Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଆମେରିକା ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟ ପାଇଁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ମିଷ୍ଟର ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟ ହେତୁ ତାଙ୍କୁ ଆନୁଷ୍ଠାନିକ ଭାବେ ଅଭିନନ୍ଦନ ଜଣାଇଛନ୍ତି ।

“ଆମେରିକାର ୪୫ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବାରୁ ଡୋନାଲ୍ଡ ଟ୍ରମ୍ପଙ୍କୁ ଅଭିନନ୍ଦନ ।

ନିର୍ବାଚନ ପ୍ରଚାର ଅଭିଯାନ ବେଳେ ଆପଣ ଭାରତ ସମ୍ବନ୍ଧରେ ଘୋଷଣା କରିଥିବା ମିତ୍ରତା ନୀତିକୁ ଆମେ ବେଶ ପସନ୍ଦ ଓ ପ୍ରଶଂସା କରୁଛୁ ।

ଭାରତ-ଆମେରିକା ଦ୍ୱିପାକ୍ଷିକ ସମ୍ବନ୍ଧକୁ ଆହୁରି ନୂତନ ଓ ଶୀର୍ଷ ସୋପାନକୁ ନେବା ଦିଗରେ ଆପଣଙ୍କ ସହିତ ନିବିଡତାର ସହ କାର୍ଯ୍ୟ କରିବାକୁ ଆମେ ଉତ୍ସୁକ,” ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ଅଭିନନ୍ଦନ ବାର୍ତ୍ତାରେ କହିଛନ୍ତି ।