ପିଏମଇଣ୍ଡିଆ
‘ଆର୍ଥିକ ଭାବେ ଦୁର୍ବଳ ବର୍ଗଙ୍କ ଲାଗି ସମ୍ବିଧାନ ସଂଶୋଧନ’ ସନ୍ଦର୍ଭରେ କ୍ୟାବିନେଟ ନୋଟ/ଦଲିଲର ସଂଶୋଧିତ ସ୍ମାରକପତ୍ର (ଓଏମ)କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ପିଛିଲା ଭାବେ ମଞ୍ଜୁରି ଦିଆଯାଇଛି । କ୍ୟାବିନେଟ 8 ଜାନୁଆରୀ, 2019 ରେ ଏହି ଓଏମକୁ ମଞ୍ଜୁରି ଦେଇଥିଲେ ।
ଲାଭ :
ଏହି ମଞ୍ଜୁରି ଦ୍ୱାରା ସେପରି ଲୋକମାନଙ୍କୁ ଉଚ୍ଚ ଶିକ୍ଷା ଏବଂ ନିଯୁକ୍ତି ପାଇବାରେ ସହାୟତା ମିଳିପାରିବ ଯେଉଁମାନେ ନିଜର ଆର୍ଥିକ ସ୍ଥିତି କାରଣରୁ ଏସବୁ ସୁବିଧାରୁ ବଂଚିତ ରହିଛନ୍ତି । ଏହାଦ୍ୱାରା ସାମାଜିକ ସମାନତାକୁ ପ୍ରୋତ୍ସାହନ ମିଳିବ ।
***