Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଆଇନ ଓ ନ୍ୟାୟ କ୍ଷେତ୍ରରେ ସହଯୋଗ ଓ ମିଳିତ ପରାମର୍ଶ ସମିତି ଗଠନ କରିବା ଲାଗି ଭାରତ-ବ୍ରିଟେନ ବୁଝାମଣାକୁ କ୍ୟାବିନେଟ ଅନୁମୋଦନ


ଆଇନ ଏବଂ ନ୍ୟାୟ କ୍ଷେତ୍ରରେ ସହଯୋଗ ଏବଂ ଏକ ମିଳିତ ପରାମର୍ଶ ସମିତି ଗଠନ କରିବା ଲାଗି ଭାରତ ଏବଂ ବ୍ରିଟେନ ମଧ୍ୟରେ ସ୍ୱାକ୍ଷରିତ ବୁଝାମଣା (ଏମଓୟୁ)ରେ ସ୍ୱାକ୍ଷର ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ମଞ୍ଜୁରି ପ୍ରଦାନ କରିଛନ୍ତି

ଏହି ଏମଓୟୁ ଆଇନଜୀବୀ ଏବଂ ସରକାରୀ କର୍ମଚାରୀଙ୍କ ଦ୍ୱାରା ଅଭିଜ୍ଞତାର ଆଦାନ-ପ୍ରଦାନ କ୍ଷେତ୍ରରେ  ଚିନ୍ତା ଏବଂ ଆବଶ୍ୟକତା ତଥା ସେମାନଙ୍କ ପ୍ରଶିକ୍ଷଣ ପ୍ରତି ଧ୍ୟାନ ରଖିବ । ଏଥିସହିତ ଏହାଦ୍ୱାରା ବିଭିନ୍ନ ନ୍ୟାୟାଳୟ, ଟ୍ରିବ୍ୟୁନାଲରେ ବିବାଦର ସମାଧାନ ଲାଗି ପ୍ରଭାବୀ ଆଇନ ଢାଂଚା ଉପଲବ୍ଧ ହେବ ଏବଂ ମିଳିତ ପରାମର୍ଶ ସମିତି ଗଠନର ଉଦ୍ଦେଶ୍ୟ ପୂରଣ ହେବ ।

 

**********