Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଅଷ୍ଟ୍ରେଲିଆ ପ୍ରତିପକ୍ଷଙ୍କ ସହ ଟେଲିଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ମିଷ୍ଟର ମାଲକମ ଟର୍ନବୁଲଙ୍କ ସହ ଟେଲିଫୋନ ଯୋଗେ କଥାବାର୍ତ୍ତା କରିବା ସହିତ ଦୀପାବଳି ଶୁଭେଚ୍ଛା ଜଣାଇଛନ୍ତି ।

କଥାବାର୍ତ୍ତା ବେଳେ ପ୍ରଧାନମନ୍ତ୍ରୀ ଅଷ୍ଟ୍ରେଲିଆରେ ବସବାସ କରୁଥିବା ଭାରତୀୟ ବଂଶୋଦ୍ଭବ ଶ୍ରୀ ମନମିତ ଆଲିସେରଙ୍କ ଜଘନ୍ୟ ହତ୍ୟା ଘଟଣାରେ ଭାରତର ସମ୍ବେଦନା ବିଷୟ ମିଷ୍ଟର ଟର୍ନବୁଲଙ୍କ ଦୃଷ୍ଟିକୁ ଆଣିଥିଲେ । ଏହି ଘଟଣାରେ ସେ ତାଙ୍କର ଉଦବେଗ ମଧ୍ୟ ପ୍ରକଟ କରିଥିଲେ ।

ପ୍ରଧାନମନ୍ତ୍ରୀ ଟର୍ନବୁଲ ଏହି ମର୍ମନ୍ତୁଦ ହତ୍ୟା ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଉଛି ବୋଲି କହିଥିଲେ ।

ଆସନ୍ତା 2017ରେ ଭାରତ ଗସ୍ତରେ ଆସିବା ପାଇଁ ପ୍ରଧାନମନ୍ତ୍ରୀ ଟର୍ନବୁଲଙ୍କୁ ସେ ପୁଣି ଥରେ ଆମନ୍ତ୍ରଣ ଜଣାଇଥିଲେ ।

**********