ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଆଂଚଳିକ ଗ୍ରାମୀଣ ବ୍ୟାଙ୍କଗୁଡ଼ିକର ଯୋଜନାକୁ ପରବର୍ତ୍ତୀ ଆର୍ଥିକ ବର୍ଷ ଅର୍ଥାତ୍ 2019-20 ପର୍ଯ୍ୟନ୍ତ ସମ୍ପ୍ରସାରିତ କରାଯିବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ଏହାର ମାଧ୍ୟମରେ ଆରଆରବିଗୁଡ଼ିକୁ ସର୍ବନିମ୍ନ ନିର୍ଦ୍ଧାରିତ ପୁଞ୍ଜିକୁ 9 ପ୍ରତିଶତର ବିପତି ପରିସମ୍ପତ୍ତି ଅନୁପାତ (ସିଆରଏଆର)ରେ ସ୍ଥିର ରଖିବାରେ ସହାୟତା ମିଳିପାରିବ ।
ପ୍ରଭାବ :
ଏକ ସୁଦୃଢ଼ ପୁଞ୍ଜିଗତ ଭିତ୍ତିଭୂମି ଏବଂ ସିଆରଏଆରର ସର୍ବନିମ୍ନ ସ୍ତରରୁ ଆରଆରବିର ଆର୍ଥିକ ସ୍ଥିରତା ସୁନିଶ୍ଚିତ ହେବ । ଏହାର ମାଧ୍ୟମରେ ଆରଆରବି ଆର୍ଥିକ ଅନ୍ତର୍ଭୂକ୍ତିକରଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇପାରିବ ଏବଂ ଗ୍ରାମୀଣ କ୍ଷେତ୍ରରେ ପୁଞ୍ଜିଗତ ଆବଶ୍ୟକତାକୁ ପୂରଣ କରିବାରେ ସମର୍ଥ ହେବ ।
ବିବରଣୀ :
ଦେଶରେ 56ଟି ଆରଆରବି କାର୍ଯ୍ୟକ୍ଷମ ରହିଛନ୍ତି । 31 ମାର୍ଚ୍ଚ, 2017 ସୁଦ୍ଧା ଆରଆରବି ମୋଟ 2,28,599 କୋଟି ଟଙ୍କା ଋଣ ଦେଇଥିଲେ । ଋଣର ପ୍ରମୁଖ ଶ୍ରେଣୀ ନିମ୍ନରେ ଦିଆଗଲା:-
|
ପ୍ରାଥମିକ କ୍ଷେତ୍ରରେ ମୋଟ ଋଣ (ପିଏସଏଲ) |
2,05,122 |
89.73 ପ୍ରତିଶତ |
|
କୃଷି (ପିଏସଏଲ ଅନ୍ତର୍ଗତ) |
1,54,322 |
67.51 ପ୍ରତିଶତ |
|
କ୍ଷୁଦ୍ର ଏବଂ ନାମମାତ୍ର କୃଷକ (କୃଷି ଅର୍ନ୍ତଗତ) |
1,02,791 |
44.97 ପ୍ରତିଶତ |
ବିବରଣୀ | ଋଣ ପରିମାଣ (କୋଟିରେ) | ମୋଟ ଋଣର ପ୍ରତିଶତ |
|---|
(ଉତ୍ସ : ନାବାର୍ଡ)
ଆରଆରବିର ପୁନଃପୁଞ୍ଜିକରଣ ଯୋଜନାର ଆରମ୍ଭ 2010-11 ଆର୍ଥିକ ବର୍ଷରେ ହୋଇଥିଲା ଏବଂ ଏହାକୁ 2012-13 ଏବଂ 2015-16ରେ ଦୁଇ ଥର ସମ୍ପ୍ରସାରିତ କରାଯାଇଥିଲା । ଶେଷଥର ଲାଗି 31 ମାର୍ଚ୍ଚ, 2017 ପର୍ଯ୍ୟନ୍ତ ଏହାକ ସମ୍ପ୍ରସାରିତ କରାଯାଇଥିଲା । ମୋଟ 1450 କୋଟି ଟଙ୍କା ମଧ୍ୟରୁ ଭାରତ ସରକାରଙ୍କ ଅଂଶବିଶେଷ ସ୍ୱରୂପ 31 ମାର୍ଚ୍ଚ, 2017 ପର୍ଯ୍ୟନ୍ତ ମୋଟ 1107.20 କୋଟି ଟଙ୍କାର ଅର୍ଥରାଶି ଆରଆରବିଗୁଡ଼ିକୁ ଜାରି କରାଯାଇଛି । ଅବଶିଷ୍ଟ 342.80 କୋଟି ଟଙ୍କର ଅର୍ଥରାଶି ସେହି ଆରଆରବିଗୁଡ଼ିକର ପୁନଃପୁଞ୍ଜିକରଣ ସହଯୋଗ ନିମନ୍ତେ ଉପଲବ୍ଧ କରାଯିବା ଯାହାର ସିଆରଏଆର 2017-18, 2018-19 ଏବଂ 2019-20 ସମୟରେ 9 ପ୍ରତିଶତର କମ ଥିଲା ।
ନାବାର୍ଡର ପରାମର୍ଶକ୍ରମେ ସେହି ଆରଆରବିଗୁଡ଼ିକୁ ଚିହ୍ନଟ କରାଯିବ ଯେଉଁଗୁଡ଼ିକର ପୁନଃପୁଞ୍ଜିକରଣର ଆବଶ୍ୟକତା ରହିଛି । ଅର୍ଥ ମନ୍ତ୍ରୀଙ୍କ ଦ୍ୱାରା 2018-19 ବଜେଟରେ କରାଯାଇଥିବା ଘୋଷଣାଠାରୁ ପୃଥକ ଏହି ବ୍ୟବସ୍ଥା କରାଯିବ । ବଜେଟ ଘୋଷଣାରେ ଆର୍ଥିକ ଭାବେ ସୁଦୃଢ଼ ଆରଆରବିଗୁଡ଼ିକୁ ଭାରତ ସରକାର, ରାଜ୍ୟ ସରକାର ଏବଂ ପ୍ରାୟୋଜକ ବ୍ୟାଙ୍କ ସ୍ରୋତ ବ୍ୟତିରେକ ଅନ୍ୟ ସ୍ରୋତରୁ ପୁଞ୍ଜି ସୃଷ୍ଟି ଲାଗି ଅନୁମତି ଦିଆଯାଇଥିଲା ।
**********