Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଆନ୍ତର୍ଜାତୀୟ ବୀମା ସୁପରଭାଇଜର୍ସ (IAIS)କୁ ବହୁପାକ୍ଷିକ ବୁଝମଣାପତ୍ରର ଏକ ସ୍ୱାକ୍ଷରକାରୀ ଭାବେ ଗ୍ରହଣ କରାଯିବା ପ୍ରସ୍ତାବକୁ କ୍ୟାବିନେଟ ମୋହର


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଆଜି ବହୁପାକ୍ଷିକ ବୁଝାମଣାପତ୍ରରେ ଆନ୍ତର୍ଜାତୀୟ ବୀମା ସୁପରଭାଇଜର୍ସକୁ ଏକ କାର୍ଯ୍ୟ-ପରବର୍ତ୍ତୀ ସ୍ୱାକ୍ଷରକାରୀ ଭାବେ ଗ୍ରହଣ କରିବା ନିମନ୍ତେ ଥିବା ପ୍ରସ୍ତାବକୁ ଅନୁମୋଦନ ମିଳିଛି ।

IAIS ଏକ ଆନ୍ତର୍ଜାତୀୟ ବୀମା ସୁପରଭାଇଜର ସଂଗଠନ ଯାହା ବୀମା ସୁପରଭାଇଜରମାନଙ୍କ ମଧ୍ୟରେ ସହଯୋଗ ଓ ସମନ୍ୱୟ ରକ୍ଷା କରିବା ସହ ଆବଶ୍ୟକ ସୂଚନା ଆଦାନ ପ୍ରଦାନ କରିଥାଏ । IAISର ବହୁପାକ୍ଷିକ ବୁଝାମଣାପତ୍ର ସ୍ୱାକ୍ଷରକାରୀମାନଙ୍କର ଏପରି ଏକ ବିବୃତ୍ତି ଯାହା ସଦସ୍ୟ ମାନଙ୍କ ମଧ୍ୟରେ ସୂଚନା ଆଦାନପ୍ରଦାନ ନିମନ୍ତେ ପ୍ରତିବଦ୍ଧତା ପ୍ରକଟ କରିଥାଏ । ପୁଣି ସେସବୁ ସୂଚନା ବିନିମୟର ବିଧି ଓ ପ୍ରାବଧାନ ସେଥିରେ ସାମିଲ ରହିଛି । ବିଶ୍ୱ ଆର୍ଥିକ ବଜାରର ଏକୀକରଣ ଏବଂ ଅଧିକରୁ ଅଧିକ ସଂଖ୍ୟକ ବୀମା କମ୍ପାନୀମାନେ ବଜାରରେ ପ୍ରବେଶ କରିଥିବା ହେତୁ ବହୁପାକ୍ଷିକ ବୁଝାମଣାପତ୍ର ସ୍ୱାକ୍ଷରର ଯଥେଷ୍ଟ ଆବଶ୍ୟକତା ଅନୁଭୂତ ହୋଇଛି । ଏହି ପୃଷ୍ଠଭୂମୀରେ IRDAI ଇତି ମଧ୍ୟରେ IAISର ଏକ ସ୍ୱାକ୍ଷରକାରୀ ସଦସ୍ୟ ହୋଇଛି । ଅର୍ଥ ଠକେଇ ଓ ଆର୍ଥିକ ଆତଙ୍କବାଦକୁ ରୋକିବା ଦିଗରେ ଏହା ସହାୟକ ହେବ ।

****