Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଆନ୍ତଃବୈଷୟିକ ସାଇବର-ଫିଜିକାଲ ପ୍ରଣାଳୀର ଜାତୀୟ ମିଶନକୁ କ୍ୟାବିନେଟର ମଞ୍ଜୁରି


 

ଗଠନ ହେବ 15ଟି ପ୍ରଯୁକ୍ତି ନବୋନ୍ମେଷ କେନ୍ଦ୍ର, 6ଟି ବିନିଯୋଗ ନବୋନ୍ମେଷ କେନ୍ଦ୍ର ଓ 4ଟି ପ୍ରଯୁକ୍ତି ଆଧାରିତ ନବୀନ ଗବେଷଣା କେନ୍ଦ୍ର

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଆନ୍ତଃବୈଷୟିକ  ସାଇବର ଫିଜିକାଲ ପ୍ରଣାଳୀର ଜାତୀୟ ମିଶନ (ଏନଏମ-ଆଇସିପିଏସ)କୁ ମଞ୍ଜୁରି ଦେଇଛନ୍ତି । ଏହାକୁ 5 ବର୍ଷ ଲାଗି 3600 କୋଟି ଟଙ୍କାର ମୋଟ ବ୍ୟୟ ସହିତ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଭାଗ ଲାଗୁ କରିବ ।

ବିବରଣୀ :

ଏହି ମିଶନ ଅନ୍ତର୍ଗତ ସମାଜର ବୃଦ୍ଧି ପାଉଥିବା ପ୍ରଯୁକ୍ତି ଆବଶ୍ୟକତାକୁ ପୂରଣ କରାଯିବ ଏବଂ ତାହା ପରବର୍ତ୍ତୀ ପିଢ଼ିର ପ୍ରଯୁକ୍ତି କୌଶଳ ଲାଗି ଅଗ୍ରଣୀ ଦେଶଗୁଡ଼ିକର ଅନ୍ତର୍ଜାତୀୟ ପ୍ରଚଳନ ଏବଂ ମାର୍ଗଚିତ୍ରକୁ ଅନୁଧ୍ୟାନ କରିବ । ଏହି ମିଶନ ଅଧିନରେ ନିମ୍ନଲିଖିତ ବିକାଶ ଏବଂ କାର୍ଯ୍ୟ କରାଯିବ:

1. ଦେଶର ସାଇବର-ଫିଜିକାଲ ପଦ୍ଧତି (ସିପିଏସ) ଏବଂ ତତସମ୍ବନ୍ଧୀୟ ପ୍ରଯୁକ୍ତି ସୁଗମ ହେବ ।

2. ଭାରତୀୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜାତୀୟ/ଆଂଚଳିକ ପ୍ରସଙ୍ଗର ସମାଧାନ ଲାଗି ସିପିଏଲ ପ୍ରଯୁକ୍ତିକୁ ଆପଣାଇବା ।

3. ସିପିଏସରେ ପରିବର୍ତ୍ତୀ ପିଢ଼ିର କୁଶଳ ଶ୍ରମଶକ୍ତି ସୃଷ୍ଟି ।

4. ପ୍ରଯୁକ୍ତି ଆଧାରିତ ନବୀନ ଗବେଷଣାକୁ ତ୍ୱରାନ୍ୱିତ କରିବା ।

5. ସିପିଏସରେ ଉଦ୍ୟମିତା ଏବଂ ଷ୍ଟାର୍ଟଅପ୍ ଇକୋ ସିଷ୍ଟମ ବିକାଶକୁ ତ୍ୱରାନ୍ୱିତ କରିବା ।

6. ସିପିଏସ, ପ୍ରଯୁକ୍ତି ବିକାଶ ଏବଂ ବିଜ୍ଞାନ, ପ୍ରଯୁକ୍ତି ଏବଂ ଇଞ୍ଜିନିୟରିଂ ବିଷୟରେ ଉଚ୍ଚ ଶିକ୍ଷାରେ ଉନ୍ନତ ଗବେଷଣାକୁ ଦ୍ରୁତତର କରିବା ।

7. ଭାରତକୁ ଅନ୍ୟ ଉନ୍ନତ ରାଷ୍ଟ୍ର ସହ ସମକକ୍ଷ କରିବା ଏବଂ ଅନେକ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଲାଭ ହାସଲ କରିବା ।

କାର୍ଯ୍ୟାନ୍ୱୟନ ରଣନୀତି :

