ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (ଶୁକ୍ରବାର) ଇନ୍ଦୋରଠାରେ ଇମାମ ହୁସେନଙ୍କ ଆତ୍ମବଳୀ ସ୍ମୃତି ଉତ୍ସବ, ଆଶରା ମୁବାରକରେ ଦାଉଦି ବୋହରା ସଂପ୍ରଦାୟର ଏକ ବିଶାଳ ସମାବେଶକୁ ସମ୍ବୋଧିତ କରିଥିଲେ ।
ଇମାମ ହୁସେନଙ୍କ ବଳିଦାନକୁ ସ୍ମରଣ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଇମାମ ସର୍ବଦା ଅନ୍ୟାୟ ବିରୋଧରେ ସ୍ୱର ଉତ୍ତୋଳନ କରୁଥିଲେ ଏବଂ ଶାନ୍ତି ଓ ନ୍ୟାୟ ବଜାୟ ରଖିବା ପାଇଁ ସହିଦ ହୋଇଥିଲେ । ସେ କହିଥିଲେ ଯେ ଇମାମଙ୍କ ଶିକ୍ଷା ଆଜି ମଧ୍ୟ ପ୍ରାସଙ୍ଗିକ ରହିଛି । ଡା. ସୟେଦିନା ମୁଫଦ୍ଦଲ ସୟିଫୁଦ୍ଦିନଙ୍କ ଦ୍ୱାରା କରାଯାଇଥିବା ବିଭିନ୍ନ କାର୍ଯ୍ୟର ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ରାଷ୍ଟ୍ର ପ୍ରତି ଶ୍ରଦ୍ଧା ଏବଂ ସମର୍ପଣ ତାଙ୍କ ଶିକ୍ଷାର ପରିଚାୟକ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ସମସ୍ତଙ୍କୁ ନେଇ ଚଳିବାର ସଂସ୍କୃତି ଯୋଗୁ ଭାରତ ଅନ୍ୟ ଦେଶଠାରୁ ଭିନ୍ନ । ‘ଆମେ ନିଜ ଅତୀତ ଉପରେ ଗର୍ବିତ, ଆମେ ଆମ ବର୍ତ୍ତମାନରେ ବିଶ୍ୱାସ କରୁ ଏବଂ ଆମ ଉଜ୍ଜ୍ୱଳ ଭବିଷ୍ୟତ ଉପରେ ଭରସା ରଖୁ ’ ବୋଲି ସେ କହିଥିଲେ ।
ଦାଉଦି ବୋହରା ସଂପ୍ରଦାୟର ଯୋଗଦାନ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସଂପ୍ରଦାୟ ସର୍ବଦା ଭାରତର ପ୍ରଗତି ଏବଂ ବିକାଶ କାହାଣୀରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ସେ ଆଶାବ୍ୟକ୍ତ କରିଥିଲେ ଯେ ସଂପ୍ରଦାୟ ସାରା ପୃଥିବୀରେ ଭାରତୀୟ ସଂସ୍କୃତିର ଶକ୍ତି ବିସ୍ତାର କରିବାର ମହାନ କାର୍ଯ୍ୟକୁ ଜାରି ରଖିବ ।
ବୋହରା ସଂପ୍ରଦାୟର ପ୍ରଶଂସା କରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଥିଲେ ଯେ ତାଙ୍କର ଭାଗ୍ୟ ଭଲ ବୋଲି ସେ ବୋହରା ସଂପ୍ରଦାୟର ସ୍ନେହ ପ୍ରାପ୍ତ କରିପାରିଛନ୍ତି । ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ତାଙ୍କ କାର୍ଯ୍ୟକାଳ ସମୟରେ ସଂପ୍ରଦାୟ ଦ୍ୱାରା ପ୍ରଦାନ କରାଯାଇଥିବା ସହାୟତାକୁ ସ୍ମରଣ କରି ମୋଦୀ କହିଥିଲେ ଯେ ସଂପ୍ରଦାୟର ସ୍ନେହ ଏବଂ ଶ୍ରଦ୍ଧା ତାଙ୍କୁ ଇନ୍ଦୋର ଟାଣି ଆଣିଛି ।
ଦାଉଦି ବୋହରା ସଂପ୍ରଦାୟ ଦ୍ୱାରା କରାଯାଇଥିବା ବିଭିନ୍ନ ସାମାଜିକ ପଦକ୍ଷେପଗୁଡିକର ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ନାଗରିକମାନେ, ବିଶେଷତଃ ଗରିବ ଏବଂ ଅଭାବୀଙ୍କ ପାଇଁ ଉତ୍ତମ ଜୀବନ ଶୈଳୀ ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ଦ୍ୱାରା ବିଭିନ୍ନ ପ୍ରଚେଷ୍ଟା କରାଯାଉଛି । ଏହି ସନ୍ଦର୍ଭରେ ସେ ଆୟୁଷ୍ମାନ ଭାରତ, ସ୍ୱଚ୍ଛ ଭାରତ ଅଭିଯାନ ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଭଳି ସରକାରଙ୍କ ଅନେକ ବିକାଶୋନ୍ମୁଖୀ ପଦକ୍ଷେପଗୁଡିକର ଉଲ୍ଲେଖ କରିଥିଲେ । ସେ ଉଲ୍ଲେଖ କରିଥିଲେ ଯେ ଏହି ପଦକ୍ଷେପ ସାଧାରଣ ଲୋକମାନଙ୍କ ଜୀବନରେ ପରିବର୍ତ୍ତନ ଆଣୁଛି ।
ସ୍ୱଚ୍ଛ ଭାରତ ମିଶନକୁ ଆଗକୁ ବଢାଇ ଥିବାରୁ ପ୍ରଧାନମନ୍ତ୍ରୀ ଇନ୍ଦୋରର ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଥିଲେ । ସେ କହିଥିଲେ ଯେ ‘ସ୍ୱଚ୍ଛତା ହିଁ ସେବା’ ଯୋଜନାର ଆସନ୍ତା କାଲି ଶୁଭାରମ୍ଭ କରାଯିବ ଏବଂ ନାଗରିକମାନଙ୍କୁ ଏହି ଭବ୍ୟ ସ୍ୱଚ୍ଛତା ମିଶନରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବା ପାଇଁ ନିବେଦନ କରିଥିଲେ ।
ବାଣିଜ୍ୟ କ୍ଷେତ୍ରରେ ବୋହରା ସଂପ୍ରଦାୟ ଦ୍ୱାରା ପ୍ରଦର୍ଶୀତ ବିଶ୍ୱସନୀୟତା ବିଷୟରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାର ଜିଏସଟି, ଦେବାଳିଆ ଏବଂ ଦେବାଳିଆପଣ ସଂହିତା ଜରିଆରେ ବିଶ୍ୱସନୀୟ ବ୍ୟବସାୟୀ ଏବଂ ଶ୍ରମିକମାନଙ୍କୁ ପ୍ରୋତ୍ସାହିତ କରୁଛନ୍ତି । ସେ କହିଥିଲେ ଯେ ଭାରତର ଅର୍ଥ ବ୍ୟବସ୍ଥା ବୃଦ୍ଧି ପାଉଛି ଏବଂ ଭାରତ ଏକ ନୂତନ ଦିଗବଳୟ ସୃଷ୍ଟି କରିବାକୁ ଯାଉଛି ବୋଲି କହିଥିଲେ ।
