Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଆଇସିସି ମହିଳା ବିଶ୍ୱକପ ୨୦୨୫ରେ ଐତିହାସିକ ବିଜୟ, ଭାରତୀୟ ଦଳକୁ ପ୍ରଧାନମନ୍ତ୍ରୀଙ୍କ ହାର୍ଦ୍ଦିକ ଅଭିନନ୍ଦନ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଇସିସି ମହିଳା କ୍ରିକେଟ ବିଶ୍ୱକପ ୨୦୨୫ ଫାଇନାଲରେ ଚମତ୍କାର ବିଜୟ ପାଇଁ ଭାରତୀୟ ଦଳକୁ ଅଭିନନ୍ଦନ ଜଣାଇଛନ୍ତି ।
ଏକ୍ସରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଆଇସିସି ମହିଳା କ୍ରିକେଟ ବିଶ୍ୱକପ ୨୦୨୫ ଫାଇନାଲରେ ଭାରତୀୟ ଦଳର ଏକ ଚମତ୍କାର ବିଜୟ । ଫାଇନାଲରେ ସେମାନଙ୍କର ପ୍ରଦର୍ଶନ ଅଦ୍ଭୁତ ଦକ୍ଷତା ଏବଂ ଆତ୍ମବିଶ୍ୱାସରେ ଭରି ରହିଥିଲା । ଭାରତୀୟ ଦଳ ସମଗ୍ର ଟୁର୍ଣ୍ଣାମେଣ୍ଟରେ ଅସାଧାରଣ ଦଳଗତ କାର୍ଯ୍ୟ ଏବଂ ଦୃଢ଼ତା ଦେଖାଇଥିଲା । ଆମର ଖେଳାଳିମାନଙ୍କୁ ଅଭିନନ୍ଦନ । ଏହି ଐତିହାସିକ ବିଜୟ ଭବିଷ୍ୟତର ଚାମ୍ପିଅନମାଙ୍କୁ କ୍ରୀଡାକୁ ବୃତ୍ତି ଭାବରେ ଗ୍ରହଣ କରିବାକୁ ପ୍ରେରଣା ଯୋଗାଇବ ।
#WomensWorldCup2025”

SR