Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଆଣ୍ଟାର୍କଟିକାର ମାଉଣ୍ଟ ଭିନସନ ଅଭିଯାନ ଲାଗି ଅରୁଣିମା ସିହ୍ନାଙ୍କୁ ତ୍ରିରଙ୍ଗ ପ୍ରଦାନ କଲେ ପ୍ରଧାନମନ୍ତ୍ରୀ


 

ଆଣ୍ଟାର୍କଟିକାର ମାଉଣ୍ଟ ଭିନସନ ଅଭିଯାନ ଲାଗି ଯାତ୍ରା କରୁଥିବା ଅରୁଣିମା ସିହ୍ନାଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତ୍ରିରଙ୍ଗ ପତାକା ପ୍ରଦାନ କରିଛନ୍ତି

ସୁଶ୍ରୀ ଅରୁଣିମା ସିହ୍ନା ପୂର୍ବରୁ ଏଭେରେଷ୍ଟ ଶୃଙ୍ଗ ଆରୋହଣ କରିବାରେ ପ୍ରଥମ ଦିବ୍ୟାଙ୍ଗ ମହିଳା ଥିଲେ । ଆଜି ସେ ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରି ତାଙ୍କର ଆଗାମୀ ଆଣ୍ଟାର୍କଟିକାର ଗିରିଶୃଙ୍ଗ ଅଭିଯାନ ସମ୍ପର୍କରେ ଅବଗତ କରାଇଥିଲେ ଶ୍ରୀ ମୋଦୀ ଅରୁଣିମାଙ୍କ ଉଲ୍ଲେଖନୀୟ ସଫଳତା ଲାଗି ଧନ୍ୟବାଦ ଜଣାଇବା ସହ ଆଗାମୀ ଦିନର ଅଭିଯାନ ଲାଗି ଶୁଭକାମନା କରିଥିଲେ

ପୂର୍ବରୁ ଅରୁଣିମା ସିହ୍ନା ପାଞ୍ଚୋଟି ମହାଦେଶର ଉଚ୍ଚତମ ଶୃଙ୍ଗମାନ ଆରୋହଣ କରିଥିଲେ ଏବଂ ଏହି ସଫଳତା ହାସଲ କରିବାରେ ସେ ହେଉଛନ୍ତି ପ୍ରଥମ ଦିବ୍ୟାଙ୍ଗ ମହିଳା ।

 

**********