ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଗ୍ରାମୀଣ ବିକାଶ ବିଭାଗର “୨୦୨୪-୨୫ ରୁ ୨୦୨୮-୨୯ ଆର୍ଥିକ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା – ଗ୍ରାମୀଣ (ପିଏମଏୱାଇ-ଜି) କାର୍ଯ୍ୟକାରୀ କରିବା” ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି। ଏହା ଅଧୀନରେ, ସମତଳ ଅଞ୍ଚଳରେ ପ୍ରତି ଘର ସହାୟତା ୧ କୋଟି ୨୦ ଲକ୍ଷ ଟଙ୍କା ଏବଂ ଉତ୍ତର-ପୂର୍ବ ରାଜ୍ୟ ଏବଂ ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଜମ୍ମୁ-କାଶ୍ମୀର ଏବଂ ଲଦାଖର କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ୧ କୋଟି ୩୦ ଲକ୍ଷ ଟଙ୍କା ସହିତ ୨ କୋଟିରୁ ଅଧିକ ଘର ନିର୍ମାଣ ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ।
ବିବରଣୀ:
କ୍ୟାବିନେଟ ଦ୍ୱାରା ଦିଆଯାଇଥିବା ଅନୁମୋଦନର ବିବରଣୀ ନିମ୍ନଲିଖିତ:
୧. ଏପ୍ରିଲ, ୨୦୨୪ ରୁ ମାର୍ଚ୍ଚ, ୨୦୨୯ ପର୍ଯ୍ୟନ୍ତ ମୌଳିକ ସୁବିଧା ସହିତ ୨ କୋଟି ପକ୍କା ଘରର ସାମଗ୍ରିକ ସୀମା ମଧ୍ୟରେ ସହାୟତା ପ୍ରଦାନ କରି ଆବାସ+ (୨୦୧୮) ତାଲିକା (ଅପଡେସନ୍ ପରେ) ଏବଂ ସାମାଜିକ ଅର୍ଥନୈତିକ ଜାତି ଜନଗଣନା (ଏ ସଇସି ସି ) ୨୦୧୧ ସ୍ଥାୟୀ ପ୍ରତୀକ୍ଷା ତାଲିକା (PWL) ରେ ଯୋଗ୍ୟ ପରିବାରକୁ ବାକି ରଖିବା ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ (ପିଏମଏୱାଇ-ଜି) ଜାରି ରଖିବା।
୨.୨୦୨୪-୨୫ ରୁ ୨୦୨୮-୨୯ ଆର୍ଥିକ ବର୍ଷ ପାଇଁ ମୋଟ ୩,୦୬,୧୩୭ କୋଟି ଟଙ୍କା ବ୍ୟୟବରାଦ, ଯେଉଁଥିରେ କେନ୍ଦ୍ରୀୟ ଅଂଶ ୨,୦୫,୮୫୬ କୋଟି ଟଙ୍କା ଏବଂ ରାଜ୍ୟ ମ୍ୟାଚ୍ ଅଂଶ ୧,୦୦,୨୮୧ କୋଟି ଟଙ୍କା ଅନ୍ତର୍ଭୁକ୍ତ।
୩ .ନୀତି ଆୟୋଗ ଦ୍ୱାରା ପିଏମଏୱାଇ-ଜିର ମୂଲ୍ୟାଙ୍କନ ଏବଂ EFC ଦ୍ୱାରା ଯୋଜନାର ପୁନଃମୂଲ୍ୟାୟନ ପରେ ମାର୍ଚ୍ଚ, ୨୦୨୬ ପରେ ଯୋଜନାକୁ ଜାରି ରଖିବା।
୪. ଯୋଗ୍ୟ ଗ୍ରାମାଞ୍ଚଳ ପରିବାର ଚିହ୍ନଟ ପାଇଁ ଆବାସ+ ତାଲିକାକୁ ଅପଡେଟ୍ କରି ପରିବର୍ତ୍ତିତ ବହିଷ୍କାର ମାନଦଣ୍ଡ ବ୍ୟବହାର କରିବା
