ପିଏମଇଣ୍ଡିଆ
ମୋର ପ୍ରିୟ ଦେଶବାସୀଗଣ, ବେଶ୍ ଦ୍ରୁତ ଗତିରେ ଭାରତର ମଧ୍ୟମବର୍ଗୀୟ ଜୀବନରେ ଏକ ନୂଆ ଭାବାବେଗ, ନୂଆ ସ୍ୱପ୍ନ, ନୂଆ ସଂକଳ୍ପ ଏବଂ କିଛି କରିବାର ସାହସ ଦେଶ ଅନୁଭବ କରୁଅଛି । ଏକ ଏଭଳି ବର୍ଗ ଅଛନ୍ତି ଯେଉଁମାନଙ୍କୁ ଯଦି ସୁଯୋଗ ମିଳେ ତ, ଦେଶକୁ ବିକାଶର ନୂତନ ଶିଖରକୁ ନେଇଯିବାର କଳ୍ପନା କରି ଉତ୍ତମ ପରିଣାମ ଦେଇପାରନ୍ତି ।
ବିଶେଷ କରି ଏ ଯେଉଁ ପ୍ରଥମ ପିଢୀ ଯୁବକ ଅଛନ୍ତି, ସେମାନଙ୍କ ଠାରେ ଦାୟିତ୍ୱ ନେବାର ଦକ୍ଷତା ସବୁଠାରୁ ଅଧିକ ଏବଂ ସେମାନେ ବହୁତ ବଡ଼ ବର୍ଗ । ଯଦି ଏହି ଯୁବକମାନଙ୍କୁ ସୁଯୋଗ ମିଳିଲେ ସେମାନେ ଦେଶର ଭାଗ୍ୟ ବଦଳାଇ ଦେବେ, ଦେଶର ଛବି ମଧ୍ୟ ବଦଳାଇ ଦେବେ । ସାରା ବିଶ୍ୱ ଏହା ମାନୁଛି ଯେ, ଭାରତରେ ବିମାନ ଯାତ୍ରା ପାଇଁ ବେସାମରିକ ବିମାନ ଚଳାଚଳ ବିଶ୍ୱରେ ସବୁଠାରୁ ଅଧିକ ସୁଯୋଗ କେଉଁଠି ଅଛି ତ ତାହା ଭାରତରେ ଅଛି । ବହୁତ ପୂର୍ବେ ଏହା ଆମର ଚିନ୍ତା ଥିଲା, ବିମାନ ଯାତ୍ରା, ଏହା ରାଜା ମହାରାଜାଙ୍କର ହିଁ ବିଷୟ, ଆଉ ଏଥିପାଇଁ ଆମ ଏୟାରଲାଇନ୍ସ ସହିତ ଯେଉଁ ପ୍ରତୀକ ଯୋଡି ହୋଇଥିଲା ତାହା ମଧ୍ୟ ମହାରାଜାଙ୍କ ସହ ଯୋଡି ହୋଇଥିଲା ଆଉ ଯେବେ ଅଟଳଜୀଙ୍କ ସରକାର ଥିଲା ଆମ ରାଜୀବ ପ୍ରତାପ ରୁଡ୍ଡୀ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟରେ ଥିଲେ ତ, ମୁଁ ସେତେବେଳେ ପାର୍ଟିର କାମ କରୁଥିଲି ଏବଂ ହିମାଚଳରେ ହିଁ ରହୁଥିଲି । ମୁଁ ଥରେ ତାଙ୍କୁ ଦେଖା କଲି । ମୁଁ କହିଲି, କ’ଣ ଭାଇ, ଏ ପ୍ରତୀକ ବଦଳି ପାରିବ ନାହିଁ? ପଚାରିଲେ- କ’ଣ? ମୁଁ କହିଲି ଯେ ଏଥିରୁ ଲାଗୁଛି ଯେ ଉଡ଼ାଜାହାଜ ଏବଂ ବିମାନ ଯାତ୍ରା ଏହା ଗୋଟିଏ ନିର୍ଦ୍ଦିଷ୍ଟ ବର୍ଗର ଲୋକମାନଙ୍କ ପାଇଁ ଅଛି । ସେ କହିଲେ ଯେ କ’ଣ କରିବା? ମୁଁ କହିଲି, କିଛି କରନ୍ତୁ ନାହିଁ ବ୍ୟଙ୍ଗ ଚିତ୍ରକର