍ମୀର ସଂରକ୍ଷଣ ଆଇନ, 2004ରେ ସଂଶୋଧନ ଆଣି “ଜାମ୍ମୁ ଓ କାଶ୍ମୀର ସଂରକ୍ଷଣ (ସଂଶୋଧନ) ଅଧ୍ୟାଦେଶ, 2019ର ସ୍ଥାନ ନେବ । ଫଳରେ ଅନ୍ତର୍ଜାତୀୟ ସୀମା ନିକଟବର୍ତ୍ତୀ ବାସିନ୍ଦାମାନେ ସଂରକ୍ଷଣର ପରିଧି ମଧ୍ୟକୁ ଆସିପାରିବେ । ସେମାନେ ମଧ୍ୟ ବାସ୍ତବ ନିୟନ୍ତ୍ରଣ ରେଖା ନିକଟରେ ରହୁଥିବା ଲୋକମାନଙ୍କ ଭଳି ସମାନ ସଂରକ୍ଷଣ ସୁବିଧା ପାଇପାରିବେ ।

 

***************