ଏନଏମ-ଆଇସିପିଏସ ଏକ ସାମଗ୍ରୀକ ମିଶନ ଯାହା ସିପିଏସରେ ପ୍ରଯୁକ୍ତି ବିକାଶ, ବିନିଯୋଗ ବିକାଶ, ମାନବ ସମ୍ବଳ ବିକାଶ, ଦକ୍ଷତା ବିକାଶ, ଉଦ୍ୟମୀତା ଏବଂ ଷ୍ଟାର୍ଟଅପ ବିକାଶ ଏବଂ ତତସମ୍ବନ୍ଧୀୟ ପ୍ରଯୁକ୍ତିଭିତିକ ପ୍ରସଙ୍ଗର ସମାଧାନ କରିବ । ମିଶନର ଲକ୍ଷ୍ୟ 15 ପ୍ରଯୁକ୍ତି ନବୋନ୍ମେଷ କେନ୍ଦ୍ର, 6ଟି ବିନିଯୋଗ ନବୋନ୍ମେଷ କେନ୍ଦ୍ର ଏବଂ 4ଟି ପ୍ରଯୁକ୍ତି ଆଧାରିତ ନବୀନ-ଗବେଷଣା କେନ୍ଦ୍ର (ଟିଟିଆରପି) ପ୍ରତିଷ୍ଠା କରିବା । ଏହି କେନ୍ଦ୍ର ଏବଂ ଟିଟିଆରପି ଦେଶର ପ୍ରତିଷ୍ଠିତ ଶିକ୍ଷଣୀୟ, ଗବେଷଣା ଏବଂ ବିକାଶ ତଥା ଅନ୍ୟ ସଂଗଠନରେ ସମାଧାନ ବିକାଶ ସମ୍ପର୍କରେ ଶିକ୍ଷା ପ୍ରତିଷ୍ଠାନ, ଉଦ୍ୟୋଗ କେନ୍ଦ୍ରୀୟ ମନ୍ତ୍ରଣାଳୟ ଏବଂ ରାଜ୍ୟ ସରକାରମାନଙ୍କୁ ଯୋଡ଼ିବ । ଶିକ୍ଷା ପ୍ରତିଷ୍ଠାନ, ଉଦ୍ୟୋଗ ଏବଂ ସରକାରଙ୍କ ଏକ ବ୍ୟବହାରିକ ସମୂହକୁ ସାମିଲ କରିବା ଲାଗି ରଣନୈତିକ ପ୍ରୟାସ ସମ୍ପର୍କରେ ପ୍ରସ୍ତାବକୁ ଗ୍ରହଣ କରାଯାଇଛି । ମିଶନର କାର୍ଯ୍ୟାନ୍ୱୟନ, ଅନୁଧ୍ୟାନ ଏବଂ ଏହାର ମାର୍ଗଦର୍ଶନ ଲାଗି ମିଶନ ପ୍ରଶାସନିକ ବୋର୍ଡ ଏବଂ ଆନ୍ତଃମନ୍ତ୍ରଣାୟ ସମନ୍ୱୟ ସମିତି, ବୈଜ୍ଞାନିକ ପରାମର୍ଶଦାତା ସମିତି ଏବଂ ଅନ୍ୟ ଉପ-ସମିତି ଆକାରେ ଦୃଢ଼ ଏବଂ ଅନୁଧ୍ୟାନ ପ୍ରଣାଳୀ ପ୍ରସ୍ତୁତ ହେବ । କେନ୍ଦ୍ରଗୁଡ଼ିକ ଏବଂ ଟିଟିଆରପିର ଚାରିଟି ପ୍ରମୁଖ କ୍ଷେତ୍ର ରହିଛି । ଏହା ସହିତ ମିଶନର କାର୍ଯ୍ୟାନ୍ୱୟନ ଜାରି ରହିବ । ଏହି ଚାରିଟି କ୍ଷେତ୍ର ହେଲେ 1. ପ୍ରଯୁକ୍ତି ବିକାଶ, 2. ମାନବ ସମ୍ବଳ ବିକାଶ ଏବଂ ଦକ୍ଷତା ବିକାଶ, 3. ନବୋନ୍ମେଷ, ଉଦ୍ୟମୀତା ଏବଂ ଷ୍ଟାର୍ଟଅପ୍ ଇକୋ ସିଷ୍ଟମର ବିକାଶ, 4. ଅନ୍ତର୍ଜାତୀୟ ସହଯୋଗ ।

ପ୍ରଭାବ :

