Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଆମେରିକାର ନୂତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ


ମିଷ୍ଟର ଡୋନାଲ୍ଡ ଟ୍ରମ୍ପ ଆମେରିକାର ନୂତନ ରାଷ୍ଟ୍ରପତି ଭାବେ କାର୍ଯ୍ୟଭାର ଗ୍ରହଣ କରିବା ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

“ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ଭାବେ କାର୍ଯ୍ୟଭାର ଗ୍ରହଣ କରିଥିବାରୁ ଅଭିନନ୍ଦନ । ଆଗାମୀ ବର୍ଷଗୁଡିକରେ ବୃହତ ସଫଳତା ପାଇଁ ଆମେରିକାର ନେତୃତ୍ଵ ନେଉଥିବାରୁ ତାଙ୍କୁ ଶୁଭକାମନା ।

ଭାରତ-ଆମେରିକାର ଦୃଢ ରଣନୀତିକ ଭାଗିଦାରୀତା ଆମର ମିଳିତ ସାଧାରଣ ସ୍ଵାର୍ଥ ଓ ମୂଲ୍ୟବୋଧ ଭିତରେ ନିହିତ ଅଛି ।

ଭାରତ-ଆମେରିକା ସଂପର୍କକୁ ଆହୁରି ସୁଦୃଢ କରିବା ଏବଂ ସମସ୍ତ ସୁଯୋଗର ପୂର୍ଣ୍ଣ ଉପଯୋଗ କରିବା ଦିଗରେ ନୂତନ ରାଷ୍ଟ୍ରପତିଙ୍କ ସହିତ ମିଳିତ ଭାବେ କାର୍ଯ୍ୟ କରିବାକୁ ଆମେ ଉତ୍କଣ୍ଠିତ,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

**********