Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀଙ୍କ ଭାରତୀୟ ତଥା ପ୍ରଧାନମନ୍ତ୍ରୀଙ୍କ ଏକାଦଶ କ୍ରିକେଟ୍ ଦଳ ସହ ସାକ୍ଷାତକୁ ନେଇ ଖୁସି ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ


ଆଜି ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଅଲ୍‌ବାନିସ୍‌ଙ୍କର ଭାରତୀୟ ତଥା ପ୍ରଧାନମନ୍ତ୍ରୀଙ୍କ ଏକାଦଶ କ୍ରିକେଟ୍ ଦଳ ସହ ସାକ୍ଷାତକୁ ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଖୁସି ବ୍ୟକ୍ତ କରିଛନ୍ତି । ଅଷ୍ଟ୍ରେଲିଆରେ ଚାଲିଥିବା ଟେଷ୍ଟ ମ୍ୟାଚ୍ ସିରିଜ୍‌ରେ ଉତ୍ସାହଜନକ ଆରମ୍ଭ ପାଇଁ ଶ୍ରୀ ମୋଦୀ ଭାରତୀୟ କ୍ରିକେଟ ଖେଳାଳୀମାନଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି ।

ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଅଲ୍‌ବାନିସ୍‌ଙ୍କ ଏକ ପୋଷ୍ଟର ଉତ୍ତର ଦେଇ ଶ୍ରୀ ମୋଦୀ କହିଛନ୍ତି :

“ମୋର ଭଲ ବନ୍ଧୁ ପ୍ରଧାନମନ୍ତ୍ରୀ ଅଲ୍‌ବୋଏମ୍‌ପିଙ୍କୁ ଭାରତୀୟ ଏବଂ ପ୍ରଧାନମନ୍ତ୍ରୀଙ୍କ ଏକାଦଶ ଦଳ ସହିତ ଦେଖି ଖୁସି ହେଲି ।

ଭାରତୀୟ ଦଳ ଏହି ସିରିଜରେ ଏକ ଉତ୍ସାହଜନକ ଆରମ୍ଭ କରିଛି ଏବଂ ୧.୪ ବିଲିୟନ ଭାରତୀୟ ମେନ୍ ଇନ୍ ବ୍ଲ୍ୟୁଙ୍କୁ ସମର୍ଥନ କରୁଛନ୍ତି ।

ମୁଁ ଆଗକୁ ଏକ ରୋମାଞ୍ଚକର ଖେଳକୁ ଅପେକ୍ଷା କରିଛି ।”

SR