Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଅଲିମ୍ପିକ୍ସ କ୍ରୀଡା 2020, 2024 ଏବଂ 2028 ପାଇଁ କାର୍ଯ୍ୟ ଯୋଜନା ପ୍ରସ୍ତୁତ ଲାଗି ଟାସ୍କ ଫୋର୍ସ ଗଠନ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଘୋଷଣା


ଆଗାମୀ 2020, 2024 ଏବଂ 2028 ଅଲିମ୍ପିକ୍ସ କ୍ରୀଡାରେ ଭାରତୀୟ କ୍ରୀଡାବିତମାନଙ୍କ ପ୍ରଭାବୀ ଅଂଶଗ୍ରହଣ ପାଇଁ ବ୍ୟାପକ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବାକୁ ଏକ ଟାସ୍କ ଫୋର୍ସ ଗଠନ କରାଯିବ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମନ୍ତ୍ରୀ ପରିଷଦ ବୈଠକରେ ଘୋଷଣା କରିଛନ୍ତି ।

ସଂପୃକ୍ତ ଟାସ୍କଫୋର୍ସ କ୍ରୀଡା ସୁବିଧା, ପ୍ରଶିକ୍ଷଣ, ଚୟନ ପ୍ରକ୍ରିୟା ଏବଂ ଅନ୍ୟ ସମ୍ବନ୍ଧୀତ ମାମଲାକୁ ଆଖି ଆଗରେ ରଖି ରଣନୀତି ପ୍ରସ୍ତୁତ କରିବ ।

ଟାସ୍କଫୋର୍ସରେ ଘରୋଇ ବିଶେଷଜ୍ଞଙ୍କ ସହିତ ବାହାରର ବିଶେଷଜ୍ଞ ସଦସ୍ୟ ରହିବେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଟାସ୍କ ଫୋର୍ସ ଆଗାମୀ କିଛି ଦିନ ମଧ୍ୟରେ ଗଠନ କରାଯିବ ।