Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଆନ୍ଧ୍ରପ୍ରଦେଶରେ କେନ୍ଦ୍ରୀୟ ଜନଜାତି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଲାଗି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଆଇନ, 2009ରେ ସଂଶୋଧନକୁ କ୍ୟାବିନେଟ ଅନୁମୋଦନ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଆନ୍ଧ୍ରପ୍ରଦେଶରେ କେନ୍ଦ୍ରୀୟ ଜନଜାତି ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ଆନ୍ଧ୍ରପ୍ରଦେଶ ପୁନର୍ଗଠନ ଆଇନ, 2014 (2014 ନଭେମ୍ବର 6 ତାରିଖ)ର ଅନୁସୂଚୀରେ ନିର୍ଦ୍ଧାରିତ ବ୍ୟବସ୍ଥା ଅନୁଯାୟୀ, “କେନ୍ଦ୍ର ଜନଜାତି ବିଶ୍ୱବିଦ୍ୟାଳୟ, ଆନ୍ଧ୍ରପ୍ରଦେଶ”ର ପ୍ରତିଷ୍ଠା ବିଜୟନଗରମ ଜିଲ୍ଲାର ରେଲ୍ଲୀ(Relli) ଗ୍ରାମରେ କରାଯିବ । କେନ୍ଦ୍ର ଜନଜାତି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାର ପ୍ରଥମ ପର୍ଯ୍ୟାୟ ବ୍ୟୟ ଲାଗି 420 କୋଟି ଟଙ୍କାର ଅର୍ଥରାଶି ମଞ୍ଜୁର କରାଯାଇଛି ।

**********