ପିଏମଇଣ୍ଡିଆ
• ଚଳିତବର୍ଷ ଶେଷ ସୁଦ୍ଧା ଦେଶର ପ୍ରତ୍ୟେକ ନାଗରିକଙ୍କୁ ଆଧାର କାର୍ଡ
• ରାଜ୍ୟମାନଙ୍କୁ ଆଗାମୀ ବର୍ଷଗୁଡ଼ିକରେ ମିଳିବ 3.35 ଲକ୍ଷ କୋଟି ଟଙ୍କାର କୋଇଲା ରାଜସ୍ୱ
• କିରୋସିନି ସବସିଡି ବାବଦ ସଂଚୟର 75 ପ୍ରତିଶତ ଅନୁଦାନ ଆକାରରେ ମିଳିବ – ପ୍ରଧାନମନ୍ତ୍ରୀ
ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଶାସିତ ଅଂଚଳର ଉପରାଜ୍ୟପାଳ ଓ ମନ୍ତ୍ରୀ ପରିଷଦରେ ମୋର ସହଯୋଗୀମାନେ,
ଆନ୍ତଃ ରାଜ୍ୟ ପରିଷଦର ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ସାମିଲ ହୋଇଥିବାରୁ ଆପଣ ସମସ୍ତଙ୍କୁ ପୁଣି ଥରେ ସ୍ୱାଗତ କରୁଛି ।
ଏଭଳି ଅବସର ଖୁବ୍ କମ୍ ଆସିଥାଏ ଯେତେବେଳେ କେନ୍ଦ୍ର ଓ ରାଜ୍ୟର ନେତୃତ୍ୱଗଣ ଏକାଠି ଗୋଟିଏ ସ୍ଥାନରେ ଉପସ୍ଥିତ ହୋଇଥାନ୍ତି । ସାଧାରଣ ଲୋକଙ୍କ ସ୍ୱାର୍ଥ ପ୍ରସଙ୍ଗରେ ଆଲୋଚନା କରିବା ପାଇଁ, ସେମାନଙ୍କ ସମସ୍ୟାର ସମାଧାନ କରିବା ଏବଂ ଏକାଠି ମିଳିମିଶି ଠୋସ୍ ନିଷ୍ପତ୍ତି ନେବା ପାଇଁ ସଂଘୀୟ ସହଭାଗିତାର ଏହି ମଞ୍ଚ, ସବୁଠୁ ଭଲ ଉଦାହରଣ । ଏହା ଆମର ସମ୍ବିଧାନ ନିର୍ମାତାଙ୍କ ଦୂରଦୃଷ୍ଟିକୁ ମଧ୍ୟ ଦର୍ଶାଉଛି ।
ମୁଁ ପ୍ରାୟ 16 ବର୍ଷ ପୂର୍ବରୁ ଏହି ମଞ୍ଚରେ କୁହାଯାଇଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଆମର ଶ୍ରଦ୍ଧେୟ ଶ୍ରୀ ଅଟଳ ବିହାରୀ ବାଜପେୟୀ ଜୀଙ୍କ କଥାରୁ ଆରମ୍ଭ କରିବି, ବାଜପେୟୀଜୀ କହିଥିଲେ…..
