Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଆଇଏନଏସଭି ତାରିଣୀର ନାବିକ ଦଳକୁ ଭେଟିଲେ ପ୍ରଧାନମନ୍ତ୍ରୀ

ଆଇଏନଏସଭି ତାରିଣୀର ନାବିକ ଦଳକୁ ଭେଟିଲେ ପ୍ରଧାନମନ୍ତ୍ରୀ

ଆଇଏନଏସଭି ତାରିଣୀର ନାବିକ ଦଳକୁ ଭେଟିଲେ ପ୍ରଧାନମନ୍ତ୍ରୀ

ଆଇଏନଏସଭି ତାରିଣୀର ନାବିକ ଦଳକୁ ଭେଟିଲେ ପ୍ରଧାନମନ୍ତ୍ରୀ


ଆଇଏନଏସଭି ତାରିଣୀ ଜାହାଜରେ ସଫଳତା ପୂର୍ବକ ପୃଥିବୀ ପରିକ୍ରମା କରିସାରିଥିବା ଭାରତୀୟ ନୌସେନାର 6 ଜଣ ମହିଳା ଅଧିକାରୀ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ।

ନାବିକ ସାଗର ପରିକ୍ରମା ନାମକ ଏହି ଅଭିଯାନ ଥିଲା ଭାରତର ପ୍ରଥମ ବିଶ୍ୱ ସାଗର ପରିକ୍ରମା ଯେଉଁଥିରେ କେବଳ ମହିଳାମାନେ ସାମିଲ ହୋଇଥିଲେ ।

ଆଲୋଚନା କାଳରେ ନାବିକ ଦଳର ସଦସ୍ୟମାନେ ସେମାନଙ୍କ ଅଭିଯାନର ବିଭିନ୍ନ ଦିଗ, ସେମାନଙ୍କ ପ୍ରସ୍ତୁତି, ତାଲିମ ଏବଂ ଯାତ୍ରା ସମୟରେ ଅଭିଜ୍ଞତା ସମ୍ପର୍କରେ ଏକ ଉପସ୍ଥାପନା କରିଥିଲେ ।

ଅଭିଯାନର ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନାବିକ ଦଳକୁ ଅଭିନନ୍ଦନ ଜଣାଇଥିଲେ । ଯାତ୍ରା ସମୟର ସେମାନଙ୍କ ଅଭିନବ ଅଭିଜ୍ଞତା ସମ୍ପର୍କରେ ଲେଖିବା ଏବଂ ଅନ୍ୟମାନଙ୍କୁ ଜଣାଇବା ଲାଗି ପ୍ରଧାନମନ୍ତ୍ରୀ ସେମାନଙ୍କୁ ଉତ୍ସାହିତ କରିଥିଲେ । ନୌସେନା ମୁଖ୍ୟ ଆଡମିରାଲ ସୁନୀଲ ଲାନବା ଏହି ଅବସରରେ ଉପସ୍ଥିତ ଥିଲେ ।

ଲେଫ୍ଟନାଣ୍ଟ କମାଣ୍ଡର ବର୍ତ୍ତିକା ଜୋଶୀଙ୍କ ନେତୃତ୍ୱରେ ପରିଚାଳିତ ଏହି ନୌ-ଅଭିଯାତ୍ରୀ ଦଳରେ ନାବିକ ଭାବେ ଲେଫ୍ଟନାଣ୍ଟ କମାଣ୍ଡର ପ୍ରତିଭା ଜାମୱାଲ, ପି. ସ୍ୱାତୀ, ଏବଂ ଲେଫ୍ଟନାଣ୍ଟ ଏସ ବିଜୟା ଦେବୀ, ବି ଐଶ୍ୱର୍ଯ୍ୟା ଏବଂ ପାୟଲ ଗୁପ୍ତା ପ୍ରମୁଖ ସାମିଲ ହୋଇଥିଲେ ।