ପିଏମଇଣ୍ଡିଆ
“ଆଇଏନଏସ ବିକ୍ରାନ୍ତ ସମୁଦ୍ରରେ ଆମର ସାମର୍ଥ୍ୟ ଓ ଜାତୀୟ ଗର୍ବର ଚିହ୍ନ”: ପ୍ରଧାନମନ୍ତ୍ରୀ ମୋଦୀ
ଆଇଏନଏସ ବିକ୍ରାନ୍ତ ‘ଆତ୍ମନିର୍ଭର ଭାରତ’ ଏବଂ ‘ମେଡ୍ ଇନ୍ ଇଣ୍ଡିଆ’ର ଏକ ଗୌରବମୟ ପ୍ରତୀକ : ପ୍ରଧାନମନ୍ତ୍ରୀ
ଅପରେସନ ସିନ୍ଦୂର ସମୟରେ ତିନୋଟି ସେବାର ଅସାଧାରଣ ସମନ୍ୱୟ ପାକିସ୍ତାନକୁ ଆତ୍ମସମର୍ପଣ କରିବାକୁ ବାଧ୍ୟ କରିଥିଲା: ପ୍ରଧାନମନ୍ତ୍ରୀ
ଗତ ଦଶନ୍ଧି ମଧ୍ୟରେ ପ୍ରତିରକ୍ଷା ବାହିନୀ ଆତ୍ମନିର୍ଭରଶୀଳ ହୋଇଛି: ପ୍ରଧାନମନ୍ତ୍ରୀ
ଭାରତକୁ ବିଶ୍ୱର ଶ୍ରେଷ୍ଠ ପ୍ରତିରକ୍ଷା ରପ୍ତାନିକାରୀ କରିବା ଆମର ଲକ୍ଷ୍ୟ: ପ୍ରଧାନମନ୍ତ୍ରୀ
ଭାରତ ମହାସାଗରର ରକ୍ଷକ ଭାବରେ ଠିଆ ହୋଇଛି ଭାରତୀୟ ନୌସେନା: ପ୍ରଧାନମନ୍ତ୍ରୀ
ସୁରକ୍ଷା ବାହିନୀର ସାହସ ଓ ଦୃଢ଼ ପ୍ରତିବଦ୍ଧତା ଯୋଗୁଁ ଦେଶ ଆତଙ୍କବାଦକୁ ଦୂର କରିବା ସହିତ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି: ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୨୧.୧୦.୨୦୨୫: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆଇଏନଏସ ବିକ୍ରାନ୍ତରେ ଦୀପାବଳି ପାଳନ ସମୟରେ ସଶସ୍ତ୍ର ବାହିନୀର କର୍ମଚାରୀମାନଙ୍କୁ ସମ୍ବୋଧିତ କରିଛନ୍ତି। ଆଜିର ଏହି ଦିନକୁ ଏକ ସୁନ୍ଦର ଦିନ, ସୁନ୍ଦର ମୁହୂର୍ତ୍ତ ଏବଂ ଚମତ୍କାର ଦୃଶ୍ୟ ଭାବରେ ବର୍ଣ୍ଣନା କରି ଶ୍ରୀ ମୋଦୀ କହିଛନ୍ତି, ଏକ ପାର୍ଶ୍ଵରେ ବିଶାଳ ସମୁଦ୍ର ଏବଂ ଅନ୍ୟପଟେ ଭାରତ ମାତାର ସାହସୀ ସୈନିକମାନଙ୍କର ଅପାର ଶକ୍ତି ରହିଛି। ସେହିପରି ଗୋଟିଏ ପାର୍ଶ୍ୱରେ ଅସୀମ ଦିଗନ୍ତ ଏବଂ ଅସୀମ ଆକାଶ ଥିବାବେଳେ, ଅନ୍ୟ ପାର୍ଶ୍ୱରେ ଆଇଏନଏସ ବିକ୍ରାନ୍ତର ବିଶାଳ ଶକ୍ତି ପ୍ରଦର୍ଶନ କରାଯାଉଛି, ଯାହା ଅସୀମ ଶକ୍ତିକୁ ମୂର୍ତ୍ତିମନ୍ତ କରୁଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସମୁଦ୍ରରେ ସୂର୍ଯ୍ୟକିରଣର ଚମକ ଦୀପାବଳି ସମୟରେ ବୀର ସୈନିକମାନଙ୍କ ଦ୍ୱାରା ପ୍ରଜ୍ଜ୍ୱଳିତ ଦୀପ ସହିତ ସମାନ, ଯାହା ଆଲୋକର ଏକ ଦିବ୍ୟ ମାଳା ସୃଷ୍ଟି କରୁଛି। ଭାରତୀୟ ନୌସେନାର ସାହସୀ ସୈନିକଙ୍କ ମଧ୍ୟରେ ଏହି ଦୀପାବଳି ପାଳନ କରିବା ମୋର ସୌଭାଗ୍ୟ ବୋଲି ପ୍ରଧାନମନ୍ତ୍ରୀ ବର୍ଣ୍ଣନା କରିଛନ୍ତି।
