Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଆଇନ ଏବଂ ନ୍ୟାୟ କ୍ଷେତ୍ରରେ ଭାରତ, ଉଜବେକିସ୍ତାନ ସହଯୋଗ ବୁଝାମଣାକୁ କ୍ୟାବିନେଟ ମଞ୍ଜୁରି


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଆଇନ ଏବଂ ନ୍ୟାୟ କ୍ଷେତ୍ରରେ ସହଯୋଗ ଲାଗି ଭାରତ ଏବଂ ଉଜବେକିସ୍ତାନ ମଧ୍ୟରେ ବୁଝାମଣାପତ୍ର (ଏମଓୟୁ)କୁ ମଞ୍ଜୁରି ମିଳିଛି ।

ଲାଭ :

ଆଇନ ପେସାଦାର, ସରକାରୀ ସଂସ୍ଥା ଏବଂ ସେମାନଙ୍କ ତାଲିମ ଏବଂ ସମାଧାନ ଲାଗି ପ୍ରଭାବୀ ଆଇନ ସହାୟତା ବ୍ୟବସ୍ଥା ମଧ୍ୟରେ ଅଭିଜ୍ଞତାର ବିନିମୟ ଆବଶ୍ୟକତା ଏବଂ ପ୍ରସଙ୍ଗଗୁଡ଼ିକ ପ୍ରତି ଏହି ବୁଝାମଣା ଧ୍ୟାନ ଦେବ । ବୁଝାମଣା ଫଳରେ ସୂଚନା ଆଦାନପ୍ରଦାନ ଗସ୍ତ ଜରିଆରେ ଅଭିଜ୍ଞତାର ବିନିମୟ କ୍ଷେତ୍ରରେ ଉଭୟ ରାଷ୍ଟ୍ରରେ ଆଇନ ସେବା ଯୋଗାଇ ଦେବାରେ ଭାରତ ଏବଂ ଉଜବେକିସ୍ତାନ ମଧ୍ୟରେ ବ୍ୟାପକ ସହଯୋଗ ଉପଲବ୍ଧ ହୋଇପାରିବ । ଏଥିସହିତ ସରକାରୀ ସଂସ୍ଥାଗୁଡ଼ିକର ଆଇନଗତ ସାମର୍ଥ୍ୟ ବୃଦ୍ଧି ସଂକ୍ରାନ୍ତ ତାଲିମ ଉପଲବ୍ଧ ହେବ ।