ଲକ୍ଷ୍ମଣଙ୍କ ଯେଉଁ କମନ ମ୍ୟାନ୍ ବା ସାଧାରଣ ଲୋକ ଅଛି ତାହାକୁ ସେହି ପ୍ରତୀକରେ ଲଗାଇ ଦିଅନ୍ତୁ । ତାଙ୍କର ଅନୁମତି ନେଇ ଯାଆନ୍ତୁ । ଆଉ ମୁଁ ଖୁସି ଯେ ଅଟଳଜୀଙ୍କ ସରକାର ସମୟରେ ସେହି ସାଧାରଣ ଲୋକକୁ ମଧ୍ୟ ସ୍ଥାନିତ କରାଯାଇଥିଲା ।
ସେହି ସମୟରେ ଯେବେ ମୁଁ କୌଣସି ରାଜନୈତିକ ପଦରେ ନ ଥିଲି । ମୁଁ ସଂଗଠନର କାମ କରୁଥିଲି । କିନ୍ତୁ ସେହି ସମୟରେ ମୋ ବିଚାରରେ ଆସୁଥିଲା ଯେ ଏ ଯେଉଁ ଚିନ୍ତାଧାରା ଅଛି ରାଜା ମହାରାଜାଙ୍କ ସହିତ ଯୋଡି ହୋଇଛି ତାକୁ ବଦଳାଇବାର ଅଛି ଏବଂ ତା’ମଧ୍ୟରୁ ଆମ ବିଭାଗକୁ ମୁଁ ଅନୁରୋଧ କଲି ତ ଦେଶରେ ଗୋଟିଏ ସବୁଠୁ ବଡ଼ ଦୁର୍ବଳତା କି ଆମର କୌଣସି ବେସାମରିକ ବିମାନ ଚଳାଚଳ ନୀତି ନାହିଁ । ଏତେ ବଡ଼ ଦେଶ, ଏତେ ସବୁ ସମ୍ଭାବନା ଅଛି, ବିଶ୍ୱର ଧ୍ୟାନ ଅଛି, ଏକ ବେସାମରିକ ବିମାନ ଚଳାଚଳ ନୀତି ତିଆରି କରନ୍ତୁ, କସଟିରେ କସନ୍ତୁ । ସମସ୍ତ ରାଜ୍ୟ ଧାରକଙ୍କୁ ସେଥିରେ ବିଶ୍ୱାସକୁ ନିଅନ୍ତୁ ଏବଂ ନୀତି ଆଧାରରେ ଏହାର ବିସ୍ତାରର ଏକ ନକ୍ସା ପ୍ରସ୍ତୁତ କରନ୍ତୁ । ମୁଁ ଖୁସୀ ଯେ ସ୍ୱାଧୀନତା ପରେ ପ୍ରଥମ ଥର ଦେଶରେ ବେସାମରିକ ବିମାନ ଚଳାଚଳ ନୀତି ତିଆରି କରିବାର ସୌଭାଗ୍ୟ ଆମ ସରକାରଙ୍କୁ ମିଳିଲା । ଏବେ ସେହି ସମୟରେ ମୁଁ ପ୍ରଥମ ବୈଠକରେ କହିଥିଲି ଯେ ବେସାମରିକ ବିମାନ ଚଳାଚଳକୁ ମୁଁ କେଉଁ ରୂପରେ ଦେଖୁଛି, ଆମ ଦେଶରେ ଗରିବ ବ୍ୟକ୍ତିର ଏକ ପରିଚୟ ରହିଛି ଯେ ସେ ହାୱାଇ ଚପଲ ପିନ୍ଧେ ଆଉ ମୁଁ ସେହି ବୈଠକରେ କହିଥିଲି ଯେ ମୁଁ ଚାହୁଁଛି ଯେ ଉଡ଼ାଜାହାଜରେ ହାୱାଇ ଚପଲ ପିନ୍ଧା ଲୋକ ଦେଖାଯାଆନ୍ତୁ । ଆଉ ଆଜି ତାହା ସମ୍ଭବ ହେଉଅଛି… ଆଜି ସିମଳା ଏବଂ ଦିଲ୍ଲୀକୁ ବିମାନ ଯାତ୍ରାରେ ନାନ୍ଦେଡ଼ ଏବଂ ହାଇଦ୍ରାବାଦକୁ, ଆମ ନଡ୍ଡାଜୀ ଏଠାରେ ଅଛନ୍ତି, ସେ ହିମାଚଳର ଅଟନ୍ତି, ସିମଳା ସହିତ ଯୋଡ଼ିହେବାର ଆନନ୍ଦ ତାଙ୍କୁ ବିଶେଷ ଭାବରେ ଅଛି । ଆଉ ମୁଁ ଦିଲ୍ଲୀରୁ ଆସିଛି ତ ମୋତେ ଆହୁରି ଅଧିକ ଆନନ୍ଦ ହେଉଛି ।