“ଭାରତ ଭଳି ବୃହତ୍ ଓ ବିବିଧତାପୂର୍ଣ୍ଣ ଗଣତନ୍ତ୍ରରେ ଡିବେଟ ଅର୍ଥାତ୍ ବିତର୍କ, ଡେଲିବେରେସନ ଅର୍ଥାତ୍ ବିଚାର ବିମର୍ଶ ଓ ଡିସ୍କସନ ଅର୍ଥାତ୍ ଆଲୋଚନା ଦ୍ୱାରା ଏଭଳି ନୀତି ପ୍ରଣୟନ କରିହେବ ଯାହା ତୃଣମୂଳସ୍ତରର ବାସ୍ତବତାକୁ ଦୃଷ୍ଟିରେ ରଖି ହୋଇପାରିବ । ଏହି ତିନିଟି କଥା, ନୀତିଗୁଡ଼ିକୁ ପ୍ରଭାବଶାଳୀ ଢଙ୍ଗରେ କାର୍ଯ୍ୟକାରୀ କରିବାରେ ବି ସହାୟତା କରିଥାଏ । ଆନ୍ତଃ-ରାଜ୍ୟ ପରିଷଦ ଏକ ଏଭଳି ମଞ୍ଚ ଯାହାର ଉପଯୋଗ ନୀତିଗୁଡ଼ିକୁ ପ୍ରସ୍ତୁତ କରିବା ଓ ସେସବୁକୁ ଲାଗୁ କରିବା ପାଇଁ, କରାଯାଇ ପାରିବ । ତେଣୁ ଗଣତନ୍ତ୍ର, ସମାଜ ଓ ଆମ ରାଜ୍ୟ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ, ଏହି ମଞ୍ଚର ପ୍ରଭାବଶାଳୀ ଉପଯୋଗ କରାଯିବା ଉଚିତ”।
ନିଶ୍ଚିତ ଭାବେ ଆନ୍ତଃ-ରାଜ୍ୟ ପରିଷଦ, କେନ୍ଦ୍ର-ରାଜ୍ୟ ଓ ଆନ୍ତଃ ରାଜ୍ୟ ସମ୍ପର୍କକୁ ସୁଦୃଢ଼ କରିବାର ସବୁଠୁ ବଡ଼ ମଞ୍ଚ । ଅବଶ୍ୟ 2006 ମସିହା ପରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଏହି ବୈଠକ ହୋଇପାରିନଥିଲା, କିନ୍ତୁ ମୁଁ ଖୁସି ଯେ ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ଜୀ ଏହି ପ୍ରକ୍ରିୟାକୁ ପୁଣି ଥରେ ଆରମ୍ଭ କରିବାର ପ୍ରୟାସ କରିଛନ୍ତି । ଗତ ଏକ ବର୍ଷ ମଧ୍ୟରେ ଦେଶବ୍ୟାପୀ 5 ଟି ଆଂଚଳିକ ପରିଷଦ ବୈଠକ ଡକାଯାଇ ସାରିଛି । ଏହି ଅବସରରେ ବାର୍ତ୍ତା ବିନିମୟ ଓ ସମ୍ପର୍କର ପ୍ରକ୍ରିୟା ବୃଦ୍ଧି ପାଇବାର ଫଳ ହେଉଛି ଆଜି ଆମେ ସମସ୍ତେ ଏଠି ଏକଜୁଟ ହୋଇଛେ ।
କେନ୍ଦ୍ର ଓ ରାଜ୍ୟ ସରକାର କାନ୍ଧରେ କାନ୍ଧ ମିଶାଇ ଚାଲିଲେ ଦେଶର ବିକାଶ ସମ୍ଭବପର ହୋଇପାରିବ । ନିଜ ସାମର୍ଥ୍ୟରେ କୌଣସି ଯୋଜନାକୁ ସଫଳ କରାଇବା ଯେକୌଣସି ସରକାର ପାଇଁ କଷ୍ଟକର ହେବ । ତେଣୁ ଦାୟିତ୍ୱ ସହ ଆର୍ଥିକ ସମ୍ବଳର ବି ନିଜସ୍ୱ ଗୁରୁତ୍ୱ ରହିଛି । ଚତୁର୍ଦ୍ଦଶ ଅର୍ଥ କମିଶନଙ୍କ ସୁପାରିସକୁ ସ୍ୱୀକୃତି ସହ କେନ୍ଦ୍ରୀୟ ଟିକସରେ ରାଜ୍ୟର ଭାଗିଦାରୀ 32 ପ୍ରତିଶତରୁ 42 ପ୍ରତିଶତକୁ ବୃଦ୍ଧି କରାଯାଇଛି । ଅର୍ଥାତ ଏବେ ରାଜ୍ୟଗୁଡ଼ିକ ପାଖରେ ଅଧିକ ରାଶି ଆସୁଛି, ଯାହାର ଉପଯୋଗ ସେମାନେ ନିଜସ୍ୱ ଆବଶ୍ୟକତା ହିସାବରେ କରିପାରିବେ । ମୁଁ ଖୁସିର ସହ ଆପଣମାନଙ୍କୁ କହିବାକୁ ଚାହୁଁଛି ଯେ ଗତବର୍ଷ 2015-16 ମସିହାରେ ରାଜ୍ୟଗୁଡ଼ିକୁ କେନ୍ଦ୍ରରୁ ଯେଉଁ ଅର୍ଥ ମିଳିଥିଲା, ତାହା 2014-15 ମସିହା ତୁଳନାରେ 21 ପ୍ରତିଶତ ଅଧିକ । ସେହିପରି ପଞ୍ଚାୟତ ଓ ସ୍ଥାନୀୟ ସ୍ୱାୟତ୍ତ ପରିଷଦଗୁଡ଼ିକୁ ଚତୁର୍ଦ୍ଦଶ ଅର୍ଥ କମିଶନଙ୍କ ଅବଧିରେ 2.87 ଲକ୍ଷ କୋଟି ଟଙ୍କା ମିଳିବ, ଯାହା ଗତଥର ତୁଳନାରେ ଢ଼େର ଅଧିକ ।