ଏହି ଅବସରରେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ ମଧ୍ୟ ଉପସ୍ଥିତ ଥିଲେ । ଡା. ସୟେଦିନା ମୁଫଦ୍ଦାଲ ସୟିଫୁଦ୍ଦିନ ପ୍ରଧାନମନ୍ତ୍ରୀଙ୍କ ଅତୁଳନୀୟ କାର୍ଯ୍ୟ ପାଇଁ ଭୂରି ଭୂରି ପ୍ରଶଂସା କରିଥିଲେ ଏବଂ ଦେଶ ପାଇଁ କାର୍ଯ୍ୟ କରୁଥିବାରୁ ତାଙ୍କର ସଫଳତା କାମନା କରିଥିଲେ ।
**********
‘अशरा मुबारक’ के इस पवित्र अवसर पर भी आपने मुझे यहां आने का मौका दिया, इसके लिए बहुत आभार।
— PMO India (@PMOIndia) September 14, 2018
मुझे बताया गया है कि टेक्नॉलॉजी के माध्यम से देश और दुनिया के अलग-अलग सेंटर्स से भी समाज के लोग जुड़े हैं, आप सभी का भी मैं अभिनंदन करता हूं: PM
इमाम हुसैन के पवित्र संदेश को आपने अपने जीवन में उतारा है और दुनिया तक उनका पैगाम पहुंचाया है
— PMO India (@PMOIndia) September 14, 2018
इमाम हुसैन अमन और इंसाफ के लिए शहीद हो गए थे
उन्होंने अन्याय, अहंकार के विरुद्ध अपनी आवाज़ बुलंद की थी
उनकी ये सीख जितनी तब महत्वपूर्ण थी उससे अधिक आज की दुनिया के लिए ये अहम है: PM
हम पूरे विश्व को एक परिवार मानने वाले, सबको साथ लेकर चलने की परंपरा का मानने वाले लोग हैं।
— PMO India (@PMOIndia) September 14, 2018
हमारे समाज की, हमारी विरासत की, यही शक्ति है जो हमें दुनिया के दूसरे देशों से अलग करती है: PM
हमें अपने अतीत पर गर्व है,
— PMO India (@PMOIndia) September 14, 2018
वर्तमान पर विश्वास है और
उज्जवल भविष्य का आत्मविश्वास है: PM
बोहरा समाज के साथ मेरा भी रिश्ता बहुत ही पुराना है।
— PMO India (@PMOIndia) September 14, 2018
मेरा सौभाग्य है कि आपका स्नेह मुझ पर हमेशा रहा।
गुजरात का शायद ही कोई गांव हो जहां बोहरा व्यापारी नहीं मिलता हो।
मैं जब मुख्यमंत्री था तब कदम-कदम पर बोहरा समाज ने साथ दिया।
आपका यही अपनापन मुझे आज यहां खींच लाया है: PM
अब आयुष्मान भारत देश के करीब-करीब 50 करोड़ गरीब भाई-बहनों के लिए संजीवनी बनकर आई है।
— PMO India (@PMOIndia) September 14, 2018
एक साल में 5 लाख तक का मुफ्त इलाज सुनिश्चित करने वाली इस योजना का अभी ट्रायल चल रहा है: PM
स्वच्छ भारत अभियान शुरु भले ही सरकार ने किया हो, लेकिन आज इस अभियान को देश की 125 करोड़ जनता चला रही है।
— PMO India (@PMOIndia) September 14, 2018
गांव-गांव, गली-गली में स्वच्छता के प्रति एक अभूतपूर्व आग्रह पैदा हुआ है।
चार वर्ष पहले तक जहां देश के 40% घरों में ही टॉयलेट थे आज ये दायरा 90% से भी अधिक हो गया है: PM
आज हम जिस इंदौर शहर में जुटे हैं, ये तो स्वच्छता के इस आंदोलन का अगुवा है।
— PMO India (@PMOIndia) September 14, 2018
इंदौर निरंतर स्वच्छता के पैमाने पर देशभर में No.1 रहा है।
इंदौर ही नहीं भोपाल ने भी इस बार कमाल किया है।
एक प्रकार से पूरे मध्य प्रदेश के मेरे युवा साथी, एक-एक जन इस आंदोलन को गति दे रहे हैं: PM
