Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଆଜି ଗୁଜରାଟ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ; ଗାନ୍ଧୀନଗରଠାରେ ମଙ୍ଗଳବାର ଆଫ୍ରିକା ଉନ୍ନୟନ ବ୍ୟାଙ୍କର ବାର୍ଷିକ ବୈଠକରେ ଯୋଗଦେବେ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜିଠାରୁ ଦୁଇ ଦିନିଆ ଗୁଜରାଟ ଗସ୍ତରେ ଯିବେ  । ଆଜି ପ୍ରଧାନମନ୍ତ୍ରୀ କଚ୍ଛଠାରେ ବିଭିନ୍ନ ପ୍ରକଳ୍ପ ଉଦ୍ଘାଟନ କରିବା ସହ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ମେ 23 ତାରିଖ ମଙ୍ଗଳବାର ପ୍ରଧାନମନ୍ତ୍ରୀ ଗାନ୍ଧୀନଗରଠାରେ ଆୟୋଜିତ ହେବାକୁ ଥିବା ଆଫ୍ରିକା ଉନ୍ନୟନ ବ୍ୟାଙ୍କର ବାର୍ଷିକ ବୈଠକର ଉଦ୍ଘାଟନୀ ସମାରୋହରେ ଯୋଗଦେବେ  ।

ଗତକାଲି ଏକାଧିକ ଟ୍ୱିଟ୍ ଜରିଆରେ ପ୍ରଧାନମନ୍ତ୍ରୀ ତାଙ୍କ ଦୁଇ ଦିନିଆ ଗୁଜରାଟ ଗସ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ  ।

“ଆସନ୍ତାକାଲି ମୁଁ ଦୁଇଦିନିଆ ଗୁଜରାଟ ଗସ୍ତରେ ଯିବି । ଏହି ଗସ୍ତ ଅବସରରେ ମୁଁ କଚ୍ଛ ଏବଂ ଗାନ୍ଧୀନଗରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବି ।

କାଣ୍ଡଲା ବନ୍ଦରରେ ମୁଁ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିବି ଏବଂ ଗାନ୍ଧୀଧାମଠାରେ ଏକ ସାଧାରଣ ସଭାରେ ଉଦ୍ବୋଧନ ଦେବି  ।

ଭାଛାଉଠାରେ ଏକ ପମ୍ପିଂ ଷ୍ଟେସନର ଉଦ୍ଘାଟନ କରାଯିବ ଏବଂ ମୁଁ ସେଠାରେ ଏକ ସାଧାରଣ ସଭାରେ ଯୋଗ ଦେବି । ଆପଣ ନିଜ ମୋବାଇଲ୍ ଆପ୍  http://nm4.in/dnldapp  ରେ ଏହି ସଭା ଦେଖିପାରିବେ  ।

ମୋ ହୃଦୟରେ କଚ୍ଛର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି  । ଏଠାକାର ଲୋକମାନେ ବହୁତ ଭଲ ଏବଂ ସେମାନଙ୍କ ନିକଟରେ ତିଷ୍ଠି ରହିବାର ଇଚ୍ଛାଶକ୍ତି ରହିଛି  ।

2001ରେ ଭୟାବହ ଭୂକମ୍ପ କାରଣରୁ ଏଠାକାର ଲୋକମାନେ ଅଶାତୀତ ଧ୍ୱଂସଲୀଳା ଦେଖିଥିଲେ  । ଏହାସତ୍ୱେ କଚ୍ଛ ଆଜି ଭାରତର ଦୃତ ଅଭିବୃଦ୍ଧିଶୀଳ ଜିଲ୍ଲା ମଧ୍ୟରୁ ଅନ୍ୟତମ ପରିଗଣିତ ହେଉଛି  ।

ମଙ୍ଗଳବାର ମୁଁ ଗାନ୍ଧୀନଗରଠାରେ @AfDB_Group ଉଦ୍ଘାଟନୀ ବୈଠକରେ ଯୋଗଦେବି  ।

@AfDB_Group ବାର୍ଷିକ ବୈଠକର ବିଷୟବସ୍ତୁ “ଆଫ୍ରିକାରେ ସମ୍ପଦ ସୃଷ୍ଟି ପାଇଁ କୃଷି କ୍ଷେତ୍ରରେ ପରିବର୍ତ୍ତନ” ପ୍ରସଙ୍ଗ ଅତ୍ୟନ୍ତ ସମୟୋପଯୋଗୀ ।

@AfDB_Group ବାର୍ଷିକ ବୈଠକ ଅବସରରେ   #AfDBAM2017” ରେ ଭାଗ ନେଉଥିବା କେତେଜଣ ବିଶିଷ୍ଟ ପ୍ରତିନିଧିଙ୍କୁ ମୁଁ ଭେଟିବାର କାର୍ଯ୍ୟକ୍ରମ ରହିଛି” ବୋଲି ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରିଛନ୍ତି  ।

**********