ପ୍ରାକୃତିକ ସମ୍ବଳରେ ହେବାକୁ ଥିବା ଉପାର୍ଜନରେ ବି ରାଜ୍ୟଗୁଡ଼ିକର ଅଧିକାରକୁ ଦୃଷ୍ଟିରେ ରଖାଯାଇଛି । କୋଇଲା ଖଣିର ନିଲାମରେ ରାଜ୍ୟଗୁଡ଼ିକୁ ଆଗାମୀ ବର୍ଷଗୁଡ଼ିକରେ 3.35 ଲକ୍ଷ କୋଟି ଟଙ୍କାର ଅର୍ଥରାଶି ମିଳିବ । କୋଇଲା ବ୍ୟତୀତ ଅନ୍ୟ ଖନନରେ ରାଜ୍ୟଗୁଡ଼ିକୁ 18 ହଜାର କୋଟି ଟଙ୍କାର ଅର୍ଥ ମିଳିବ । ସେହିପରି କାମ୍ପା ଆଇନରେ ପରିବର୍ତ୍ତନ ମାଧ୍ୟମରେ ବ୍ୟାଙ୍କରେ ରଖାଯାଇଥିବା ପ୍ରାୟ 40 ହଜାର କୋଟି ଟଙ୍କାକୁ ବି ରାଜ୍ୟଗୁଡ଼ିକୁ ଦେବାକୁ ପ୍ରୟାସ କରାଯାଉଛି ।
ବ୍ୟବସ୍ଥାରେ ପାରଦର୍ଶିତା ବୃଦ୍ଧି ଯୋଗୁ ଯେଉଁ ଅର୍ଥ ବଳକା ରହିବ, ତାକୁ ବି କେନ୍ଦ୍ର ସରକାର ଆପଣଙ୍କ ସହ ଭାଗିଦାର କରିବାକୁ ଚାହୁଁଛି। ଏକ ଉଦାହରଣ କିରୋସିନିର । ଗାଁଗୁଡ଼ିକରେ ବିଦ୍ୟୁତ ସଂଯୋଗ ବୃଦ୍ଧି ପାଇବାରେ ଲାଗିଛି । ଆଗାମୀ 3 ବର୍ଷ ମଧ୍ୟରେ ସରକାର 5 କୋଟି ନୂଆ ଗ୍ୟାସ ସଂଯୋଗ ଦେବାକୁ ଯାଉଛନ୍ତି । ଏଲପିଜି ଯୋଗାଣ ବି ଅଧିକ ବଢ଼ିବ । ଏହି ପ୍ରୟାସର ସିଧା ପ୍ରଭାବ କିରୋସିନି ଖର୍ଚ୍ଚ ଉପରେ ପଡ଼ିବ । ନିକଟରେ ଚଣ୍ଡିଗଡ଼ ପ୍ରଶାସନ ନିଜର ସହରକୁ କିରୋସିନି ମୁକ୍ତ ଅଂଚଳ ଘୋଷଣା କରିଛନ୍ତି । ଏବେ କେନ୍ଦ୍ର ସରକାର ଏକ ଯୋଜନା ଆରମ୍ଭ କରିଛନ୍ତି ଯାହା ଆଧାରରେ କିରୋସିନିର ଖର୍ଚ୍ଚ ହ୍ରାସ କରିବା, କେନ୍ଦ୍ର ସବସିଡି ଭାବେ ଯେଉଁ ଅର୍ଥ ଖର୍ଚ୍ଚ କରୁଥିଲା, ତା’ର 75 ପ୍ରତିଶତ ରାଜ୍ୟଗୁଡ଼ିକୁ ଅନୁଦାନ ଭାବେ ଦିଆଯିବ । କର୍ଣ୍ଣାଟକ ସରକାର ଏହି ପଦକ୍ଷେପରେ ତତ୍ପରତା ଦେଖାଇ ନିଜର ପ୍ରସ୍ତାବ ପେଟ୍ରୋଲିୟମ ମନ୍ତ୍ରଣାଳୟକୁ ପଠାଇଥିଲେ, ଯାହାକୁ ସ୍ୱୀକାର କରିବା ପରେ ରାଜ୍ୟ ସରକାରଙ୍କୁ ଅନୁଦାନ ପ୍ରଦାନ କରାଯାଇଛି । ଯଦି ସମସ୍ତ ରାଜ୍ୟ କିରୋସିନି ଖର୍ଚ୍ଚକୁ 25 ପ୍ରତିଶତ ହ୍ରାସ କରିବାକୁ ନିଷ୍ପତ୍ତି ନେବେ ଓ ଏହାକୁ କାର୍ଯ୍ୟକାରୀ କରି ଦେଖାଇବେ, ତା’ହେଲେ ଚଳିତବର୍ଷ ସେମାନଙ୍କୁ ପ୍ରାୟ 1600 କୋଟି ଟଙ୍କାର ଅନୁଦାନ ଲାଭ ମିଳିପାରିବ ।
