Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଆନ୍ଧ୍ର ପ୍ରଦେଶ, ପଶ୍ଚିମବଙ୍ଗ, ମହରାଷ୍ଟ୍ରରେ ନୂଆ ଏମ୍ସ ପାଇଁ ତିନୋଟି ନିର୍ଦ୍ଦେଶକ ପଦ ସୃଷ୍ଟି ପ୍ରସ୍ତାବକୁ କ୍ୟାବିନେଟର ଅନୁମୋଦନ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ନିକଟବର୍ତ୍ତୀ ମଙ୍ଗଳଗିରି, ପଶ୍ଚିମବଙ୍ଗର କଲ୍ୟାଣୀ ଏବଂ ମହାରାଷ୍ଟ୍ରର ନାଗପୁରଠାରେ ଖୋଲିଥିବା ତିନୋଟି ନୂଆ ଏମ୍ସରେ ତିନୋଟି ନୂତନ ନିର୍ଦ୍ଦେଶକ ପଦବୀ ସୃଷ୍ଟି କରିବା ପ୍ରସ୍ତାବକୁ ଅନୁମୋଦନ ମିଳିଛି । 80 ହଜାର ଟଙ୍କାର ପ୍ରି-ରିଭାଇଜ୍ ସ୍କେଲ୍(ଫିକ୍ସ) (85000 ଟଙ୍କାର ଏନପିଏ ସିଲିଂ ସୀମା) ସହିତ ଏହି ପଦବୀ ସୃଷ୍ଟି କରାଯିବ । ଏମ୍ସ ଆଇନ 1956 ସଂଶୋଧିତ ଏମ୍ସ (ସଂଶୋଧନ) ଆଇନ, 2012 ଅନୁଯାୟୀ ସଂସ୍ଥାନର ଜଣେ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରହିବେ । ସେ ସଂସ୍ଥାନର ନିର୍ଦ୍ଦେଶକ ମାନ୍ୟତା ପାଇବେ ଏବଂ ସଂସ୍ଥାନ ଦ୍ୱାରା ନିଯୁକ୍ତ ହେବେ । ସଂସ୍ଥାନର ପ୍ରଥମ ନିର୍ଦ୍ଦେଶକ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଯୁକ୍ତ ହେବେ । ନିର୍ଦ୍ଦେଶକ ସଂସ୍ଥାନ ତଥା ପରିଚାଳନା ପରିଷଦର ସଚିବ ଭାବେ କାର୍ଯ୍ୟ କରିବେ ଏବଂ ତିନୋଟି ଏମ୍ସର ପରିଚାଳନା ଏବଂ ପ୍ରଶାସନିକ ବ୍ୟବସ୍ଥାର ତଦାରଖ କରିବେ ।

ନିମ୍ନୋକ୍ତ ପ୍ରକ୍ରିୟାରେ ଏହି ପଦବୀ ତୁରନ୍ତ ପୂରଣ କରାଯିବ । ନିର୍ଦ୍ଦେଶକ ପଦବୀ ପାଇଁ 80 ହଜାର ଟଙ୍କାର ପ୍ରି-ରିଭାଇଜ୍ ସ୍କେଲ୍(ଫିକ୍ସ) (85000 ଟଙ୍କାର ଏନପିଏ ସିଲିଂ ସୀମା) ରଖାଯାଇଛି । ପ୍ରତ୍ୟେକ ନିର୍ଦ୍ଦେଶକ ପଦବୀ ପାଇଁ ବାର୍ଷିକ ବ୍ୟୟ, ଷଷ୍ଠ କେନ୍ଦ୍ର ବେତନ ଆୟୋଗ ନିୟମ ଅନୁଯାୟୀ 25 ଲକ୍ଷ ଟଙ୍କା ହେବ ।

**********