ଆଇଏନଏସ ବିକ୍ରାନ୍ତରେ ବିତାଇଥିବା ରାତିକୁ ମନେ ପକାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ଅଭିଜ୍ଞତାକୁ ଶବ୍ଦରେ ବର୍ଣ୍ଣନା କରିବା କଷ୍ଟକର। ସେ ବର୍ଣ୍ଣନା କରିଥିଲେ ଯେ, ସମୁଦ୍ରରେ ଗଭୀର ରାତି ଏବଂ ସୂର୍ଯ୍ୟୋଦୟ ଏହି ଦୀପାବଳିକୁ ଅନେକ ଦିଗରୁ ସ୍ମରଣୀୟ କରିଛି। ଆଇଏନଏସ ବିକ୍ରାନ୍ତରୁ ପ୍ରଧାନମନ୍ତ୍ରୀ ଦେଶର ସମସ୍ତ ୧୪୦ କୋଟି ନାଗରିକଙ୍କୁ ଦୀପାବଳିର ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି।
ଆଇଏନଏସ ବିକ୍ରାନ୍ତକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ହସ୍ତାନ୍ତର କରାଯାଇଥିବା ମୁହୂର୍ତ୍ତକୁ ମନେ ପକାଇ ଶ୍ରୀ ମୋଦୀ କହିଛନ୍ତି, ସେହି ସମୟରେ ସେ କହିଥିଲେ – ବିକ୍ରାନ୍ତ ହେଉଛି ମହାନ, ବିଶାଳ, ଚମତ୍କାର, ଅନନ୍ୟ ଏବଂ ଅସାଧାରଣ।”ବିକ୍ରାନ୍ତ କେବଳ ଏକ ଯୁଦ୍ଧଜାହାଜ ନୁହେଁ; ଏହା ୨୧ତମ ଶତାବ୍ଦୀ ଭାରତର କଠିନ ପରିଶ୍ରମ, ପ୍ରତିଭା, ପ୍ରଭାବ ଏବଂ ପ୍ରତିବଦ୍ଧତାର ପ୍ରମାଣ।” ସେ ସେହି ଦିନକୁ ସ୍ମରଣ କରିଥିଲେ, ଯେଉଁଦିନ ଦେଶ ସ୍ୱଦେଶୀ ଭାବରେ ନିର୍ମିତ ଆଇଏନ୍ଏସ୍ ବିକ୍ରାନ୍ତକୁ ଗ୍ରହଣ କରିଥିଲା, ସେହି ଦିନ ଭାରତୀୟ ନୌସେନା ଉପନିବେଶବାଦୀ ଐତିହ୍ୟର ଏକ ପ୍ରମୁଖ ମୂର୍ତ୍ତିମନ୍ତ ପ୍ରତିଭା ହରାଇଥିଲା। ସେ କହିଛନ୍ତି ଯେ, ଛତ୍ରପତି ଶିବାଜୀ ମହାରାଜଙ୍କ ଦ୍ୱାରା ପ୍ରେରିତ ହୋଇ, ନୌସେନା ଏକ ନୂତନ ପତାକା ଗ୍ରହଣ କରିଥିଲା।
“ଆଇଏନଏସ ବିକ୍ରାନ୍ତ ଆଜି ଆତ୍ମନିର୍ଭର ଭାରତ ଏବଂ ଭାରତରେ ନିର୍ମିତ ଏକ ଶକ୍ତିଶାଳୀ ପ୍ରତୀକ ଭାବରେ ଠିଆ ହୋଇଛି”। ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଛନ୍ତି ଯେ, ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଆଇଏନଏସ ବିକ୍ରାନ୍ତ, ସମୁଦ୍ର ପାର କରି ଭାରତର ସାମରିକ ଦକ୍ଷତାକୁ ପ୍ରଦର୍ଶନ କରୁଛି। ସେ କହିଛନ୍ତି ଯେ, କିଛି ମାସ ପୂର୍ବରୁ ବିକ୍ରାନ୍ତର ନାମ ହିଁ ପାକିସ୍ତାନର ନିଦ ଭାଙ୍ଗି ଦେଇଥିଲା, ଆଇଏନଏସ ବିକ୍ରାନ୍ତ ଏପରି ଏକ ଯୁଦ୍ଧଜାହାଜ ଯାହାର କେବଳ ନାମ ହିଁ ଶତ୍ରୁର ମନୋବଳକୁ ଭାଙ୍ଗିବା ପାଇଁ ଯଥେଷ୍ଟ।