ଆନ୍ତଃ ରାଜ୍ୟ ପରିଷଦ କେନ୍ଦ୍ର-ରାଜ୍ୟ ସମ୍ପର୍କ ସହ ଉକ୍ତ ବିଷୟ ଉପରେ ବି ଚର୍ଚ୍ଚାର ମଞ୍ଚ ଯାହା ଦେଶର ବୃହତ୍ ଜନସଂଖ୍ୟା ସହ ଜଡ଼ିତ । କିଭଳି ନୀତି ନିର୍ଦ୍ଧାରଣର ସ୍ତରରେ ଏହି ପ୍ରସଙ୍ଗକୁ ସମାଧାନ ପାଇଁ ସହମତି କରାଯାଇପାରିବ, ପରସ୍ପର ସହ ଜଡ଼ିତ ବିଷୟକୁ କିଭଳି ସମାଧାନ କରାଯାଇପାରିବ ।
ତେଣୁ ଏଥର ଆନ୍ତଃ ରାଜ୍ୟ ପରିଷଦରେ ପୁଞ୍ଛି କମିଶନଙ୍କ ରିପୋର୍ଟ ସମେତ ଆଉ 3 ଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ଏଜେଣ୍ଡାରେ ରଖାଯାଇଛି ।
ପ୍ରଥମ ହେଉଛି- ‘ଆଧାର’ । ସଂସଦରେ ‘ଆଧାର’ ଆଇନ-2016 ଗୃହୀତ ହୋଇସାରିଛି । ଏହି ଆଇନ ଗୃହୀତ ହେବା ପରେ ଏବେ ଆମକୁ ସବସିଡି ହେଉ ଅବା ପୁଣି ଅନ୍ୟ ସମସ୍ତ ସୁବିଧାକୁ ‘ଡାଇରେକ୍ଟ କେସ୍ ଟ୍ରାନ୍ସଫର’ ପାଇଁ ‘ଆଧାର’ ପ୍ରୟୋଗର ସୁବିଧା ମିଳିଯାଇଛି । 128 କୋଟି ଜନସଂଖ୍ୟା ବିଶିଷ୍ଟ ଆମ ଦେଶରେ ଏପର୍ଯ୍ୟନ୍ତ 102 କୋଟି ଲୋକଙ୍କୁ ଆଧାର କାର୍ଡ ବଣ୍ଟନ କରାଯାଇସାରିଛି । ଅର୍ଥାତ ଏବେ ଦେଶର 79 ପ୍ରତିଶତ ଜନସଂଖ୍ୟା ପାଖରେ ଆଧାର କାର୍ଡ ରହିଛି । ଯଦି ବୟସ୍କଙ୍କ କଥା କହିବା ତା’ହେଲେ ଦେଶର 96 ପ୍ରତିଶତ ନାଗରିକଙ୍କ ପାଖରେ ଆଧାର କାର୍ଡ ଅଛି । ଆପଣମାନଙ୍କ ସମର୍ଥନରେ ଚଳିତବର୍ଷ ଶେଷ ସୁଦ୍ଧା ଆମ ଦେଶର ପ୍ରତ୍ୟେକ ନାଗରିକଙ୍କୁ ଆଧାର କାର୍ଡ ସହ ଯୋଡ଼ି ପାରିବୁ ।
ବର୍ତ୍ତମାନ ସମୟରେ ସାଧାରଣ ଦେଖାଯାଉଥିବା ଆଧାର କାର୍ଡ, ଲୋକଙ୍କ ସଶକ୍ତିକରଣର ପ୍ରତୀକ ପାଲଟିଯାଇଛି । ସରକାରୀ ସହାୟତା ଅବା ସବସିଡି ଉପରେ ଯେଉଁ ବ୍ୟକ୍ତିର ଅଧିକାର ଅଛି, ଏବେ ସେମାନଙ୍କୁ ହିଁ ଏହାର ଫାଇଦା ମିଳିଛି, ଟଙ୍କା ସିଧାସଳଖ ସେମାନଙ୍କ ଏକାଉଣ୍ଟକୁ ଯାଉଛି । ଏଥିରେ ପାରଦର୍ଶିତା ଆସିବା ସହ ହଜାର ହଜାର କୋଟି ଟଙ୍କା ସଞ୍ଚୟ ହେଉଛି, ଯାହାକୁ ବିକାଶର କାର୍ଯ୍ୟରେ ଖର୍ଚ୍ଚ କରାଯାଉଛି ।
ବନ୍ଧୁଗଣ, ବାବା ସାହେବ ଆମ୍ବେଦକର ଲେଖିଥିଲେ କି – “ଭାରତ ଭଳି ଦେଶରେ ସାମାଜିକ ସଂସ୍କାର ମାର୍ଗ ସେତିକି କଷ୍ଟକର, ସେତିକି ପ୍ରତିବନ୍ଧକଭରା, ଯେତିକି ସ୍ୱର୍ଗକୁ ଯିବାର ମାର୍ଗ । ଯେତେବେଳେ ଆପଣ ସାମାଜିକ ସୁଧାର କଥା ଚିନ୍ତା କରିବେ, ସେତେବେଳେ ଆପଣଙ୍କୁ ବନ୍ଧୁ କମ୍, ସମାଲୋଚକ ଅଧିକ ମିଳିଥାନ୍ତି”।
