Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଆନ୍ଧ୍ର ପ୍ରଦେଶ ଏନଆଇଟିରେ ଗୋଟିଏ ନିର୍ଦ୍ଦେଶକ ଓ 3ଟି ଅଣଶିକ୍ଷକ ପଦବୀ ସୃଷ୍ଟିକୁ ମଞ୍ଜୁରି


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଆନ୍ଧ୍ର ପ୍ରଦେଶର ନେସନାଲ ଇନଷ୍ଟିଟ୍ୟୁଟ ଅଫ ଟେକ୍ନୋଲଜି (ଏନଆଇଟି)ରେ ଗୋଟିଏ ନିର୍ଦ୍ଦେଶକ ଓ 3ଟି ଅଣଶିକ୍ଷକ ପଦବୀ ସୃଷ୍ଟିକୁ ମଞ୍ଜୁରି ମିଳିଛି । ନିର୍ଦ୍ଦେଶକ ପଦବୀ ପାଇଁ 75ହଜାର ଟଙ୍କା ମୂଳ ଦରମା ଓ 5 ହଜାର ଟଙ୍କାର ସ୍ୱତନ୍ତ୍ର ଭତ୍ତା ଏବଂ 3ଟି ଅଣଶିକ୍ଷକ ପଦବୀ (ରେଜିଷ୍ଟ୍ରାର, ଲାଇବ୍ରେରିଆନ ଓ ଷ୍ଟୁଡେଣ୍ଟସ ଏକ୍ଟିଭିଟି ଏଣ୍ଡ ସ୍ପୋଟର୍ସ ଅଫିସର)ଙ୍କ ପାଇଁ 10ହଜାର ଟଙ୍କାର ଗ୍ରେଡ୍-ପେ କୁ ଅନୁମୋଦନ କରାଯାଇଛି ।

ଇଞ୍ଜିନିୟରିଂ ଓ ଟେକ୍ନୋଲଜି କ୍ଷେତ୍ରରେ ଜାତୀୟସ୍ତରରେ ଉତ୍ତମ ଶିକ୍ଷା ପ୍ରତିଷ୍ଠାନ ଭାବେ ଏନଆଇଟି ପରିଚିତ ଓ ଏଠାରେ ଉଚ୍ଚମାନର ବୈଷୟିକ ଶିକ୍ଷା ପ୍ରଦାନ କରାଯାଏ । ଏହି ସବୁ ନୂଆ ପଦବୀ ଆନ୍ଧ୍ରପ୍ରଦେଶର ଏନଆଇଟି ପରିଚାଳନା ପାଇଁ ଉତ୍ତରଦାୟୀ ରହିବେ । ଏହି ଏନଆଇଟି ଉଚ୍ଚମାନର, ବୈଷୟିକ ମାନବସମ୍ବଳ, ଉଦ୍ୟୋଗୀ ଓ ସମଗ୍ର ଦେଶରେ ନିଯୁକ୍ତି ସୁଯୋଗ ସୃଷ୍ଟି କରାଇବ ।

2014 ମାର୍ଚ୍ଚ 1 ତାରିଖରେ ରାଷ୍ଟ୍ରପତିଙ୍କ ଅନୁମୋଦନ କ୍ରମେ ଆନ୍ଧ୍ର ପ୍ରଦେଶର ବିଭାଜନ ହୋଇଥିଲା ଓ ଆନ୍ଧ୍ର ପ୍ରଦେଶ ପୁର୍ନଗଠନ ଆଇନ-2014ର ଅନୁଚ୍ଛେଦ 13(ଶିକ୍ଷା) ଆଧାରରେ ଆନ୍ଧ୍ର ପ୍ରଦେଶରେ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଅଧିନରେ ଏକ ଏନଆଇଟି ସ୍ଥାପନ କରାଯାଇଛି ।

*****