ପ୍ରଧାନମନ୍ତ୍ରୀ ଏହି ଅବସରରେ ଭାରତୀୟ ସଶସ୍ତ୍ର ବାହିନୀକୁ ତାଙ୍କର ଅଶେଷ ଅଭିବାଦନ ଜଣାଇଛନ୍ତି। ସେ କହିଛନ୍ତି ଯେ, ଭାରତୀୟ ନୌସେନା ଦ୍ୱାରା ସୃଷ୍ଟି ହୋଇଥିବା ଭୟ, ଭାରତୀୟ ବାୟୁସେନା ଦ୍ୱାରା ପ୍ରଦର୍ଶିତ ଅସାଧାରଣ ଦକ୍ଷତା ଏବଂ ଭାରତୀୟ ସେନାର ସାହସିକତା, ତିନୋଟି ସେବା ମଧ୍ୟରେ ଅସାଧାରଣ ସମନ୍ୱୟ ପାକିସ୍ତାନକୁ ଅପରେସନ ସିନ୍ଦୂର ସମୟରେ ଦ୍ରୁତ ଗତିରେ ଆତ୍ମସମର୍ପଣ କରିବାକୁ ବାଧ୍ୟ କରିଥିଲା। ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଯେ, ସମ୍ପୃକ୍ତ ସମସ୍ତ କର୍ମଚାରୀ ପ୍ରକୃତରେ ଅଭିନନ୍ଦନର ଯୋଗ୍ୟ।
ଶ୍ରୀ ମୋଦୀ କହିଛନ୍ତି ଯେ, ଯେତେବେଳେ ଶତ୍ରୁ ସମ୍ମୁଖରେ ଥାଏ ଏବଂ ଯୁଦ୍ଧ ଆସନ୍ନ ଥାଏ, ସେତେବେଳେ ଯେଉଁ ପକ୍ଷର ସ୍ୱାଧୀନ ଭାବରେ ଲଢ଼ିବାର ଶକ୍ତି ଥାଏ, ସେ ସର୍ବଦା ଲାଭ ପାଇଥାଏ। ସେ ଜୋର ଦେଇଛନ୍ତି ଯେ, ସଶସ୍ତ୍ର ବାହିନୀକୁ ଶକ୍ତିଶାଳୀ କରିବା ପାଇଁ ଆତ୍ମନିର୍ଭରଶୀଳତା ଅତ୍ୟାବଶ୍ୟକ। ପ୍ରଧାନମନ୍ତ୍ରୀ କହିଛନ୍ତି ସେ ଗର୍ବିତ ଯେ, ଗତ ଦଶନ୍ଧି ଧରି ଭାରତର ସେନା ନିରନ୍ତର ଆତ୍ମନିର୍ଭରଶୀଳତା ଆଡକୁ ଅଗ୍ରସର ହୋଇଛି। ସେ କହିଛନ୍ତି, ସଶସ୍ତ୍ର ବାହିନୀ ହଜାର ହଜାର ଜିନିଷ ଚିହ୍ନଟ କରିଛି ଯାହାକୁ ଆଉ ଆମଦାନୀ କରାଯିବ ନାହିଁ, ଯାହା ଫଳରେ ଅଧିକାଂଶ ଅତ୍ୟାବଶ୍ୟକ ସାମରିକ ଉପକରଣ ଏବେ ଘରୋଇ ଭାବରେ ଉତ୍ପାଦିତ ହେଉଛି। ଗତ ୧୧ ବର୍ଷ ମଧ୍ୟରେ ଭାରତର ପ୍ରତିରକ୍ଷା ଉତ୍ପାଦନ ତିନିଗୁଣରୁ ଅଧିକ ବୃଦ୍ଧି ପାଇଛି, ଯାହା ଗତ ବର୍ଷ ୧.୫ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି। ଅନ୍ୟ ଏକ ଉଦାହରଣ ଦେଇ ଶ୍ରୀ ମୋଦୀ ଦେଶବାସୀଙ୍କୁ ସୂଚନା ଦେଇଛନ୍ତି ଯେ, ୨୦୧୪ ପରଠାରୁ, ଭାରତୀୟ ଜାହାଜ କାରଖାନାଗୁଡ଼ିକ ନୌସେନାକୁ ୪୦ ରୁ ଅଧିକ ସ୍ୱଦେଶୀ ଯୁଦ୍ଧଜାହାଜ ଏବଂ ବୁଡ଼ାଜାହାଜ ପ୍ରଦାନ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନ ହାରାହାରି ପ୍ରତି ୪୦ ଦିନରେ ଏକ ନୂତନ ସ୍ୱଦେଶୀ ଯୁଦ୍ଧଜାହାଜ କିମ୍ବା ବୁଡ଼ାଜାହାଜ ନୌସେନାରେ ସାମିଲ କରାଯାଉଛି।
ଭାରତ ତିନୋଟି ସଶସ୍ତ୍ର ବାହିନୀ ପାଇଁ ଅସ୍ତ୍ରଶସ୍ତ୍ର ଏବଂ ଉପକରଣ ରପ୍ତାନୀ କରିବାର କ୍ଷମତା ବୃଦ୍ଧି କରୁଛି ବୋଲି ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଛନ୍ତି, “ଅପରେସନ ସିନ୍ଦୂର ସମୟରେ ବ୍ରହ୍ମୋସ୍ ଏବଂ ଆକାଶ ଭଳି କ୍ଷେପଣାସ୍ତ୍ର ସେମାନଙ୍କର ଦକ୍ଷତା ପ୍ରମାଣିତ କରିଛନ୍ତି। ବିଶ୍ୱର ଅନେକ ଦେଶ ଏବେ ଏହି କ୍ଷେପଣାସ୍ତ୍ରଗୁଡ଼ିକୁ କ୍ରୟ କରିବାକୁ ଆଗ୍ରହୀ’’। “ଭାରତର ଲକ୍ଷ୍ୟ ହେଉଛି ବିଶ୍ୱର ଶ୍ରେଷ୍ଠ ପ୍ରତିରକ୍ଷା ରପ୍ତାନିକାରୀଙ୍କ ମଧ୍ୟରେ ଗଣନା କରାଯିବା”। ଗତ ଦଶନ୍ଧି ମଧ୍ୟରେ ଭାରତର ପ୍ରତିରକ୍ଷା ରପ୍ତାନୀ ୩୦ ଗୁଣରୁ ଅଧିକ ବୃଦ୍ଧି ପାଇଛି। ସେ ଏହି ସଫଳତାର ଶ୍ରେୟ ପ୍ରତିରକ୍ଷା ଷ୍ଟାର୍ଟ-ଅପ୍ ଏବଂ ସ୍ୱଦେଶୀ ପ୍ରତିରକ୍ଷା ୟୁନିଟ୍ଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ଦେଇଛନ୍ତି।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଶକ୍ତି ଏବଂ କ୍ଷମତା ସମ୍ପର୍କରେ ଭାରତର ପରମ୍ପରା ସର୍ବଦା – “ଜ୍ଞାନୟ ଦାନୟ ଚ ରକ୍ଷଣାୟ” ମୂଳ ନୀତି ଉପରେ ନିହିତ ରହିଛି, ଅର୍ଥାତ୍ ଆମର ବିଜ୍ଞାନ, ସମୃଦ୍ଧି ଏବଂ ଶକ୍ତି ମାନବତାର ସେବା ଏବଂ ସୁରକ୍ଷା ପାଇଁ ଉତ୍ସର୍ଗୀକୃତ। ସେ ଗୁରୁତ୍ୱାରୋପ କରିଛନ୍ତି, ଆଜିର ପରସ୍ପର ସଂଯୁକ୍ତ ବିଶ୍ୱରେ, ଯେଉଁଠାରେ ରାଷ୍ଟ୍ରଗୁଡ଼ିକର ଅର୍ଥନୀତି ଏବଂ ପ୍ରଗତି ସାମୁଦ୍ରିକ ମାର୍ଗ ଉପରେ ବହୁଳ ଭାବରେ ନିର୍ଭର କରେ, ଭାରତୀୟ ନୌସେନା ବିଶ୍ୱ ସ୍ଥିରତା ସୁନିଶ୍ଚିତ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ଶ୍ରୀ ମୋଦୀ ଆଲୋକପାତ କରିଛନ୍ତି ଯେ, ବିଶ୍ୱର ୬୬ ପ୍ରତିଶତ ତୈଳ ଯୋଗାଣ ଏବଂ ୫୦ ପ୍ରତିଶତ କଣ୍ଟେନର ପ୍ରେରଣ ଭାରତ ମହାସାଗର ଦେଇ ଗତି କରୁଛି। ସେ ଉଲ୍ଲେଖ କରିଛନ୍ତି ଯେ, ଭାରତୀୟ ନୌସେନା ଏହି ମାର୍ଗଗୁଡ଼ିକୁ ସୁରକ୍ଷିତ ରଖିବା ପାଇଁ ଭାରତ ମହାସାଗରର ରକ୍ଷକ ଭାବରେ ନିୟୋଜିତ। ଏହା ସହିତ, ମିଶନ-ଆଧାରିତ ନିୟୋଜନ, ଜଳଦସ୍ୟୁ ବିରୋଧୀ ଅଭିଯାନ ଏବଂ ମାନବିକ କାର୍ଯ୍ୟ ମାଧ୍ୟମରେ, ଭାରତୀୟ ନୌସେନା ସମଗ୍ର ଅଞ୍ଚଳରେ ଏକ ବିଶ୍ୱ ସୁରକ୍ଷା ଅଂଶୀଦାର ଭାବରେ କାର୍ଯ୍ୟ କରୁଛି।
ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଛନ୍ତି ଯେ, “ଭାରତୀୟ ନୌସେନା ଭାରତର ଦ୍ୱୀପପୁଞ୍ଜର ସୁରକ୍ଷା ଏବଂ ଅଖଣ୍ଡତା ସୁନିଶ୍ଚିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ”। ସେ ଜାନୁଆରୀ ୨୬ ତାରିଖରେ ଦେଶର ପ୍ରତ୍ୟେକ ଦ୍ୱୀପରେ ଜାତୀୟ ପତାକା ଉତ୍ତୋଳନ କରିବା ପାଇଁ କିଛି ସମୟ ପୂର୍ବେ ନିଆଯାଇଥିବା ନିଷ୍ପତ୍ତିକୁ ସ୍ମରଣ କରିଛନ୍ତି। ଶ୍ରୀ ମୋଦୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଯେ, ନୌସେନା ଏହି ଜାତୀୟ ସଂକଳ୍ପକୁ ପୂରଣ କରିଛି ଏବଂ ଆଜି ପ୍ରତ୍ୟେକ ଭାରତୀୟ ଦ୍ୱୀପରେ ନୌସେନା ଦ୍ୱାରା ଗର୍ବର ସହିତ ତ୍ରିରଙ୍ଗା ପତାକା ଉତ୍ତୋଳନ କରାଯାଉଛି।