ଆଜି ବି ତାଙ୍କର ଲିଖିତ କଥା, ସେତିକି ପ୍ରାସଙ୍ଗିକ ରହିଛି । ତେଣୁ ସମାଲୋଚନାରୁ ଦୂରେଇ ରହି, ଆମେ ପରସ୍ପରର ସହଯୋଗ କରି, ସାମାଜିକ ସୁଧାରର ଯୋଜନାଗୁଡ଼ିକୁ ଆଗେଇ ନେବା ଉପରେ ଗୁରୁତ୍ୱ ଦେବାକୁ ପଡ଼ିବ । ଏଥିରୁ ଅନେକ ଯୋଜନାର ରୂପରେଖ, ନୀତି ଆୟୋଗର ସହାୟତାରେ ମୁଖ୍ୟମନ୍ତ୍ରୀମାନଙ୍କର ସବ୍-ଗ୍ରୁଫ୍ ହିଁ ପ୍ରସ୍ତୁତ କରିଛି ।
ଆନ୍ତଃ-ରାଜ୍ୟ ପରିଷଦରେ ଆଉ ଯେଉଁ ଗୁରୁତ୍ୱପୂର୍ଣ୍ଣ ବିଷୟ ଆଲୋଚନା ହେବ, ତାହା ହେଉଛି ଶିକ୍ଷା । ଭାରତର ସବୁଠାରୁ ବଡ଼ ଶକ୍ତି ହେଉଛନ୍ତି ଆମର ଯୁବବର୍ଗ । 30 କୋଟିରୁ ଅଧିକ ପିଲା ଏବେ ସ୍କୁଲ ଯିବା ବୟସରେ । ତେଣୁ ଆମର ଦେଶରେ ଆଗାମୀ କିଛି ବର୍ଷ ପର୍ଯ୍ୟନ୍ତ ବିଶ୍ୱକୁ ଦକ୍ଷ ମାନବସମ୍ବଳ ଦେବାର କ୍ଷମତା ରହିଛି । କେନ୍ଦ୍ର ଓ ରାଜ୍ୟଙ୍କୁ ମିଳିତ ଭାବେ ପିଲାଙ୍କୁ ଶିକ୍ଷାର ଏଭଳି ପରିବେଶ ଦେବାକୁ ପଡ଼ିବ ଯେଉଁଥିରେ ସେମାନେ ବର୍ତ୍ତମାନର ଆବଶ୍ୟକତାକୁ ଦୃଷ୍ଟିରେ ରଖି ନିଜକୁ ପ୍ରସ୍ତୁତ କରିପାରିବେ, ନିଜର ପ୍ରତିଭାର ବିକାଶ କରିପାରିବେ ।
ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଜୀଙ୍କ ଶବ୍ଦରେ “ଶିକ୍ଷା ଏକ ନିବେଶ । ଆମେ ଗଛଲତା ଲଗାଇବା ସମୟରେ ସେମାନଙ୍କଠାରୁ କୌଣସି ଫିସ୍ ନେଇ ନଥାଉ । ଆମେ ଜାଣିଥାଉ ଯେ ଏହି ଗଛଲତା ଭବିଷ୍ୟତରେ ଆମକୁ ଅମ୍ଳଜାନ ଦେବେ, ପରିବେଶର ସହାୟତା କରିବେ । ସେହିପରି ଶିକ୍ଷା ବି ଏକ ନିବେଶ ଯାହାର ଲାଭ ସମାଜକୁ ମିଳିଥାଏ ।
ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜୀ ଏହି କଥା 1965 ମସିହାରେ କହିଥିଲେ । ସେବେଠାରୁ ଆଜି ପର୍ଯ୍ୟନ୍ତ ଆମେ ଶିକ୍ଷା ଦୃଷ୍ଟିରୁ ବହୁତ ଲମ୍ବା ଯାତ୍ରା କରିସାରିଲେଣି । କିନ୍ତୁ ଏବେବି ଶିକ୍ଷାର ସ୍ତରକୁ ନେଇ ଅନେକ କିଛି କରିବା ବାକି ଅଛି । ଆମର ଶିକ୍ଷା ବ୍ୟବସ୍ଥାରେ ପିଲା ବାସ୍ତବରେ କେତେ ଶିକ୍ଷିତ ହେଉଛି, ତାକୁ ବି ଆମର ଆଲୋଚନାରେ ଆଣିବାକୁ ପଡ଼ିବ ।
ତେଣୁ ପିଲାଙ୍କ ମଧ୍ୟରେ ଶିକ୍ଷାର ସ୍ତର ସୁଧାରିବାର ସବୁଠାରୁ ବଡ଼ କୌଶଳ ହେଉଛି ସେମାନଙ୍କୁ ଶିକ୍ଷାର ଉଦ୍ଦେଶ୍ୟ ବି ଅବଗତ କରିବାକୁ ପଡ଼ିବ । କେବଳ ସ୍କୁଲ ଯିବା – ପାଠପଢ଼ା ନୁହେଁ । ପାଠପଢ଼ା ଏଭଳି ହେବା ଉଚିତ୍, ଯାହା ପିଲାଙ୍କୁ ପ୍ରଶ୍ନ କରିବା ଶିଖାଏ, ସେମାନଙ୍କୁ ଜ୍ଞାନ ହାସଲ କରିବା ଓ ଜ୍ଞାନ ବୃଦ୍ଧି କରିବା ଶିଖାଇଥାଏ, ଯାହା ଜୀବନର ପ୍ରତ୍ୟେକ ମୁହୂର୍ତ୍ତରେ ସେମାନଙ୍କୁ କିଛି ନା କିଛି ଶିଖିବାକୁ ପ୍ରୋତ୍ସାହିତ କରିଥାଏ ।