ଆଜି ଆମେ ଟ୍ୟାକ୍ସିରେ ଯିବା ସଡ଼କପଥରେ ଏକ କିଲୋମିଟରର ଭଡ଼ା ଆଠରୁ ଦଶ ଟଙ୍କା ହୋଇଥାଏ । ଦିଲ୍ଲୀ-ସିମଳାର ବିମାନ ଯାତ୍ରା ଅଧିକରୁ ଅଧିକ ଏକ ଘଂଟାରେ, ଯଦି ସଡ଼କ ପଥରେ ଯାତ୍ରା କରି ଆସିଲେ ତ ଅତି କମରେ ନଅ ଘଂଟା, ଯଦି ସଡ଼କ ପଥରେ ଆସିଲେ ତ ମୁଁ କିଲୋମିଟରର ହିସାବ ଲଗାଇବି, ଆଉ ଦଶ ଟଙ୍କା ହିସାବରେ ଲଗାଇବି, ଆଉ ପାହାଡରେ ତ ଦଶରୁ ଅଧିକ ହୋଇଯାଏ । ଏ ଯାତ୍ରା ଏଭଳି ଯାହା ସମୟ ବି ବଂଚାଇବ ଏବଂ ଏହାର ଖର୍ଚ୍ଚ ଟ୍ୟାକ୍ସିରେ ଯଦି ଦଶ ଟଙ୍କା ଲାଗେ ତ ନୂଆ ନୀତି ଦ୍ୱାରା ବିମାନ ଯାତ୍ରାର କିଲୋମିଟର ପ୍ରତି ଖର୍ଚ୍ଚ ମାତ୍ର ଛଅ କିମ୍ବା ସାତ ଟଙ୍କା ଲାଗିବ । ନାନ୍ଦେଡ଼ରୁ ହାଇଦ୍ରାବାଦ ଆରମ୍ଭ ହେଉଅଛି କିନ୍ତୁ ନାନ୍ଦେଡ଼ରୁ ମୁମ୍ବାଇ ସବୁଠାରୁ ପ୍ରଥମେ ଏହାପରେ ଆରମ୍ଭ ହେବାକୁ ଥିବା ବ୍ୟବସ୍ଥା ହେଉଛି ଏବଂ ମୁଁ ବିମାନ ଚଳାଚଳ କଂପାନୀଗୁଡିକୁ ଗୋଟିଏ ଶିକ୍ଷା ଦେବାକୁ ଚାହୁଁଛି ଆଉ ମୁଁ ତାଙ୍କୁ ଏ ଯେଉଁ ଉପଦେଶ ଦେଉଛି ଏଥି ପାଇଁ ମୋ ତରଫରୁ କୌଣସି ରୟାଲଟି ଚାର୍ଜ କରିବି ନାହିଁ । ମୁଁ ମାଗଣାରେ ସେମାନଙ୍କୁ ଉପଦେଶ ଦେଉଛି ବିମାନ ଚଳାଚଳ କଂପାନୀଗୁଡିକ ବ୍ୟବସାୟିକ ଦୃଷ୍ଟିରେ ଚିନ୍ତା କରୁଛନ୍ତି ତ ଚିନ୍ତା କରନ୍ତୁ ଯେ ନାନ୍ଦେଡ଼ ସାହିବ, ଅମୃତସର ସାହିବ ଏବଂ ପଟଣା ସାହିବକୁ ଯଦି ବିମାନ ଚଳାଚଳର ଗୋଲାକାର ପଥ ଭାବେ ଗ୍ରହଣ କରିବେ ସାରା ଦୁନିଆର ଶିଖ୍ ଯାତ୍ରୀ ଏହି ବିମାନ ଯାତ୍ରାର ସବୁଠାରୁ ଅଧିକ ଲାଭ ଉଠାଇବେ ।
ବହୁତ କମ୍ ଲୋକଙ୍କୁ ଏହା ଜଣା ଥିବ କି ଯେବେ ଦ୍ୱିତୀୟ ବିଶ୍ୱ ଯୁଦ୍ଧ ହେଲା ତ ପୂର୍ବାଚଂଳର ଅଧିକାଂଶ ଭାଗରେ ଏୟାର ଷ୍ଟ୍ରିପ୍ ତିଆରି ହୋଇଥିଲା, ସୀମାବର୍ତ୍ତୀ ଅଂଚଳରେ ମଧ୍ୟ ବହୁତ ଗୁଡିଏ ଏୟାର ଷ୍ଟ୍ରିପ୍ ତିଆରି ହୋଇଥିଲା, କିନ୍ତୁ କେବେ ତାହାର ଠିକ ଉପଯୋଗ ହୋଇ ନ ଥିଲା । କିଛି ତ ଏମିତି ଏୟାର ଷ୍ଟ୍ରିପ୍ ଥିବ ଯେଉଁଠାରୁ ଲୋକ ଜିନିଷ ତାଡି ନେଇ ଯାଇ ଥିବେ । ଦେଶ ସ୍ୱାଧୀନ ହେବାର ସତୁରୀ ବର୍ଷ ପରେ ଆଜି ଆମେ, ସ୍ୱାଧୀନତାର ସତୁରୀ ବର୍ଷ ପୂରଣ ହୋଇଗଲା କିନ୍ତୁ ମାତ୍ର ସତୁରୀ-ପଚସ୍ତରୀ ଏମିତି ବିମାନ ବନ୍ଦର ଅଛି ଯାହା ବ୍ୟବସାୟିକ ଉଦ୍ଦେଶ୍ୟରେ କାମରେ ଆସୁଛି । ସତୁରୀ ବର୍ଷରେ ସତୁରୀ-ପଚସ୍ତରୀ ବିମାନ ବନ୍ଦର, ଏହି ନୂଆ ନୀତି ଦ୍ୱାରା ଗୋଟିଏ ବର୍ଷ ଭିତରେ ଏଥିରୁ ଅଧିକ ନୂଆ ବିମାନ ବନ୍ଦରକୁ ବ୍ୟବସାୟିକ କାରବାର ପାଇଁ ଯୋଡି ଦିଆଯିବ । ଭାରତର ଦ୍ୱିତୀୟ ଶ୍ରେଣୀ ସହର ବିକାଶର ଇଂଜିନ ପାଲଟିଛି । ବିକାଶ ମଧ୍ୟରେ ଉର୍ଜ୍ଜା ଭରିବାର ଶକ୍ତି ଦ୍ୱିତୀୟ ଶ୍ରେଣୀ, ତୃତୀୟ ଶ୍ରେଣୀ ସହର ମଧ୍ୟରେ ଅଛି, ଯଦି ସେଠାକୁ ବିମାନ ସଂଯୋଗ ବ୍ୟବସ୍ଥା ମିଳିଯିବ ତ ପୁଞ୍ଜି ନିବେଶକ, ପରିଚାଳନା ବିଶେଷଜ୍ଞ, ଶିକ୍ଷା ପାଇଁ, ଗୁଣାତ୍ମକ ମାନବ ଶକ୍ତି ଏହି ସବୁକୁ ଯଦି ଯୋଗାଯୋଗ ବ୍ୟବସ୍ଥା ମିଳିଯିବ ତ ସେହି ଯାଗାରେ ବିକାଶର ସମ୍ଭାବନା ବଢି ଯାଇଥାଏ । ଦୁନିଆରେ ସବୁଠାରୁ ଦ୍ରୁତ ଗତିରେ ବିକାଶ ହେଉଛି ପର୍ଯ୍ୟଟନର, କିନ୍ତୁ ପର୍ଯ୍ୟଟନରେ ଗନ୍ତବ୍ୟ ସ୍ଥଳରେ ପହଁଚିବା ପରେ ଯାତ୍ରୀ କଷ୍ଟ ସହିବାକୁ ପ୍ରସ୍ତୁତ ହୋଇଥାଏ, ତାକୁ ମଧ୍ୟ ପସନ୍ଦ ଆସିଥାଏ, ପରିଶ୍ରମ କରିବାକୁ ପସନ୍ଦ ଆସିଥାଏ, ପାହାଡ ଚଢିବା ପସନ୍ଦ ଆସିଥାଏ, ଝାଳ ବୁହାଇବା ପସନ୍ଦ ଆସିଥାଏ କିନ୍ତୁ ପହଁଚିବା ପର୍ଯ୍ୟନ୍ତ ସେ ସବୁଠାରୁ ଭଲ ସୁବିଧା ପସନ୍ଦ ଆସିଥାଏ, ତାକୁ ଯଦି ବିମାନ ସଂଯୋଗ ମିଳିଥାଏ, ତାକୁ ଯଦି ଇଂଟରନେଟ ସଂଯୋଗ ମିଳିଥାଏ, ତାକୁ ଯଦି ୱାଇ-ଫାଇ ସୁବିଧା ମିଳିଥାଏ ତ ସେ ସେହି ଗନ୍ତବ୍ୟ ସ୍ଥଳକୁ ପ୍ରଥମେ ପସନ୍ଦ କରିଥାଏ ।
