Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଆଇନଗତ ମାପ ପଦ୍ଧତି କ୍ଷେତ୍ରରେ ଭାରତ ଓ କିର୍ଗିଜସ୍ତାନ ମଧ୍ୟରେ ବୁଝାମଣାକୁ କ୍ୟାବିନେଟର ଅନୁମୋଦନ


 

ଆଇନଗତ ମାପ ପଦ୍ଧତି କ୍ଷେତ୍ରରେ ଭାରତ ଓ କିର୍ଗିସ୍ତାନ ମଧ୍ୟରେ ବୁଝାମଣା ପତ୍ରକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ କମିଟି ଅନୁମୋଦନ କରିଛି । ଜୁନ 13-14, 2019ରେ ଅନୁଷ୍ଠିତ ହେବାକୁ ଥିବା ଏସସିଓ ସମୟରେ ଏହି ବୁଝାମଣା ପତ୍ର ସ୍ୱାକ୍ଷର କରାଯିବ ।

ଲାଭ:

i)      ଆଇନଗତ ମାପ ପଦ୍ଧତି ସମ୍ବନ୍ଧୀୟ ସୂଚନା ଏବଂ ଦସ୍ତାବିଜ ବିନିମୟ ।

ii)     ଆଇନଗତ ମାପ ପଦ୍ଧତି ବିଷୟକୁ ନେଇ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପ୍ରସ୍ତୁତ କରୁଥିବା ଅଧିକାରୀ ଏବଂ ଅଣ ଅଧିକାରୀମାନଙ୍କ ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ବିକଶିତ କରିବା ।

iii)    ଆଇନଗତ ମାପ ପଦ୍ଧତି କ୍ଷେତ୍ରରେ ପାରସ୍ପରିକ ସହଯୋଗ ପାଇଁ ଅଧିକାରୀ, ବିଶେଷଜ୍ଞ ଏବଂ ବୃତ୍ତିଧାରୀମାନଙ୍କର ଅଦଳ ବଦଳ ।

iv)     ଉପଯୁକ୍ତ ପାରସ୍ପରିକ ଲାଭ ବିଷୟକ ଆଲୋଚନା ଚକ୍ର, କର୍ମଶାଳା, ସଭା, ସଂଯୁକ୍ତ ଶିକ୍ଷା କାର୍ଯ୍ୟକ୍ରମ ଇତ୍ୟାଦିରେ ଯୋଗଦାନ ।

v)      ପ୍ରଥମରୁ ପ୍ୟାକେଟ ହୋଇଥିବା ପଦାର୍ଥର ଆବଶ୍ୟକତା ନିରାକରଣ ଏବଂ ବିଭିନ୍ନ ରାଜ୍ୟରେ ଏହାର ମାପ ପଦ୍ଧତିର ତଦାରଖ ।

vi)     ପ୍ରଥମରୁ ପ୍ୟାକେଟ ହୋଇଥିବା ପଦାର୍ଥ ସମ୍ବନ୍ଧୀୟ ଆଇନ/କାନୁନର ସମୀକ୍ଷା ।

vii)   ଉତ୍ପାଦ ନିର୍ମାତା ଏବଂ ଉପଭୋକ୍ତାଙ୍କ ମଧ୍ୟରେ ପାରସ୍ପରିକ ବୁଝାମଣା ମାଧ୍ୟମରେ ମାପ ପଦ୍ଧତି ସମ୍ବନ୍ଧୀୟ ତଦାରଖ ପାଇଁ ଅଭିଜ୍ଞତା ବାଣ୍ଟିବା ।

 

*************