ସ୍ୱାମୀ ବିବେକାନନ୍ଦ ବି କହିଥିଲେ ଯେ ଶିକ୍ଷାର ଅର୍ଥ କେବଳ ପୁସ୍ତକ ଜ୍ଞାନ ପାଇବା ନୁହେଁ । ଶିକ୍ଷାର ଉଦ୍ଦେଶ୍ୟ ଚରିତ୍ରର ନିର୍ମାଣ, ଶିକ୍ଷାର ଅର୍ଥ ମସ୍ତିଷ୍କୁ ସୁଦୃଢ଼ କରିବା, ନିଜର ବୌଦ୍ଧିକ ଶକ୍ତିର ବିକାଶ, ଯାହାଫଳରେ ନିଜ ଗୋଡ଼ରେ ଛିଡ଼ା ହୋଇପାରିବା ।
ଏକବିଂଶ ଶତାବ୍ଦୀର ଅର୍ଥବ୍ୟବସ୍ଥାରେ, ଯେଉଁଭଳି କୌଶଳ ଓ ଯୋଗ୍ୟତାର ଆବଶ୍ୟକତା ରହିଛି, ସେଥିରେ ଆମ ସମସ୍ତଙ୍କ ଦାୟିତ୍ୱ ହେଉଛି ଯୁବବର୍ଗଙ୍କ ପାଖରେ କିଛି ନା କିଛି ଦକ୍ଷତା ନିଶ୍ଚିତ ରହୁ । ଆମେ ଯୁବବର୍ଗଙ୍କୁ ଏଭଳି କରିବାକୁ ପଡ଼ିବ କି ସେମାନେ ଯୁକ୍ତିସଙ୍ଗତ ଚିନ୍ତା କରିବେ, “ଆଉଟ୍ ଅଫ୍ ବକ୍ସ” ଚିନ୍ତା କରିବେ ଓ ନିଜର କାମରେ ସୃଜନଶୀଳତା ଦେଖାଇବେ ।
ଆଜିର ଏଜେଣ୍ଡାରେ ଆଉ ଯେଉଁ ଏକ ମହତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ହେବାର ଅଛି, ତାହା ହେଉଛି ଆଭ୍ୟନ୍ତରୀଣ ସୁରକ୍ଷା । ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ କିଭଳି ଚାଲେଞ୍ଜ ରହିଛି, ଉକ୍ତ ଚାଲେଞ୍ଜକୁ କିଭଳି ମୁକାବିଲା କରିପାରିବା, କିଭଳି ପରସ୍ପରକୁ ସହଯୋଗ କରିବା, ତାହା ଉପରେ ଆଲୋଚନା ହେବ । ଦେଶର ଆଭ୍ୟନ୍ତରୀଣ ସୁରକ୍ଷାକୁ ସେପର୍ଯ୍ୟନ୍ତ ସୁଦୃଢ଼ କରିପାରିବା ନାହିଁ, ଯେପର୍ଯ୍ୟନ୍ତ ଗୁଇନ୍ଦା ତଥ୍ୟ ଆଦାନପ୍ରଦାନ ଉପରେ ଧ୍ୟାନକେନ୍ଦ୍ରିତ ନହୋଇଛି, ଏଜେନ୍ସୀଗୁଡ଼ିକ ମଧ୍ୟରେ ଅଧିକ ସମନ୍ୱୟ ନରହିଛି, ଆମର ପୁଲିସ ଆଧୁନିକ ଚିନ୍ତା ଓ ଜ୍ଞାନକୌଶଳଯୁକ୍ତ ନହୋଇଛି । ଆମେ ଏ କ୍ଷେତ୍ରରେ ଲମ୍ବା ମାର୍ଗ ଅତିକ୍ରମ କରିସାରିଲେଣି କିନ୍ତୁ ଆମକୁ କ୍ରମାଗତ ନିଜର କାର୍ଯ୍ୟ-କୁଶଳତା ଓ କ୍ଷମତାକୁ ବୃଦ୍ଧି କରି ଚାଲିବାକୁ ହେବ । ଆମକୁ ପ୍ରତ୍ୟେକ ସମୟରେ ସତର୍କ ଓ ସତେଜ ରହିବାକୁ ପଡ଼ିବ ।
ଆନ୍ତଃ-ରାଜ୍ୟ ପରିଷଦର ବୈଠକ ଅଧିକ ଉନ୍ମୁକ୍ତ ପରିବେଶରେ, ଅତ୍ୟନ୍ତ ସ୍ପଷ୍ଟ ଭାବେ ପରସ୍ପରର ବିଚାର ଶୁଣିବା ଓ ଆଦାନପ୍ରଦାନ କରିବାର ସୁଯୋଗ ଦେଇଥାଏ । ମୁଁ ଆଶା କରୁଛି ଆପଣମାନେ ଏଜେଣ୍ଡାର ସବୁ ବିଷୟରେ ଖୋଲାଖୋଲି ନିଜର ରାୟ ଦେବେ, ନିଜର ପରାମର୍ଶ ଦେବେ । ଆପଣମାନଙ୍କ ପରାମର୍ଶ ବହୁତ ମୂଲ୍ୟବାନ ହେବ ।
