Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଆବୁଧାବୀ ଯୁବରାଜଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଟେଲିଫୋନ ବାର୍ତ୍ତାଳାପ


ଆବୁଧାବୀର ଯୁବରାଜ ତଥା ୟୁଏଇ ସେନାବାହିନୀର ଡେପୁଟି ସୁପ୍ରିମ କମାଣ୍ଡର ମହାମହିମ ଶେଖ ମହମ୍ମଦ ବିନ ଯାୟେଦ ଅଲ-ନାହୟାନଙ୍କ ସହିତ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଟେଲିଫୋନ ଯୋଗେ ବାର୍ତ୍ତାଳାପ କରିଛନ୍ତି ।

ସାମଗ୍ରିକ ଦ୍ଵିପାକ୍ଷିକ ସହଯୋଗ ଦିନକୁ ଦିନ ସୁଦୃଢ ହେଉଥିବାରୁ ଦୁଇ ନେତା ଖୁସି ବ୍ୟକ୍ତ କରିଥିଲେ । ଦ୍ଵୀପାକ୍ଷିକ ବିସ୍ତୃତ ରଣନୈତିକ ସହଭାଗୀତାକୁ ଆହୁରି ସୁଦୃଢ କରିବା ଲାଗି ସେମାନେ ସେମାନଙ୍କର ପ୍ରତିବଦ୍ଧତାକୁ ଦୋହରାଇଥିଲେ ।

ଚଳିତ ମାସ ପ୍ରାରମ୍ଭରେ ଆବୁଧାବୀରେ ଅନୁଷ୍ଠିତ ଓଆଇସି ବୈଦେଶିକ ବ୍ୟାପାର ମନ୍ତ୍ରୀସ୍ତରୀୟ ପରିଷଦରେ ସମ୍ମାନିତ ଅତିଥି ଭାବେ ଉଦ୍ବୋଧନ ଦେବା ଲାଗି ଭାରତକୁ ନିମନ୍ତ୍ରଣ କରିଥିବାରୁ ପ୍ରଧାନମନ୍ତ୍ରୀ ଏହି ଅବସରରେ ଯୁବରାଜଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସେ ଆଶା ବ୍ୟକ୍ତ କରିଥିଲେ ଯେ, ଏହି ଐତିହାସିକ ଅଂଶଗ୍ରହଣ ଶାନ୍ତି ଏବଂ ପ୍ରଗତିର ଆପୋସ ଲକ୍ଷ୍ୟ ହାସଲରେ ସହାୟକ ହେବ ।