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭାରତ ଦ୍ରୁତ ଗତିରେ ପ୍ରଗତି କରୁଥିବାରୁ, ବିଶ୍ୱ ଦକ୍ଷିଣର ସମସ୍ତ ଦେଶ ଏହା ସହିତ ଏକତ୍ର ଅଗ୍ରଗତି କରିବା ପାଇଁ ପ୍ରୟାସ କରାଯାଉଛି। ସେ ଉଲ୍ଲେଖ କରିଛନ୍ତି ଯେ, ଭାରତ ‘ମହାସାଗର ସାମୁଦ୍ରିକ ଦୃଷ୍ଟିକୋଣ’ ଉପରେ କାର୍ଯ୍ୟ କରୁଛି ଏବଂ ଅନେକ ଦେଶ ପାଇଁ ବିକାଶର ସହଯୋଗୀ ହେଉଛି। ଯେତେବେଳେ ଆବଶ୍ୟକ ହୁଏ, ଭାରତ ବିଶ୍ୱର ଯେକୌଣସି ସ୍ଥାନରେ ମାନବିକ ସହାୟତା ପ୍ରଦାନ କରିବାକୁ ପ୍ରସ୍ତୁତ ଅଛି। ଆଫ୍ରିକାରୁ ଦକ୍ଷିଣ ପୂର୍ବ ଏସିଆ ପର୍ଯ୍ୟନ୍ତ, ବିପର୍ଯ୍ୟୟ ସମୟରେ, ବିଶ୍ୱ ଭାରତକୁ ଏକ ବିଶ୍ୱ ସହଯୋଗୀ ଭାବରେ ଦେଖେ। ୨୦୧୪ ମସିହାରେ, ଯେତେବେଳେ ମାଳଦ୍ୱୀପ ଜଳ ସଙ୍କଟର ସମ୍ମୁଖୀନ ହୋଇଥିଲା, ଭାରତ ‘ଅପରେସନ ନୀର’ ଆରମ୍ଭ କରିଥିଲା ଏବଂ ନୌସେନା ଦେଶକୁ ସ୍ୱଚ୍ଛ ଜଳ ଯୋଗାଇଥିଲା। ୨୦୧୭ ମସିହାରେ, ଯେତେବେଳେ ଶ୍ରୀଲଙ୍କା ଭୟଙ୍କର ବନ୍ୟାର ଶିକାର ହୋଇଥିଲା, ଭାରତ ପ୍ରଥମେ ସାହାଯ୍ୟର ହାତ ବଢ଼ାଇଥିଲା। ୨୦୧୮ ମସିହାରେ, ଇଣ୍ଡୋନେସିଆରେ ସୁନାମୀ ବିପର୍ଯ୍ୟୟ ପରେ, ଭାରତ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟରେ ଇଣ୍ଡୋନେସିଆ ଲୋକଙ୍କ ସହିତ କାନ୍ଧକୁ କାନ୍ଧ ମିଳାଇ ଛିଡ଼ା ହୋଇଥିଲା। ସେହିପରି, ମିଆଁମାରରେ ଭୂମିକମ୍ପ ଯୋଗୁଁ ହୋଇଥିବା କ୍ଷୟକ୍ଷତି ହେଉ କିମ୍ବା ୨୦୧୯ ମସିହାରେ ମୋଜାମ୍ବିକ ଏବଂ ୨୦୨୦ ମସିହାରେ ମାଡାଗାସ୍କରରେ ସଙ୍କଟ ହେଉ, ଭାରତ ସେବା ମନୋଭାବ ସହିତ ସବୁଠି ପହଞ୍ଚିଥିଲା।
ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତର ସଶସ୍ତ୍ର ବାହିନୀ ସମୟ ସମୟରେ ବିଦେଶରେ ଫସି ରହିଥିବା ଲୋକମାନଙ୍କୁ ସୁରକ୍ଷିତ ଭାବରେ ସ୍ଥାନାନ୍ତର କରିବା ପାଇଁ ଅଭିଯାନ ଚଳାଇଛନ୍ତି। ୟେମେନରୁ ସୁଡାନ ପର୍ଯ୍ୟନ୍ତ, ଯେତେବେଳେ ଏବଂ ଯେଉଁଠାରେ ଆବଶ୍ୟକତା ପଡ଼ିଲା, ସେମାନଙ୍କର ଶକ୍ତି ଏବଂ ସାହସ ବିଶ୍ୱବ୍ୟାପୀ ରହୁଥିବା ଭାରତୀୟଙ୍କ ବିଶ୍ୱାସକୁ ଆହୁରି ସୁଦୃଢ଼ କରିଛି। ଭାରତ ଏହି ମିଶନ ମାଧ୍ୟମରେ ହଜାର ହଜାର ବିଦେଶୀ ନାଗରିକଙ୍କ ଜୀବନ ମଧ୍ୟ ରକ୍ଷା କରିଛି।