कल से स्वच्छता ही सेवा’ पखवाड़ा शुरु हो रहा है।
— PMO India (@PMOIndia) September 14, 2018
मैं कल खुद देश के स्वच्छाग्रहियों, समाज में स्वच्छता के प्रति जनजागरण करने वाले आप जैसे नागरिकों, धर्मगुरुओं, कलाकारों, उद्यमियों, यानि समाज के हर वर्ग के लोगों से वीडियो कॉन्फ्रेंसिंग के माध्यम से बातचीत करुंगा: PM
देश का व्यापारी और कारोबारी अर्थव्यवस्था की रीढ है
— PMO India (@PMOIndia) September 14, 2018
वो देश में रोज़गार पैदा करने वाली महत्वपूर्ण ईकाई है
उसको जितना प्रोत्साहन संभव है दिया जा रहा है
लेकिन ये भी सच है कि पांचों उंगलियां एक समान नहीं होतीं। हमारे बीच से ही ऐसे लोग निकलते हैं जो छल को ही कारोबार मानते है: PM
बीते 4 वर्षों में सरकार ये साफ संदेश देने में सफल हुई है कि जो भी हो वो नियमों के दायरे में हो।
— PMO India (@PMOIndia) September 14, 2018
GST, Insolvency and Bankruptcy Code जैसे अनेक कानूनों के माध्यम से ईमानदार कारोबारियों को प्रोत्साहित किया जा रहा है: PM
दुनिया में जिस प्रकार प्राचीन भारत की चमक थी, आज New India को वो सम्मान देने का सौभाग्य हमें मिला है।
— PMO India (@PMOIndia) September 14, 2018
देश के नव निर्माण के लिए हम निरंतर मिलकर आगे बढ़ते रहेंगे, इसी विश्वास के साथ मैं अपनी बात समाप्त करता हूं: PM
Attended Ashara Mubaraka, to commemorate the martyrdom of Imam Husain (SA) in Indore. Here are some moments from the programme. pic.twitter.com/FlhnPgbHPb
— Narendra Modi (@narendramodi) September 14, 2018
Imam Husain (SA) sacrificed himself instead of accepting injustice. He was unwavering in his desire for peace and justice. His teachings are as relevant today as they were centuries ago.
— Narendra Modi (@narendramodi) September 14, 2018
It is always wonderful to meet Dr. Syedna Mufaddal Saifuddin. Saint and scholar, his commitment towards nation building is appreciable. He is at the forefront of several community service initiatives. pic.twitter.com/qLUUJN6Lpw
— Narendra Modi (@narendramodi) September 14, 2018
The nation is proud of the rich contribution of the Dawoodi Bohra community. They play a vital role in India’s economic progress and have spread the power of Indian culture globally. They are also at the forefront of conserving nature and furthering cleanliness. pic.twitter.com/vlZO6rKt68
— Narendra Modi (@narendramodi) September 14, 2018
I will never forget the affection I received at the Saifee Mosque in Indore. pic.twitter.com/GFkSFMdzgZ
— Narendra Modi (@narendramodi) September 14, 2018
From Ashara Mubaraka held in Indore earlier today. pic.twitter.com/xVvTR1l4Y9
— Narendra Modi (@narendramodi) September 14, 2018