ସେଠାକୁ ଯିବା ପରେ ସେ କଷ୍ଟ ସହିବାକୁ ପ୍ରସ୍ତୁତ ଥାଏ, ଦାୟୀତ୍ୱ ନେବାକୁ ପ୍ରସ୍ତୁତ ଥାଏ କିନ୍ତୁ ଯିବା ଆସିବାର ସୁବିଧାକୁ ସେ ପ୍ରଥମେ ପସନ୍ଦ କରିଥାଏ । ସିମଳାରେ ଏବେ ଏହି ବ୍ୟବସ୍ଥା ପୁଣି ଆରମ୍ଭ ହେଉଛି, ବହୁତ ବର୍ଷ ହେବ ଏହା ଅଟକି ରହିଥିଲା । ମୋର ବିଶ୍ୱାସ ଅଛି ହିମାଚଳର ପର୍ଯ୍ୟଟନକୁ ଏଥିରୁ ବହୁତ ବଡ଼ ଶକ୍ତି ମିଳିବ । 2500 ଟଙ୍କା ସବୁଠାରୁ ଅଧିକ ଏସି ଟିକଟ ବ୍ୟବସ୍ଥା 2500 ଆଉ 2500 ରୁ କମ କରିବାର ଅଛି ।
ଉତ୍ତର-ପୂର୍ବାଚଂଳ ଭାରତର ହେଉଛି ଏମିତି ଏକ ଭୂ-ଭାଗ ଦେଖିବାର ଅଛି ଆଉ ଥରେ ଯିଏ ଗଲା ତାକୁ ବାରମ୍ବାର ଯିବାକୁ ମନ ହେବ ଏହା ହେଉଛି ଆମର ଉତ୍ତର-ପୂର୍ବାଚଂଳ । ପ୍ରକୃତିର ସେଠାରେ ଏଭଳି ବାସ୍ତବତା ମିଳିଥାଏ ଯାହା ବୋଧହୁଏ ଅନ୍ୟ କେଉଁଠି ମିଳ ନ ଥାଏ । କିନ୍ତୁ ଯୋଗାଯୋଗର ଅଭାବରୁ ହିନ୍ଦୁସ୍ଥାନର ସାଧାରଣ ନାଗରିକ ସେଠି ଯୋଡି ହୋଇ ପାରି ନ ଥାଏ ଏହା ଦେଶ ମଧ୍ୟରେ ସମନ୍ୱୟ ରକ୍ଷା ପାଇଁ ମଧ୍ୟ ବହୁତ ବଡ଼ ଉତ୍ସ ହେବାକୁ ଯାଉଛି । ଏଥିରେ ଖାଲି ଯାତ୍ରାର ସୁବିଧା ନାହିଁ, ଦୁଇଟି ଭୂ-ଭାଗ, ଦୁଇଟି ସଂସ୍କୃତି, ଦୁଇଟି ପରମ୍ପରା ବଡ଼ ସହଜରେ ଯୋଡି ହୋଇଯାଇ ଥାଏ । ମୁଁ ଖୁସି ଯେ ଦେଶରେ ବିମାନ ଯାତ୍ରା ଦୃଷ୍ଟିରୁ ସାଧାରଣ ନାଗରିକକୁ ଆଉ ଏହାର ଯେଉଁ ଉଡାଣ(UDAN) ନାମ ହୋଇଛି ତାହା ଉଡ଼ୁ, ସାଧାରଣ ନାଗରିକ ସେମାନଙ୍କ ଠାରୁ ଉଡାଣ ଶବ୍ଦ ହୋଇଛି । ଆଉ ଯେମିତି ମୁଁ କହିଲି ବିମାନ ଯାତ୍ରାରେ ହାୱାଇ ଚପ୍ପଲ ବାଲା ଦେଖିବାକୁ ମିଳିବା ଦରକାର, ଆଉ ସମସ୍ତେ ଉଡ଼ନ୍ତୁ… ସମସ୍ତେ ଯୋଡି ହୁଅନ୍ତୁ ।
ଦେଶର ଗୋଟିଏ କୋଣରୁ ଦ୍ୱିତୀୟ କୋଣକୁ ଯୋଡିବା ପାଇଁ ଏକ ମହାଅଭିଯାନ ଏହାଦ୍ୱାରା ହେଉଛି । ମୋ ପାଇଁ ଖୁସିର କଥା ଯେ ଏଠାରେ ଏକ ଦ୍ୱିତୀୟ କାର୍ଯ୍ୟକ୍ରମର ମଧ୍ୟ ଶୁଭାରମ୍ଭ ହେଉଛି ତାହାର ଶିଳାନ୍ୟାସ ହେଉଛି । ମାନବ ସମ୍ବଳ ବିକାଶ ଯେତେ ନିର୍ଦ୍ଦିଷ୍ଟ ଅଂଚଳକୁ ଫୋକସ୍ ହେଉଛି ଆମ ଦେଶରେ କ୍ଷମତା ସେତେ ବଢୁଛି । ଭାରତ ପାଖରେ ତାପଜ ଶକ୍ତିର ବହୁତ ସମ୍ଭାବନା ଅଛି ଆନୁମାନିକ କଳ୍ପନା ହେଉଛି କି ପାଖାପାଖି ଦେଢ ଲକ୍ଷରୁ ଅଧିକ ମେଗାୱାଟ ବିଜୁଳି ଆମେ ତାପଜ ଶକ୍ତିରୁ କରିପାରିବା । ସେଥିପାଇଁ ମାନବ ସମ୍ବଳ ଦରକାର, ମାନବ ଶକ୍ତି ଦରକାର ଆଉ ସେଥି ପାଇଁ ଉତ୍ସର୍ଗୀକୃତ ଅନୁଷ୍ଠାନ ଦରକାର । ହିମାଚଳ ପ୍ରଦେଶ ଆଉ ପୁରା ହିମାଳୟ ପର୍ବତାଂଚଳ ଜାମ୍ମୁ-କାଶ୍ମୀରରୁ ନେଇ ପୂରା ସେଠାରୁ ତାପଜ ଶକ୍ତି ପ୍ରକଳ୍ପର ବହୁତ ସମ୍ଭାବନା ଅଛି ଯଦି ସେଠାକାର ଯୁବକଙ୍କୁ ତାପଜ ସମ୍ବଦ୍ଧିତ ଇଂଜିନିୟରିଂ ଶିକ୍ଷା ମିଳିବ ସ୍ୱତନ୍ତ୍ର ବିଷୟ ପ୍ରସ୍ତୁତ ହେଉଛି । ମୁଁ ଭାବୁଛି ଏହା ବହୁତ ବଡ଼ ସେବା ହେବ ଆଉ ଏଥିପାଇଁ ମେକାନିକାଲ ଇଞ୍ଜିନୟରିଂ ଅନ୍ୟ ସମସ୍ତ ବିଷୟ ମଧ୍ୟ ହେବ । କିନ୍ତୁ ସ୍ୱତନ୍ତ୍ର ଧ୍ୟାନ ତାପଜ ଶକ୍ତି ସମ୍ବଦ୍ଧିତ ହେବ ତାହା ଶିକ୍ଷାର ଏକ ବହୁତ ବଡ଼ କାମ ବିଳାଶପୁରରେ ହେବାକୁ ଯାଉଛି ତାହାର ଶିଳାନ୍ୟାସର ସୁଯୋଗ ମତେ ମିଳିଛି । ମୁଁ ହିମାଚଳବାସୀଙ୍କୁ ଆଉ ଦେଶର ଯୁବ ପିଢୀଙ୍କୁ ଏହି ଉପହାର ଦେଇ ବଡ଼ ଗର୍ବ ଅନୁଭବ କରୁଛି ଏବଂ ଏକ ପ୍ରକାରରେ ଆଜି ଦେଶ ହିମାଚଳର ମାଟିରୁ ବାୟୁ ଶକ୍ତିକୁ ମଧ୍ୟ ଅନୁଭବ କରୁଛି ଆଉ ତାପଜ ଶକ୍ତିର ମଧ୍ୟ ଅନୁଭବ କରୁଛି ।
ବାୟୁ ଶକ୍ତି ଆଉ ଜଳ ଶକ୍ତି ଆଜିର ବିକାଶ ଭିତରେ ବହୁତ ବଡ଼ ଶକ୍ତି ହେବାକୁ ଯାଉଛି, ଆଉ ଆମେ ଯେଉଁ ନିଉ ଇଣ୍ଡିଆର ସ୍ୱପ୍ନ ଦେଖୁଛେ ଯେଉଁଥିରୁ ଜନ-ଧନର ସାମର୍ଥ୍ୟ ଅଛି, ବନ-ଧନର ସାମର୍ଥ୍ୟ ଅଛି, ଜଳ-ଧନର ମଧ୍ୟ ସେତିକି ସାମର୍ଥ୍ୟ ଅଛି, ସେହି ସାମର୍ଥ୍ୟକୁ ନେଇ ଆମକୁ ଆଗକୁ ବଢିବାର ଅଛି । ମୁଁ ପୁଣି ଥରେ ଭାରତ ସରକାରଙ୍କ ଏହି