“ଭାରତର ସଶସ୍ତ୍ର ବାହିନୀ ଜଳ, ସ୍ଥଳ, ବାୟୁ – ସମସ୍ତ କ୍ଷେତ୍ର ଏବଂ ପ୍ରତ୍ୟେକ ପରିସ୍ଥିତିରେ ଦେଶର ସେବା କରିଛନ୍ତି”। ଶ୍ରୀ ମୋଦୀ କହିଛନ୍ତି, ଯେତେବେଳେ ବାୟୁସେନା ଆକାଶକୁ ସୁରକ୍ଷିତ ରଖିବା ପାଇଁ ପ୍ରତିବଦ୍ଧ, ସେତେବେଳେ ନୌସେନା ଭାରତର ସାମୁଦ୍ରିକ ସୀମା ଏବଂ ବାଣିଜ୍ୟିକ ସ୍ୱାର୍ଥକୁ ସୁରକ୍ଷା ଦେବା ପାଇଁ ସମୁଦ୍ରରେ ନିୟୋଜିତ। ସ୍ଥଳଭାଗରେ, ଉତ୍ତପ୍ତ ମରୁଭୂମିରୁ ବରଫାବୃତ ହିମବାହ ପର୍ଯ୍ୟନ୍ତ, ସେନା, ବିଏସଏଫ ଏବଂ ଆଇଟିବିପି କର୍ମଚାରୀଙ୍କ ସହିତ, ପଥର ପରି ଦୃଢ଼ ଭାବରେ ଠିଆ ହୋଇଛି। ବିଭିନ୍ନ କ୍ଷେତ୍ରରେ, ଏସଏସବି, ଆସାମ ରାଇଫଲ୍ସ, ସିଆରପିଏଫ, ସିଆଇଏସଏଫ ଏବଂ ଗୁଇନ୍ଦା ସଂସ୍ଥାର କର୍ମଚାରୀମାନେ ଭାରତ ମାଆର ସେବା କରୁଛନ୍ତି। ପ୍ରଧାନମନ୍ତ୍ରୀ ଜାତୀୟ ପ୍ରତିରକ୍ଷାରେ ଭାରତୀୟ ତଟରକ୍ଷୀ ବାହିନୀର ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଇଁ ପ୍ରଶଂସା କରିଛନ୍ତି। ଦିନରାତି ଭାରତର ଉପକୂଳକୁ ସୁରକ୍ଷିତ ରଖିବା ପାଇଁ ନୌସେନା ସହିତ ସେମାନଙ୍କର ନିରନ୍ତର ସମନ୍ୱୟ ବିଷୟରେ ଉଲ୍ଲେଖ କରି କହିଛନ୍ତି, ଜାତୀୟ ସୁରକ୍ଷାର ଏହି ମହାନ ମିଶନରେ ସେମାନଙ୍କର ଅବଦାନ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭାରତୀୟ ସୁରକ୍ଷା ବାହିନୀର ଶୌର୍ଯ୍ୟ ଓ ସାହସ ଯୋଗୁଁ ଦେଶ ଏକ ପ୍ରମୁଖ ନକ୍ସଲ-ମାଓବାଦୀର ମୂଳୋତ୍ପାଟନ ହାସଲ କରିଛି। ଭାରତ ବର୍ତ୍ତମାନ ନକ୍ସଲ-ମାଓବାଦୀ ଉଗ୍ରବାଦରୁ ସମ୍ପୂର୍ଣ୍ଣ ମୁକ୍ତି ପାଇବାର ଦ୍ୱାରଦେଶରେ ପହଞ୍ଚିଛି। ୨୦୧୪ ମସିହା ପୂର୍ବରୁ ପ୍ରାୟ ୧୨୫ଟି ଜିଲ୍ଲା ମାଓ ହିଂସା ଦ୍ୱାରା ପ୍ରଭାବିତ ହୋଇଥିଲା; ଆଜି ଏହି ସଂଖ୍ୟା ହ୍ରାସ ପାଇ ୧୧ରେ ପହଞ୍ଚିଥିବା ବେଳେ, କେବଳ ୩ଟି ଜିଲ୍ଲା ଗୁରୁତ୍ୱପୂର୍ଣ୍ଣ ଭାବରେ ପ୍ରଭାବିତ ହୋଇଛି। ୧୦୦ ରୁ ଅଧିକ ଜିଲ୍ଲା ଏବେ ମାଓବାଦୀ ଆତଙ୍କର ପ୍ରଭାବରୁ ସମ୍ପୂର୍ଣ୍ଣ ବାହାରି ଆସି ପ୍ରଥମ ଥର ପାଇଁ ମୁକ୍ତ ଭାବରେ ନିଶ୍ୱାସ ନେବା ସହ ଦୀପାବଳି ପାଳନ କରୁଛି। ସେ ଗୁରୁତ୍ୱାରୋପ କରିଛନ୍ତି ଯେ, ପିଢ଼ି ପରେ ପିଢ଼ି ଭୟ ପରେ ଲକ୍ଷ ଲକ୍ଷ ଲୋକ ଏବେ ବିକାଶର ମୁଖ୍ୟସ୍ରୋତରେ ସାମିଲ ହେଉଛନ୍ତି। ଯେଉଁ ଅଞ୍ଚଳରେ ମାଓବାଦୀମାନେ ରାସ୍ତା, ସ୍କୁଲ, ହସ୍ପିଟାଲ ଏବଂ ମୋବାଇଲ୍ ଟାୱାର ନିର୍ମାଣରେ ବାଧା ସୃଷ୍ଟି କରୁଥିଲେ, ସେଠାରେ ଏବେ ରାଜପଥ ନିର୍ମାଣ ହେଉଛି ଏବଂ ନୂତନ ଶିଳ୍ପ ପ୍ରତିଷ୍ଠା କରାଯାଉଛି। ଏହି ସଫଳତା ଭାରତର ସୁରକ୍ଷା ବାହିନୀର ସମର୍ପଣ, ତ୍ୟାଗ ଏବଂ ସାହସିକତା ଦ୍ୱାରା ସମ୍ଭବ ହୋଇପାରିଛି। ପ୍ରଧାନମନ୍ତ୍ରୀ ଆନନ୍ଦ ପ୍ରକାଶ କରିଛନ୍ତି ଯେ, ଏପରି ଅନେକ ଜିଲ୍ଲାରେ ଲୋକମାନେ ପ୍ରଥମ ଥର ପାଇଁ ଦୀପାବଳି ପାଳନ କରୁଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଜିଏସ୍ଟି ସଞ୍ଚୟ ଉତ୍ସବ ସମୟରେ ଏହି ଅଞ୍ଚଳଗୁଡ଼ିକରେ ରେକର୍ଡ ସଂଖ୍ୟକ ବିକ୍ରୟ ଓ କ୍ରୟ ପରିଲକ୍ଷିତ ହେଉଛି। ଯେଉଁ ଜିଲ୍ଲାଗୁଡ଼ିକରେ ମାଓବାଦୀ ଆତଙ୍କ ଯୋଗୁଁ ପୂର୍ବରୁ ସମ୍ବିଧାନର ଉଲ୍ଲେଖ ମଧ୍ୟ କରାଯାଉନଥିଲା, ସେଠାରେ ଏବେ ସ୍ୱଦେଶୀର ମନ୍ତ୍ର ଗୁଞ୍ଜରିତ ହେଉଛି।
“ଭାରତ ଦ୍ରୁତ ଗତିରେ ପ୍ରଗତି କରୁଛି ଏବଂ ୧୪୦ କୋଟି ନାଗରିକଙ୍କ ସ୍ୱପ୍ନ ପୂରଣ କରୁଛି। ଭୂମିରୁ ମହାକାଶ ପର୍ଯ୍ୟନ୍ତ, ଏକଦା କଳ୍ପନା ବାହାରେ ବିଚାର କରାଯାଉଥିବା ସଫଳତାଗୁଡ଼ିକ ଏବେ ବାସ୍ତବତାରେ ପରିଣତ ହେଉଛି”। ପ୍ରଧାନମନ୍ତ୍ରୀ ଦେଶର ଗତି, ପ୍ରଗତି, ପରିବର୍ତ୍ତନ ଓ ବର୍ଦ୍ଧିତ ବିକାଶ ଏବଂ ଆତ୍ମବିଶ୍ୱାସ ଉପରେ ଆଲୋକପାତ କରିଛନ୍ତି। ସେ କହିଛନ୍ତି ଯେ, ସଶସ୍ତ୍ର ବାହିନୀ ରାଷ୍ଟ୍ର ନିର୍ମାଣର ଏହି ମହାନ କାର୍ଯ୍ୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରନ୍ତି। ସାମରିକ ଶକ୍ତି କେବଳ ପ୍ରବାହକୁ ଅନୁସରଣ କରେ ନାହିଁ; ସେମାନଙ୍କ ମଧ୍ୟରେ ଦିଗଦର୍ଶନ ଦେଖାଇବାର କ୍ଷମତା, ସମୟୋଚିତ ନେତୃତ୍ୱ ନେବାର ସାହସ, ଅସୀମକୁ ଅତିକ୍ରମ କରିବାର ସାହସ ଏବଂ ପ୍ରତିକୂଳ ପରିସ୍ଥିତିକୁ ପ୍ରତିହତ କରିବାର ମନୋଭାବ ରହିଛି। ସେ ଘୋଷଣା କରିଛନ୍ତି ଯେ – ଆମର ସୈନିକମାନେ ଯେଉଁ ପର୍ବତ ଶିଖରରେ ଦୃଢ଼ ଭାବରେ ଠିଆ ହୋଇଛନ୍ତି, ସେଗୁଡ଼ିକ ଭାରତର ବିଜୟ ସ୍ତମ୍ଭ ହୋଇ ରହିବ ଏବଂ ସେମାନଙ୍କ ତଳେ ସମୁଦ୍ରର ଉଚ୍ଚ ତରଙ୍ଗ ଭାରତର ବିଜୟକୁ ପ୍ରତିଧ୍ୱନିତ କରିବ। ଏହି ଗର୍ଜନ ମଧ୍ୟରେ, ଗୋଟିଏ ଏକୀକୃତ ସ୍ୱର ଉଠିବ – ‘ଭାରତ ମାତା କୀ ଜୟ!’ ଏହି ଉତ୍ସାହ ଏବଂ ଆତ୍ମବିଶ୍ୱାସ ସହିତ, ପ୍ରଧାନମନ୍ତ୍ରୀ ପୁଣି ଥରେ ସମସ୍ତଙ୍କୁ ଦୀପାବଳିର ହାର୍ଦ୍ଦିକ ଶୁଭେଚ୍ଛା ଜଣାଇ ତାଙ୍କ ଭାଷଣ ଶେଷ କରିଥିଲେ।
*****
MT
Celebrating Diwali with our brave Navy personnel on board the INS Vikrant. https://t.co/5J9XNHwznH
— Narendra Modi (@narendramodi) October 20, 2025
INS Vikrant is not just a warship.