ଯେତିକି ଆମେ ଏସବୁ ଗୁରୁତ୍ୱପୂର୍ଣ୍ଣ ବିଷୟରେ ସହମତ ହେବାରେ ସଫଳ ହେବା, ସେତିକି ସମସ୍ୟାକୁ ଅତିକ୍ରମ କରିବା ସହଜ ହେବ । ଏହି ପ୍ରକ୍ରିୟାରେ ଆମେ ନା କେବଳ ସଂଘୀୟ ଭାଗିଦାରୀର ଭାବନା ଓ କେନ୍ଦ୍ର-ରାଜ୍ୟ ସମ୍ପର୍କକୁ ସୁଦୃଢ଼ କରିବା ବରଂ ଦେଶର ନାଗରିକଙ୍କ ଉଜ୍ୱଳ ଭବିଷ୍ୟତକୁ ବି ସୁନିଶ୍ଚିତ କରିବା ।
जनता के हितों पर बात करने के लिए,मुश्किलों के निपटारे के लिए,मिलकर फैसला लेने के लिए Cooperative Federalism का यह मंच बेहतरीन उदाहरण है: PM
— PMO India (@PMOIndia) July 16, 2016
वाजपेयी जी ने कहा था “भारत जैसे लोकतंत्र में Debate,Deliberation,Discussion से ही नीतियां बन सकती हैं जो जमीनी सच्चाई का ध्यान रखती हों": PM
— PMO India (@PMOIndia) July 16, 2016
इंटर स्टेट काउंसिल एक ऐसा मंच है जिसका इस्तेमाल नीतियों को बनाने और उन्हें लागू करने में किया जा सकता है: PM Modi
— PMO India (@PMOIndia) July 16, 2016
2006 के बाद ये बैठक नहीं हो पाई, लेकिन मुझे खुशी है कि गृहमंत्री राजनाथ सिंह जी ने इस प्रक्रिया को फिर से शुरू करने का प्रयास किया: PM Modi
— PMO India (@PMOIndia) July 16, 2016
पिछले एक साल में वे देश भर की पाँच आंचलिक परिषदों की बैठक बुला चुके हैं। इसका ही नतीजा है कि आज हम सभी यहां इकट्ठा हुए हैं: PM Modi
— PMO India (@PMOIndia) July 16, 2016
देश का विकास तभी संभव है जब केंद्र और राज्य सरकारें कंधे से कंधा मिलाकर चलें: PM Modi
— PMO India (@PMOIndia) July 16, 2016
मुझे खुशी है कि पिछले वर्ष 2015-16 में राज्यों को केंद्र से जो रकम मिली है, वो वर्ष 2014-15 की तुलना में 21 प्रतिशत अधिक है: PM Modi
— PMO India (@PMOIndia) July 16, 2016
पंचायतों और स्थानीय निकायों को 14वें वित्त आयोग की अवधि में 2 लाख 87 हजार करोड़ रुपए की रकम मिलेगी जो पिछली बार से काफी अधिक है: PM Modi
