Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଆନ୍ଧ୍ର ପ୍ରଦେଶ ଓ ତେଲଙ୍ଗାନା ପାଇଁ କେନ୍ଦ୍ରୀୟ OBC ତାଲିକା ସଂଶୋଧନ ପ୍ରସ୍ତାବକୁ କେବିନେଟ ମଞ୍ଜୁରି


କେନ୍ଦ୍ରୀୟ ତାଲିକାରେ ଥିବା ଅନ୍ୟାନ୍ୟ ପଛୁଆ ବର୍ଗ (OBC) ତାଲିକାରେ ହୋଇଥିବା ସଂଶୋଧନକୁ ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗାନାରେ ଲାଗୁ କରାଯିବା ପାଇଁ ଥିବା ପ୍ରସ୍ତାବକୁ କେନ୍ଦ୍ର କେବିନେଟ ସ୍ୱୀକୃତି ପ୍ରଦାନ କରିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବୁଧବାର (03.08.2016) ଅନୁଷ୍ଠିତ କେବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହାଦ୍ୱାରା ପଛୁଆ ବର୍ଗ ସଂକ୍ରାନ୍ତ ଜାତୀୟ କମିଶନଙ୍କ ସୁପାରିଶ ଅନୁସାରେ ଆନ୍ଧ୍ରପ୍ରଦେଶ ଏବଂ ନବଗଠିତ ତେଲଙ୍ଗାନା ରାଜ୍ୟର କେନ୍ଦ୍ରୀୟ OBC ତାଲିକାରେ ଥିବା ବିଭିନ୍ନ ଜାତି/ବର୍ଗଙ୍କ ସାମିଲ/ସଂଶୋଧନ/କାଟ ଜନିତ ସଂଶୋଧନ କରାଯିବାକୁ ସ୍ଥିର ହୋଇଛି । NCBC ଆନ୍ଧ୍ରପ୍ରଦେଶ ପାଇଁ 35ଟି ଏବଂ ତେଲଙ୍ଗାନା ପାଇଁ 86 ଟି OBC ସମ୍ପ୍ରଦାୟକୁ ନୂତନ ଭାବେ ସାମିଲ କରିବାକୁ ପ୍ରସ୍ତାବ ଦେଇଥିଲେ । ଏହାଦ୍ୱାରା ସଂପୃକ୍ତ ଦୁଇ ରାଜ୍ୟର ଏହି ସବୁ ଜାତି/ବର୍ଗର ଲୋକମାନେ ସରକାରୀ ସଂରକ୍ଷଣ ସୁବିଧାସୁଯୋଗ ପାଇବା ସହ କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନରେ ବର୍ତ୍ତମାନର ନିୟମାନୁସାରେ ସେବା ଓ ପଦବୀ ତଥା ବୃତ୍ତି ଓ କଲ୍ୟାଣଯୋଜନା ଆଦିର ସୁଯୋଗ ହାସଲ କରିପାରିବେ ।

****