— PMO India (@PMOIndia) October 20, 2025
It is a testimony to 21st-century India's hard work, talent, impact and commitment. pic.twitter.com/cgWn0CfVFm
INS Vikrant is a towering symbol of Aatmanirbhar Bharat and Made in India. pic.twitter.com/ncLnADlYbG
— PMO India (@PMOIndia) October 20, 2025
The extraordinary coordination among the three services together compelled Pakistan to surrender during Operation Sindoor. pic.twitter.com/g4kaFJGkeu
— PMO India (@PMOIndia) October 20, 2025
Over the past decade, our defence forces have steadily moved towards becoming self-reliant. pic.twitter.com/Iwr9jDJjuo
— PMO India (@PMOIndia) October 20, 2025
Our goal is to make India one of the world's top defence exporters: PM @narendramodi pic.twitter.com/yve7p4b0Dy
— PMO India (@PMOIndia) October 20, 2025
The Indian Navy stands as the guardian of the Indian Ocean. pic.twitter.com/vRnJibLfza
— PMO India (@PMOIndia) October 20, 2025
Thanks to the valour and determination of our security forces, the nation has achieved a significant milestone. We are eliminating Maoist terrorism. pic.twitter.com/AaGUqbMgIm
— PMO India (@PMOIndia) October 20, 2025
People love celebrating Diwali with their families. And so do I, which is why every year I meet our army and security personnel who keep our nation safe. Happy to be among our brave naval personnel on the western seaboard off Goa and Karwar on Indian Naval Ships with INS Vikrant… pic.twitter.com/Pb41kQnMMR
— Narendra Modi (@narendramodi) October 20, 2025
Highlights from INS Vikrant, including the Air Power Demo, a vibrant cultural programme and more… pic.twitter.com/Br943m0oCC
— Narendra Modi (@narendramodi) October 20, 2025
At the majestic flightdeck of INS Vikrant, with the MiG-29 fighters. pic.twitter.com/SRjeSpP4sg
— Narendra Modi (@narendramodi) October 20, 2025
Witnessed an awe-inspiring Air Power Demo on INS Vikrant, showcasing precision and prowess.
— Narendra Modi (@narendramodi) October 20, 2025
The take-off and landing of MiG-29 fighters on a short runway, both in daylight and in the dark night, was a breathtaking display of skill, discipline and technological excellence. pic.twitter.com/V0wwaOeYGH
Bara Khana is an integral part of the armed forces traditions. At INS Vikrant last evening, took part in the Bara Khana with naval personnel. pic.twitter.com/y0MsHsuYvQ
— Narendra Modi (@narendramodi) October 20, 2025
INS Vikrant is India’s pride!
— Narendra Modi (@narendramodi) October 20, 2025
This is the largest warship constructed indigenously. I recall the programme in Kochi when it was commissioned. And now, today, I had the opportunity to be here to mark Diwali. pic.twitter.com/FRCh3K7hJ9
Will always cherish the cultural programme on board INS Vikrant last evening. The naval personnel are truly creative and versatile. They penned a song ‘Kasam Sindoor Ki’ which will remain etched in my memory. pic.twitter.com/3S6bruQAkT
— Narendra Modi (@narendramodi) October 20, 2025
From the Air Power Demo at INS Vikrant! pic.twitter.com/XvrFL9peOK
— Narendra Modi (@narendramodi) October 20, 2025
Yoga on INS Vikrant!
— Narendra Modi (@narendramodi) October 20, 2025
Good to see brave naval personnel aboard India’s pride, INS Vikrant, take part in a Yoga session.
May Yoga continue to unite us and strengthen both our physical and mental well-being. pic.twitter.com/DLZZLkAgOI
आप सभी की तरह मुझे भी अपने परिवारवालों के साथ दिवाली मनाना बहुत पसंद है। यही वजह है कि इस पावन अवसर पर मैं देश की रक्षा में जुटे अपने सैनिकों और सुरक्षा बलों के जवानों से हर साल मिलता हूं। इस बार यह सौभाग्य मुझे गोवा और कारवार के पास पश्चिमी समुद्री सीमा पर अपने फ्लैगशिप INS… pic.twitter.com/HEPZMSweDM
— Narendra Modi (@narendramodi) October 20, 2025
INS विक्रांत भारतवर्ष का गौरव है!
— Narendra Modi (@narendramodi) October 20, 2025
यह स्वदेशी टेक्नोलॉजी से बना हुआ भारत का सबसे बड़ा युद्धपोत है। मुझे वह कार्यक्रम याद है, जब इसे कोच्चि में नौसेना के बेड़े में शामिल किया गया था। आज दीपावली के पावन अवसर पर यहां आकर गौरवान्वित हूं। pic.twitter.com/v54GygoHE5
पिछली शाम INS विक्रांत पर हुआ सांस्कृतिक कार्यक्रम अविस्मरणीय रहेगा। हमारे नौसैनिक प्रतिभाशाली और पराक्रमी होने के साथ-साथ बहुत क्रिएटिव भी हैं। उनका गीत 'कसम सिंदूर की' मेरी स्मृतियों में सदा बसा रहेगा। pic.twitter.com/UVqQWEwHa4
— Narendra Modi (@narendramodi) October 20, 2025
The warships which took part in today’s Steampast included INS Vikrant (the review platform), INS Vikramaditya (where I had been ten years ago for the Combined Commanders' Conference), INS Surat (which was commissioned earlier this year in Mumbai), INS Mormugao, INS Chennai… pic.twitter.com/qKqwMn3vI7
— Narendra Modi (@narendramodi) October 20, 2025
The Flypast at INS Vikrant included the Chetak with flag and navy ensign, MH 60 R, Seaking, Kamov 31, Dornier, P8I and MiG 29K. pic.twitter.com/sm8bLD4dJk
— Narendra Modi (@narendramodi) October 20, 2025