ସିପିଏସ ପ୍ରଯୁକ୍ତି ଦ୍ୱାରା ରାଷ୍ଟ୍ରଗୁଡ଼ିକର ବୈଜ୍ଞାନିକ, ଯାନ୍ତ୍ରିକ ଏବଂ ପ୍ରଯୁକ୍ତି ନବୋନ୍ମେଷ କ୍ଷମତାକୁ ନୂତନ ଧାରା ମିଳିପାରିବ । ଏହାବ୍ୟତୀତ ଏହା ସରକାରଙ୍କ ଅନ୍ୟ ମିଶନକୁ ସହାୟତା କରିପାରିବ, ଉଦ୍ୟୋଗ ଏବଂ ଆର୍ଥିକ ପ୍ରତିଦ୍ୱନ୍ଦ୍ୱିତା ପରିବେଶ ସୃଷ୍ଟି କରିବା ଏବଂ ଏକ ବାସ୍ତବିକ ରଣନୈତିକ ସମ୍ବଳ ରୂପରେ ବିକଶିତ ହେବ । ଉଦୀୟମାନ ବିନିଯୋଗର ଆକାର, ପ୍ରକାର ଏବଂ ଜଟିଳତା କାରଣରୁ ଆଗାମୀ ଦିନରେ ନୂତନ ପ୍ରଯୁକ୍ତି ଲଗାତାର ବିକଶିତ ହୋଇଚାଲିବ । ପ୍ରସ୍ତାବିତ ମିଶନ ବିକାଶର ମାଧ୍ୟମ ହୋଇପାରିବ, ଯାହାଦ୍ୱାରା ସ୍ୱାସ୍ଥ୍ୟ, ଶିକ୍ଷା, ଶକ୍ତି, ପରିବେଶ, କୃଷି, ରଣନୀତି ଆଧାରିତ ସୁରକ୍ଷା ଏବଂ ଶିଳ୍ପ କ୍ଷେତ୍ରରେ ଜାତୀୟ ପଦକ୍ଷେପଗୁଡ଼ିକୁ ଲାଭ ମିଳିପାରିବ । ଏହାବ୍ୟତୀତ ଚତୁର୍ଥ ଶିଳ୍ପ ବିପ୍ଳବସ୍ମାର୍ଟ ସିଟି, ନିରନ୍ତର ବିକାଶ ଲକ୍ଷ୍ୟ ଆଦିକୁ ଲାଭ ହେବ । ସିପିଏସ ପରବର୍ତ୍ତୀ ପିଢ଼ିର ପ୍ରଯୁକ୍ତିର ଏକ ସମଗ୍ର ପ୍ରଣାଳୀ ଅଟେ, ଯାହା ବିକାଶର ଦୌଡ଼ରେ ଅନ୍ୟ ରାଷ୍ଟ୍ରଗୁଡିକ ସହିତ ମିଶି ଚାଲିବାକୁ ପ୍ରାଥମିକତା ଦେଇଥାଏ । ସିପିଏସ ଦ୍ୱାରା ସମସ୍ତ କୌଶଳ ଆବଶ୍ୟକତାରେ ଆମୂଳଚୁଳ ପରିବର୍ତ୍ତନ ହେବ । ଉଦ୍ୟୋଗ/ସମାଜର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଉନ୍ନତ କୌଶଳ ଏବଂ କୁଶଳୀ ଶ୍ରମଶକ୍ତି ସୃଷ୍ଟି ଦ୍ୱାରା ମିଶନ ରୋଜଗାର ସୁଯୋଗରେ ଉନ୍ନତି କରିବ । ନବୋନ୍ମେଷ, ଉଦ୍ୟମୀତା ଏବଂ ଷ୍ଟାର୍ଟଅପ୍ ଇକୋ ପ୍ରଣାଳୀ ପ୍ରସ୍ତାବିତ ଏନଏମ-ଆଇସିପିଏସର ଅଭିନ୍ନ ଅଙ୍ଗ ଅଟେ, ଯାହାକୁ ଦୃଷ୍ଟିରେ ରଖି ଷ୍ଟାର୍ଟଅପଠାରୁ ମଧ୍ୟ ସିପିଏସ ଏବଂ ତତସମ୍ବନ୍ଧୀୟ କ୍ଷେତ୍ରଗୁଡ଼ିକରେ ପ୍ରଯୁକ୍ତି ଆଧାରିତ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏହିପରି ସ୍ୱଳ୍ପ ଅବଧିରେ ପାଖାପାଖି 40,000 ନିଯୁକ୍ତି ଏବଂ ଦୀର୍ଘକାଳୀନ ଅବଧିରେ ପାଖାପାଖି ଦୁଇ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

ଲାଭ : ମିଶନ ସମାଜର ଲାଭ ଲାଗି ସିପିଏସ ପ୍ରଯୁକ୍ତିର ପ୍ରଭାବୀ ପ୍ରୟୋଗ କରିବା ସମ୍ପର୍କରେ କେନ୍ଦ୍ର ମନ୍ତ୍ରଣାଳୟ/ବିଭାଗ, ରାଜ୍ୟ ସରକାର ଏବଂ ଉଦ୍ୟୋଗୁଡ଼ିକୁ ନିଜର ପ୍ରକଳ୍ପ ଏବଂ ଯୋଜନା ଚଳାଇବାରେ ସହାୟତା କରିବ ।

 

**********