— PMO India (@PMOIndia) July 16, 2016
CAMPA कानून में बदलाव के जरिए बैंक में रखे हुए करीब 40 हजार करोड़ रुपए को भी राज्यों को देने का प्रयास किया जा रहा है: PM
— PMO India (@PMOIndia) July 16, 2016
डॉ अम्बेडकर ने कहा था कि सामाजिक सुधार का मार्ग, स्वर्ग जाने जितना मुश्किल है। सामाजिक सुधार की राह में दोस्त कम, आलोचक ज्यादा मिलते हैं: PM
— PMO India (@PMOIndia) July 16, 2016
भारत की ताकत हमारे नौजवान हैं। 30 करोड़ से अधिक बच्चे स्कूल जाने की उम्र में हैं। हमारे पास दुनिया को स्किल्ड मैनपावर देने की क्षमता है: PM
— PMO India (@PMOIndia) July 16, 2016
केंद्र और राज्यों को मिलकर बच्चों को शिक्षा का ऐसा माहौल देना होगा जिसमें वे आज की जरूरत के हिसाब से अपने हुनर का विकास कर सकें: PM Modi
— PMO India (@PMOIndia) July 16, 2016
स्वामी विवेकानंद कहते थे कि शिक्षा का मकसद है चरित्र का निर्माण, अपनी बौद्धिक शक्ति को बढ़ाना, ताकि खुद के पैरों पर खड़ा हुआ जा सके: PM
— PMO India (@PMOIndia) July 16, 2016
देश की आंतरिक सुरक्षा के लिए चुनौतियों और उनसे कैसे निपट सकते हैं, कैसे एक दूसरे का सहयोग कर सकते हैं, इस पर आज चर्चा होनी है: PM Modi
— PMO India (@PMOIndia) July 16, 2016
आंतरिक सुरक्षा को तब तक मजबूत नहीं किया जा सकता, जब तक इंटेलिजेंस शेयरिंग पर फोकस ना हो। हमें हर समय अलर्ट और अपडेटेड रहना है: PM
— PMO India (@PMOIndia) July 16, 2016
आपसी विमर्श से हम न सिर्फ केंद्र-राज्य रिश्तों को मजबूत करेंगे बल्कि देश के नागरिकों के बेहतर भविष्य को भी सुनिश्चित करेंगे: PM Modi
— PMO India (@PMOIndia) July 16, 2016
Some photos from today's Inter State Council meeting. pic.twitter.com/kP8mdXSwq7
— PMO India (@PMOIndia) July 16, 2016