Search

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଆଶା କର୍ମୀମାନଙ୍କର ତମାମ ଟିମକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାନିଦେ୍ର୍ଦଶକଙ୍କ ଗ୍ଲୋବାଲ ହେଲଥ ଲିଡର୍ସ ପୁରସ୍କାର ମିଳିବା ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କଲେ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ)ର ମହାନିଦେ୍ର୍ଦଶକଙ୍କ ଗ୍ଲୋବାଲ ହେଲଥ ଲିଡର୍ସ ପୁରସ୍କାର ପ୍ରାପ୍ତ କରିଥିବା ଆଶା କର୍ମୀମାନଙ୍କର ସମଗ୍ର ଟିମ ନିମନ୍ତେ ପ୍ରସନ୍ନତା ବ୍ୟକ୍ତ କରିଛନ୍ତି । ଶ୍ରୀ ମୋଦୀ କହିଛନ୍ତି ଯେ ସୁସ୍ଥ ଭାରତ ସୁନିଶ୍ଚିତ କରିବାରେ ଆଶା କର୍ମୀମାନେ ସବୁଠୁ ଆଗରେ ରହିଛନ୍ତି ଏବଂ ସେମାନଙ୍କ ସମର୍ପଣ ତଥା ଦୃଢ଼ ସଂକଳ୍ପ ପ୍ରଶଂସାଯୋଗ୍ୟ ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ହୋଇଥିବା ଏକ ଟ୍ୱିଟ ଉପରେ ପ୍ରତିକି୍ରୟା ରଖି ପ୍ରଧାନମନ୍ତ୍ରୀ ଟ୍ୱିଟ କରି କହିଛନ୍ତି;

‘‘ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାନିଦେ୍ର୍ଦଶକଙ୍କ ଗ୍ଲୋବାଲ ହେଲଥ ଲିଡର୍ସ ପୁରସ୍କାର ଦ୍ୱାରା ସମ୍ମାନିତ ହୋଇଥିବାରୁ ଅଶା କର୍ମୀମାନଙ୍କର ତମାମ ଟିମକୁ ନେଇ ମୁଁ ପ୍ରସନ୍ନ । ସମସ୍ତ ଆଶା କର୍ମୀଙ୍କୁ ଶୁଭେଚ୍ଛା । ଏକ ସୁସ୍ଥ ଭାରତ ସୁନିଶ୍ଚିତ କରିବା ଦିଗରେ ସେମାନେ ସବୁଠୁ ଆଗରେ ରହିଛନ୍ତି । ସେମାନଙ୍କର ସମର୍ପଣ ଓ ଦୃଢ଼ ସଂକଳ୍ପ ପ୍ରଶଂସାଯୋଗ୍ୟ ।’’

 

SR