ପିଏମଇଣ୍ଡିଆ
ଭାରତ ଏବଂ ଆମେରିକା ମଧ୍ୟରେ ଦ୍ୱିପାକ୍ଷୀକ ସହଯୋଗ ବୁଝାମଣା (ଏମଓସି)ରେ ସ୍ୱାକ୍ଷର କରାଯିବା ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ମଞ୍ଜୁରି ମିଳିଛି । ଏହି ସହଯୋଗ ବୁଝାମଣା ଆମେରିକାର ସଂଘୀୟ ଆଇନ ପ୍ରବର୍ତ୍ତନ ପ୍ରଶିକ୍ଷଣ କେନ୍ଦ୍ର (ଏଫଏଲଇଟିସି) ଏବଂ ଭାରତର ପୁଲିସ ଗବେଷଣା ଏବଂ ବିକାଶ ବ୍ୟୁରୋ (ବିପିଆର ଏଣ୍ଡ ଡି) ମଧ୍ୟରେ ସ୍ୱାକ୍ଷରିତ ହେବ ।
ଏହି ସହଯୋଗ ବୁଝାମଣା ଦ୍ୱାରା ଭାରତ-ଆମେରିକ ଆଭ୍ୟନ୍ତରୀଣ(ହୋମଲେଣ୍ଡ) ନିରାପତ୍ତା ଆଲୋଚନାର ତତ୍ୱାବଧାନରେ ଉଭୟ ଦେଶ ମଧ୍ୟରେ ସହଯୋଗର ମାର୍ଗ ପ୍ରଶସ୍ତ ହୋଇପାରିବ ।
ସହଯୋଗ ବୁଝାମଣା ଦ୍ୱାରା ପ୍ରଶିକ୍ଷଣ, ପ୍ରଶିକ୍ଷଣ ସାମଗ୍ରୀ, ପ୍ରଶିକ୍ଷକମାନଙ୍କ ଗୁଣବତ୍ତା ଆଦିର ମାନକରେ ସୁଧାର ଆଣିବାରେ ସହାୟତା ମିଳିପାରିବ । ଏହାଦ୍ୱାରା ଦେଶରେ ପୁଲିସ ବାହିନୀର କାର୍ଯ୍ୟପ୍ରଣାଳୀରେ ସୁଧାର ଆସିବ ଏବଂ ‘ସ୍ମାର୍ଟ ପୁଲିସ’ର ସ୍ୱପ୍ନ ସାକାର ହୋଇପାରିବ ।
ଭାରତ ଏବଂ ଆମେରିକା ମଧ୍ୟରେ ଆତଙ୍କବାଦ ଏବଂ ଅନ୍ତର୍ଦେଶୀୟ ଅପରାଧ ଏବଂ ଏହାର ସମସ୍ତ ସ୍ୱରୂପ ଏବଂ ରୂପ ବିରୋଧରେ ଲଢ଼ିବା ବ୍ୟାପାରରେ ଆପୋସ ସ୍ୱାର୍ଥ ରହିଛି । ଉଭୟ ଦେଶ ନିଜ ମାଟି ତଥା ଗୁରୁତ୍ୱପୂର୍ଣ୍ଣ ମୌଳିକ ଭିତ୍ତିଭୂମିକୁ ସୁରକ୍ଷା ଦେବା ଏବଂ ଆତଙ୍କବାଦୀ ଆକ୍ରମଣ ଦ୍ୱାରା ବିଶ୍ୱ ଯୋଗାଣ ଶୃଙ୍ଖଳା ବାଧାପ୍ରାପ୍ତ ହେବା ପ୍ରେକ୍ଷାପଟକୁ ଦୃଷ୍ଟିରେ ରଖି ଆପୋସ ସ୍ୱାର୍ଥ ପ୍ରତି ଗୁରୁତ୍ୱ ଦେଇଥା’ନ୍ତି ।
***