Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଆନ୍ତର୍ଜାତିକ ଧାନ ଗବେଷଣା ସଂସ୍ଥାନ, ମହାବୀର ଫିଲିପାଇନ୍ସ ଫାଉଣ୍ଡେସନ ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ

ଆନ୍ତର୍ଜାତିକ ଧାନ ଗବେଷଣା ସଂସ୍ଥାନ, ମହାବୀର ଫିଲିପାଇନ୍ସ ଫାଉଣ୍ଡେସନ ପରିଦର୍ଶନ 
କଲେ ପ୍ରଧାନମନ୍ତ୍ରୀ

ଆନ୍ତର୍ଜାତିକ ଧାନ ଗବେଷଣା ସଂସ୍ଥାନ, ମହାବୀର ଫିଲିପାଇନ୍ସ ଫାଉଣ୍ଡେସନ ପରିଦର୍ଶନ 
କଲେ ପ୍ରଧାନମନ୍ତ୍ରୀ

ଆନ୍ତର୍ଜାତିକ ଧାନ ଗବେଷଣା ସଂସ୍ଥାନ, ମହାବୀର ଫିଲିପାଇନ୍ସ ଫାଉଣ୍ଡେସନ ପରିଦର୍ଶନ 
କଲେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଫିଲିପାଇନ୍ସର ଲସ ବାନୋସଠାରେ ଥିବା ଅନ୍ତର୍ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ (IRRI) ପରିଦର୍ଶନ କରିଥିଲେ । ଆଇଆରଆରଆଇ ଏକ ପ୍ରମୁଖ ଆନ୍ତର୍ଜାତିକ ଗବେଷଣା ପ୍ରତିଷ୍ଠାନ, ଯାହା ଧାନ ଗବେଷଣା ମାଧ୍ୟମରେ ଦାରିଦ୍ର୍ୟ ଏବଂ କ୍ଷୁଧା ଦୂରୀକରଣ; ଧାନ ଚାଷୀ ଏବଂ ଉପଭୋକ୍ତାଙ୍କ ସ୍ୱାସ୍ଥ୍ୟର ଉନ୍ନତି ତଥା କଲ୍ୟାଣ; ଏବଂ ପରବର୍ତ୍ତି ପିଢ଼ି ପାଇଁ ଧାନ ଚାଷ/ଫସଲ ପରିବେଶର ସୁରକ୍ଷା କରିବା ପ୍ରତି ସମର୍ପିତ ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ଏକ ଫଟୋ ପ୍ରଦର୍ଶନୀ ବୁଲି ଦେଖିଥିଲେ । ଏହି ପ୍ରଦର୍ଶନୀରେ ବନ୍ୟା-ସହନ ଧାନ କିସମ; ମରୁଡ଼ି-ସହନ ଧାନ କିସମ; ଲବଣ-ସହନ ଧାନ କିସମ ଏବଂ ମହିଳା କୃଷି ସମବାୟ ସମିତିମାନଙ୍କ ସହ ଆଇଆରଆରଆଇର କାର୍ଯ୍ୟ-ସମ୍ପର୍କ ସ୍ଥାନ ପାଇଛି ।

ଜଳପ୍ଲାବନ ସହିଷ୍ଣୁ ଧାନ କିସମ ପାଇଁ ଏକ ନୂତନ ଭୂମିକୁ ପ୍ରଧାନମନ୍ତ୍ରୀ ପ୍ରତିକାତ୍ମକ ଭାବେ କାର୍ଯ୍ୟାରମ୍ଭ କରିଥିଲେ । ଶ୍ରୀ ନରେନ୍ଦ୍ର ମୋଦୀ ସହନଶୀଳ ଧାନ କ୍ଷେତ ଗବେଷଣାଗାରକୁ ମଧ୍ୟ ଫଳକ ଉନ୍ମୋଚନ ପୂର୍ବକ ଉଦ୍ଘାଟନ କରିଥିଲେ । ସେ ଏହି ଅବସରରେ ଦୁଇଟି ଭାରତୀୟ କିସମର ଧାନ ବିହନ ଆଇଆରଆରଆଇ ଜିନ ବ୍ୟାଙ୍କକୁ ପ୍ରଦାନ କରିଥିଲେ ।

ପରିଦର୍ଶନ ସମୟରେ ପ୍ରଧାନମନ୍ତ୍ରୀ ଆଇଆରଆରଆଇରେ କାର୍ଯ୍ୟରତ ବହୁ ଭାରତୀୟ ବୈଜ୍ଞାନିକଙ୍କ ସହ ଆଲୋଚନା କରିଥିଲେ ।

ପ୍ରଧାନମନ୍ତ୍ରୀ ମଧ୍ୟ ମାନିଲାସ୍ଥିତ ମହାବୀର ଫିଲିପାଇନ ପ୍ରତିଷ୍ଠାନ ପରିଦର୍ଶନ କରିଥିଲେ । ଏହା ଭାରତ ଏବଂ ଫିଲିପାଇନ୍ସ ମଧ୍ୟରେ ଏକ ଦୀର୍ଘକାଳୀନ ମାନବୀୟ ସହଯୋଗ କାର୍ଯ୍ୟକ୍ରମ । ଏହାକୁ ଜଣେ ଭାରତୀୟ ବଂଶୋଦ୍ଭବ ମାନିଲା ମେୟର ଡ. ରମଣ ବଗତସିଂ ପ୍ରତିଷ୍ଠା କରିଥିଲେ । ଏହି ପ୍ରତିଷ୍ଠାନ ମହାବୀର ବିକଳାଙ୍ଗ ସହାୟତା ସମିତିର ସହଭାଗୀତାରେ ଅଙ୍ଗହାନି କଷ୍ଟ ଭୋଗୁଥିବା ଲୋକମାନଙ୍କ ଠାରେ ସଫଳତାପୂର୍ବକ ଜୟପୁର ପାଦ (Jaipur Foot) ଖଞ୍ଜିବାରେ ସଫଳ ହୋଇଛି । ଜୟପୁର ପାଦ ଦ୍ୱାରା ଉପକୃତ ହୋଇଥିବା ଲୋକମାନଙ୍କ ସହିତ ପ୍ରଧାନମନ୍ତ୍ରୀ ମତ ବିନିମୟ କରିଥିଲେ ।

**********