ବିଭାଗକୁ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ତାଙ୍କର ସମସ୍ତ ଅଧିକାରୀମାନଙ୍କୁ, ତାଙ୍କର ସମସ୍ତ ମନ୍ତ୍ରୀଗଣ ଆଉ ତାଙ୍କ ନେତୃତ୍ୱକୁ ହୃଦୟର ସହିତ ବହୁତ ବଧାଇ ଦେଉଛି କି ବହୁତ ମହତ୍ଵାକାଂକ୍ଷୀ ଏହି ଯୋଜନାର ଆରମ୍ଭ ହେଉଛି, ଯାହା ବହୁତ କମ୍ ସମୟରେ ହିନ୍ଦୁସ୍ଥାନକୁ ନୂଆ ଅଭିବୃଦ୍ଧି କେନ୍ଦ୍ରର ଆକାଶ ଛୁଆଁ ଉଡାଣ ଭରିବାର ଶକ୍ତି ସେଥିରୁ ମିଳିବାର ଅଛି, ମୋ ତରଫରୁ ବହୁତ-ବହୁତ ଶୁଭକାମନା ।
ଧନ୍ୟବାଦ ।
The lives of the middle class are being transformed and their aspirations are increasing. Given the right chance they can do wonders: PM
— PMO India (@PMOIndia) April 27, 2017
The aviation sector in India is filled with opportunities: PM @narendramodi
— PMO India (@PMOIndia) April 27, 2017
Earlier aviation was considered to be the domain of a select few. That has changed now: PM @narendramodi
— PMO India (@PMOIndia) April 27, 2017
We had the opportunity to frame a civil aviation policy, which caters to aspirations of the people of India: PM @narendramodi
— PMO India (@PMOIndia) April 27, 2017
Tier-2 & Tier-3 cities are becoming growth engines. If aviation connectivity is enhanced in these places, it will be beneficial: PM
— PMO India (@PMOIndia) April 27, 2017
UDAN Scheme is going to help tourism sector in Himachal Pradesh: PM @narendramodi
— PMO India (@PMOIndia) April 27, 2017