୫. ହିତାଧିକାରୀଙ୍କୁ ପ୍ରତି ୟୁନିଟ୍ ସହାୟତା ମୂଲ୍ୟ ସମତଳ ଅଞ୍ଚଳରେ ୧.୨୦ ଲକ୍ଷ ଟଙ୍କା ଏବଂ ଉତ୍ତର-ପୂର୍ବାଞ୍ଚଳ/ପାହାଡ଼ି ରାଜ୍ୟଗୁଡ଼ିକରେ ୧.୩୦ ଲକ୍ଷ ଟଙ୍କାରେ ଜାରି ରହିବ।
୬ . କାର୍ଯ୍ୟକ୍ରମ ପାଣ୍ଠିର ୨% ସ୍ତରରେ ପ୍ରଶାସନିକ ପାଣ୍ଠି ରଖାଯିବ, ୧.୭୦% ପ୍ରଶାସନିକ ପାଣ୍ଠି ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକୁ ପ୍ରଦାନ କରାଯିବ ଏବଂ ୦.୩୦% କେନ୍ଦ୍ରୀୟ ସ୍ତରରେ ବାଣ୍ଟି ଦିଆଯିବ।
୭. ପ୍ରଚଳିତ ହାର ଅନୁଯାୟୀ ୨୦୨୪-୨୫ ଆର୍ଥିକ ବର୍ଷରେ ୩୧ ମାର୍ଚ ୨୦୨୪ ସୁଦ୍ଧା PMAY-Gର ପୂର୍ବ ପର୍ଯ୍ୟାୟର ଅସମ୍ପୂର୍ଣ୍ଣ ଗୃହଗୁଡ଼ିକର କାର୍ଯ୍ୟ ସମାପ୍ତ କରିବା।
ଲାଭ:
ପୂର୍ବ ପର୍ଯ୍ୟାୟର ୨.୯୫ କୋଟି ଘରର କ୍ରମାଗତ ଲକ୍ଷ୍ୟ ହାସଲ କରିବା ପାଇଁ ୩୧ ମାର୍ଚ୍ଚ ୨୦୨୪ ସୁଦ୍ଧା ସମ୍ପୂର୍ଣ୍ଣ ହୋଇନଥିବା ଅବଶିଷ୍ଟ ୩୫ ଲକ୍ଷ ଘର ସମ୍ପୂର୍ଣ୍ଣ କରାଯିବ।
ଏବେ, ଗତ କିଛି ବର୍ଷ ଧରି ଦେଖାଦେଇଥିବା ଗୃହ ଆବଶ୍ୟକତାକୁ ପୂରଣ କରିବା ପାଇଁ, ୨୦୨୪ -୨୦୨୯ ଆର୍ଥିକ ବର୍ଷ ମଧ୍ୟରେ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ପିଏମଏୱାଇ –ଜି ଅଧୀନରେ ଆଉ ଦୁଇ କୋଟି ଘର ନିର୍ମାଣ କରାଯିବ। ଏହି ଦୁଇ କୋଟି ଅତିରିକ୍ତ ଘର ନିର୍ମାଣ ଦ୍ୱାରା ପ୍ରାୟ ୧୦ କୋଟି ଲୋକ ଉପକୃତ ହେବେ ବୋଲି ଆଶା କରାଯାଉଛି।
ଏହି ଅନୁମୋଦନ ଦ୍ୱାରା ଭଙ୍ଗା ଏବଂ କଚ୍ଚା ଘରେ ରହୁଥିବା ବାସହୀନ ଲୋକଙ୍କୁ ସମସ୍ତ ମୌଳିକ ସୁବିଧା ସହିତ ଭଲ ଗୁଣବତ୍ତା, ସୁରକ୍ଷିତ ଘର ନିର୍ମାଣ କରାଯାଇପାରିବ। ଏହା ହିତାଧିକାରୀଙ୍କ ପାଇଁ ସୁରକ୍ଷା, ପରିମଳ ଏବଂ ସାମାଜିକ ଅନ୍ତର୍ଭୁକ୍ତି ସୁନିଶ୍ଚିତ କରିବ।
ପୃଷ୍ଠଭୂମି:
ଗ୍ରାମାଞ୍ଚଳରେ “ସମସ୍ତଙ୍କ ପାଇଁ ବାସଗୃହ” ଲକ୍ଷ୍ୟ ହାସଲ କରିବା ପାଇଁ, ଭାରତ ସରକାର ଏପ୍ରିଲ ୨୦୧୬ରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା -ଗ୍ରାମୀଣ (ପିଏମଏୱାଇ –ଜି) ଆରମ୍ଭ କରିଥିଲେ, ଯାହା ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ପର୍ଯ୍ୟାୟକ୍ରମେ ମୌଳିକ ସୁବିଧା ସହିତ ୨ .୯୫ କୋଟି ଘର ନିର୍ମାଣ କରିବାର ଲକ୍ଷ୍ୟ ରଖାଯାଇଥିଲା।
Sws