Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଆଇସିଏଆଇ, ସିବିଏଫସି ଓମାନ ମଧ୍ୟରେ ସ୍ଵାକ୍ଷରିତ ଏମଓୟୁର ପୁନଃନବୀକରଣ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି


ଇନଷ୍ଟିଚ୍ୟୁଟ ଅଫ ଚାଟାର୍ଡ ଆକାଉଣ୍ଟାଣ୍ଟସ ଅଫ ଇଣ୍ଡିଆ (ICAI) ଏବଂ ଓମାନର କଲେଜ ଅଫ ବ୍ୟାଙ୍କିଙ୍ଗ ଆଣ୍ଡ ଫାଇନାନ୍ସିଆଲ ଷ୍ଟଡିଜ ମଧ୍ୟରେ ୨୦୦୮ ଏବଂ ୨୦୧୧ରେ ସ୍ଵାକ୍ଷରିତ ବୁଝାମଣା ପତ୍ରକୁ କାର୍ଯ୍ୟକାରୀ ହେବା ଦିନଠାରୁ ତଥା ଏହାର ପୁନଃ ନବୀକରଣ ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ସ୍ଵୀକୃତି ମିଳିଛି । ଓମାନରେ ଏକାଉଣ୍ଟିଂ, ଆର୍ଥିକ ତଥା ଅଡିଟ ଜ୍ଞାନର ଭିତ୍ତିକୁ ସୁଦୃଢ଼ କରିବା ଏହି ବୁଝାମଣାପତ୍ର ସ୍ଵାକ୍ଷରର ଉଦ୍ଦେଶ୍ୟ ।

ମଧ୍ୟପ୍ରାଚ୍ୟ କ୍ଷେତ୍ରରେ ICAI ପ୍ରାୟ ୬୦୦୦ରୁ ଊର୍ଦ୍ଧ ସଦସ୍ୟ ସାମର୍ଥ୍ୟ ଭିତ୍ତି ରହିଛି ଏବଂ ଏଭଳି ଚୁକ୍ତି ସ୍ଵାକ୍ଷର ମାଧ୍ୟମରେ CBFSକୁ ସବୁ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦିଆଯିବ ଓ ICAIରେ ଓମାନ ନାଗରିକମାନେ ସଦସ୍ୟତା ଲାଭ କରିପାରିବେ । ଉଭୟ ଦେଶର ସ୍ଵାର୍ଥଜଡିତ ଏହାର ପ୍ରତିଷ୍ଠାନମାନଙ୍କୁ ସହଯୋଗ ସକାଶେ ମିଳିତ ଭାବେ କାର୍ଯ୍ୟକରିବା ଏହି ଚୁକ୍ତିନାମାର ମୂଳ ଉଦ୍ଦେଶ୍ୟ । ପୁନଶ୍ଚ ଏହାଦ୍ୱାରା ICAIର ସଦସ୍ୟମାନଙ୍କ କାର୍ଯ୍ୟ ପରିସର ବୃଦ୍ଧି ପାଇବ ଓମାନ ନାଗରିକମାନଙ୍କ ପେଶାଦାର କ୍ଷମତା ବି ସଂପ୍ରସାରିତ ହେବ ।

ଏଭଳି ସହଯୋଗ ମାଧ୍ୟମରେ ଭାରତ, ଭାରତୀୟ ନାଗରିକ ଏବଂ ଭାରତୀୟ ଚାର୍ଟାର୍ଡ ଏକାଉଣ୍ଟାଣ୍ଟମାନଙ୍କୁ ଓମାନ ସୁଲତାନତନ୍ତ୍ରରେ ପର୍ଯ୍ୟାପ୍ତ କାର୍ଯ୍ୟ କରିବାର ସୁବିଧାସୁଯୋଗ ମିଳିବ । ତଦ୍ଵାରା ଭାରତୀୟ ନାଗରିକମାନେ ସେ ଦେଶର ଅଧିକ ଅର୍ଥ ଉପାର୍ଜନ କରି ସ୍ଵଦେଶ ପଠାଇପାରିବେ । ଓମାନରେ କୌଣସି ପେଶାଦାର ଏକାଉଣ୍ଟ୍ସ ପ୍ରତିଷ୍ଠାନ ନଥିବା ଏବଂ CBFS ସହ ICAIର ସହଯୋଗ ଭାରତୀୟ ଚାର୍ଟାର୍ଡ ଏକାଉଣ୍ଟାଣ୍ଟସମାନଙ୍କ ଉପରେ ଏକ ସକାରାତ୍ମକ ପ୍ରଭାବ ପକାଇବ ।