Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଅମରନାଥ ଯାତ୍ରୀବାହୀ ବସ ଦୁର୍ଘଟଣା ମୃତ୍ୟୁ ପାଇଁ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାମ୍ମୁ-କାଶ୍ମୀର ବସ ଦୁର୍ଘଟଣାରେ ଅମରନାଥ ଯାତ୍ରୀଙ୍କର ମୃତ୍ୟୁ ଯୋଗୁଁ ଗଭୀର ଭାବେ ଦୁଃଖ ପ୍ରକାଶ କରିଛନ୍ତି ।

“ଜାମ୍ମୁ-କାଶ୍ମୀର ବସ ଦୁର୍ଘଟଣାରେ ଅମରନାଥ ଯାତ୍ରୀମାନଙ୍କର ମୃତ୍ୟୁ ଯୋଗୁଁ ମୁଁ ଗଭୀର ଭାବେ ମର୍ମାହତ । ମୃତ ବ୍ୟକ୍ତିଙ୍କ ପରିଜନଙ୍କ ପାଇଁ ମୋର ସମବେଦନା ।

ଏହି ବସ ଦୁର୍ଘଟଣାରେ ଆହତ ଯାତ୍ରୀମାନଙ୍କର ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛି,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ ମୃତ ଅମରନାଥ ଯାତ୍ରୀଙ୍କ ନିକଟ ସମ୍ପର୍କୀୟଙ୍କ ପାଇଁ 2 ଲକ୍ଷ ଟଙ୍କା ଏବଂ ଆହତମାନଙ୍କ ଲାଗି 50 ହଜାର ତାଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ।

****